ETV Bharat / entertainment

କ୍ୟାଟ୍ରିନା ଏବଂ ବିଜୟ ସେଥୁପଥୀଙ୍କ ଆଗାମୀ ଫିଲ୍ମର ପୋଷ୍ଟର ଆଉଟ, ଏହି ଦିନ ହେବ ରିଲିଜ - Katrina Kaif Vijay Sethupathis Merry Christmas

କ୍ୟାଟ୍ରିନା କୈଫ ଏବଂ ବିଜୟ ସେଥୁପଥୀଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ମେରୀ ଖ୍ରୀଷ୍ଟମାସ'ର ନୂଆ ପୋଷ୍ଟର ରିଲିଜ ହୋଇଛି । ନିର୍ମାତା ଫିଲ୍ମର 2ଟି ପୋଷ୍ଟର ସେୟାର କରି ନୂଆ ରିଲିଜ ତାରିଖ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

କ୍ୟାଟ୍ରିନା କୈଫ ଏବଂ ବିଜୟ ସେଥୁପଥୀଙ୍କ ଆଗାମୀ ଫିଲ୍ମର ପୋଷ୍ଟର ଆଉଟ, ଏହି ଦିନ ହେବ ରିଲିଜ

author img

By

Published : Jul 17, 2023, 3:15 PM IST

ହାଇଦ୍ରାବାଦ: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ସାଉଥ ଅଭିନେତା ବିଜୟ ସେଥୁପଥୀଙ୍କ ଆଗାମୀ ଫିଲ୍ମ 'ମେରୀ ଖ୍ରୀଷ୍ଟମାସ' ରିଲିଜ ପାଇଁ ପ୍ରସ୍ତୁତ । ଫିଲ୍ମର ନୂଆ ରିଲିଜ୍ ତାରିଖ ଘୋଷଣା କରିଛନ୍ତି ନିର୍ମାତା । ଚଳଚ୍ଚିତ୍ର ନିର୍ମାତାମାନେ ଏହି ଫିଲ୍ମର ନୂତନ ପୋଷ୍ଟର ଆଉଟ କରି ଫିଲ୍ମ ରିଲିଜ କେବେ ହେବ ସେନେଇ ସୂଚନା ଦେଇଛନ୍ତି । ଫିଲ୍ମ ଡିସେମ୍ବର 15ରେ ରିଲିଜ ହେବ ।

ଇନଷ୍ଟାଗ୍ରାମରେ 'ମେରୀ ଖ୍ରୀଷ୍ଟମାସ'ର ନିର୍ମାତା ଦୁଇଟି ପୋଷ୍ଟର ସହ ନୂତନ ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଗୋଟିଏ ହିନ୍ଦୀରେ ଏବଂ ଅନ୍ୟଟି ତାମିଲରେ । ପୋଷ୍ଟର ସେୟାର କରି ନିର୍ମାତାମାନେ କ୍ୟାପସନରେ ଲେଖିଛନ୍ତି, 'ମେରୀ ଖ୍ରୀଷ୍ଟମାସ ପାଇଁ ଥିବା ଉତ୍ସାହକୁ କମ କରିବାକୁ ଆମେ ନିଷ୍ପତ୍ତି ନେଇଛୁ । 15 ଡିସେମ୍ବର 2023ରେ ଆପଣଙ୍କ ନିକଟ ପ୍ରେକ୍ଷାଳୟରେ ରିଲିଜ କରିବ ଫିଲ୍ମ ।'' ନିର୍ଦ୍ଦେଶକ ଶ୍ରୀରାମ ରାଘବନ ଫିଲ୍ମ 'ମେରୀ ଖ୍ରୀଷ୍ଟମାସ'ର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମକୁ ହିନ୍ଦୀ ଏବଂ ତାମିଲରେ ଏକକାଳୀନ ସୁଟିଂ କରାଯାଇଛି । ସୂଚନା ଥାଉ କି, ପୂର୍ବରୁ ଖ୍ରୀଷ୍ଟମାସ ସପ୍ତାହ ପୂର୍ବରୁ ଏହି ଫିଲ୍ମ ଡିସେମ୍ବର 23ରେ ରିଲିଜ ହେବାର ଥିଲା । ନିର୍ମାତାମାନେ ଦୁଇଟି ଭିନ୍ନ ପୋଷ୍ଟର ସହ ଉଭୟ ଭାଷାରେ ନୂତନ ରିଲିଜ୍ ତାରିଖ ଘୋଷଣା କରିଛନ୍ତି ।

'ମେରୀ ଖ୍ରୀଷ୍ଟମାସ'ର କାଷ୍ଟ ବିଷୟରେ କହିବାକୁ ଗଲେ, କ୍ୟାଟ୍ରିନା କୈଫ ଏବଂ ଶ୍ରୀରାମ ରାଘବନଙ୍କର ପ୍ରଥମ ତାମିଲ ଚଳଚ୍ଚିତ୍ର 'ମେରୀ ଖ୍ରୀଷ୍ଟମାସ'। ଏବଂ ବିଜୟଙ୍କ ସହ ମଧ୍ୟ ପ୍ରଥମ ଥର ପାଇଁ ସ୍କ୍ରିନ୍‌ ସେୟାର କରିବାକୁ ଯାଉଛନ୍ତି କ୍ୟାଟ୍ରିନା । କ୍ୟାଟ୍ରିନା ଏବଂ ସେଥୁପଥୀଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ହିନ୍ଦୀ ସଂସ୍କରଣରେ ସଞ୍ଜୟ କପୁର, ବିନୟ ପାଠକ, ପ୍ରତୀମା କନ୍ନନ ଏବଂ ଟିନୁ ଆନନ୍ଦ ନଜର ଆସିବାକୁ ଥିବା ବେଳେ ତାମିଲ ସଂସ୍କରଣରେ ରାଧିକା ସରତକୁମାର, ଶାନମୁଗାରାଜା, କେଭିନ ଜୟ ବାବୁ ଏବଂ ରାଜେଶ ୱିଲିୟମ୍ସ ପ୍ରମୁଖ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରରେ ଜଣେ ଶିଶୁ ଅଭିନେତା ପ୍ୟାରୀ ମଧ୍ୟ ନଜର ଆସିବେ । ଏବଂ ଅଶ୍ୱିନୀ କାଲସେକର ଏବଂ ରାଧିକା ଆପ୍ଟେ କେମିଓ ରୋଲରେ ନଜର ଆସିବେ।

ଏହା ମଧ୍ୟ ପଢନ୍ତୁ: ବିକିଙ୍କ ସହ ନୁହଁ ଏହି ବ୍ୟକ୍ତିଙ୍କ ସହ ଅଧିକ ସମୟ ବିତାଇଛନ୍ତି କ୍ୟାଟ୍ରିନା, କଲେ ଖୁଲାସା

ଏଥିସହ କ୍ୟାଟ୍ରିନାଙ୍କୁ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ସହ ଟାଇଗର 3ରେ ମଧ୍ୟ ନଜର ଆସିବେ। ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷ ଦୀପାବଳୀରେ ରିଲିଜ ହେବ ବୋଲି ଆଶା କରାଯାଉଛି । ମନୀଶ ଶର୍ମାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଆକ୍ସନ୍ ପ୍ୟାକ୍ ଫିଲ୍ମରେ ଶାହାରୁଖ ଖାନଙ୍କୁ ମଧ୍ୟ ପଠାନ ଭାବେ ଏକ କ୍ୟାମିଓ ରୋଲରେ ଦେଖିବାକୁ ମିଳିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.