ETV Bharat / entertainment

Tiger 3: ସେଟରୁ କ୍ୟାଟ୍ରିନା କୈଫଙ୍କ ଡ୍ୟାନ୍ସ ଭିଡିଓ ଲିକ୍, ଫ୍ୟାନ୍ସ ଦେଲେ ଏମିତି ପ୍ରତିକ୍ରିୟା

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ 'ଟାଇଗର 3' ସେଟରୁ ଏକ ଭିଡିଓ ଲିକ୍ ହୋଇଛି । ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

author img

By

Published : Aug 21, 2023, 1:09 PM IST

ଟାଇଗର 3 ସେଟରୁ କ୍ୟାଟ୍ରିନା କୈଫଙ୍କ ଡ୍ୟାନ୍ସ ଭିଡିଓ ଲିକ୍, ଫ୍ୟାନ୍ସ ଦେଲେ ଏମିତି ପ୍ରତିକ୍ରିୟା

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ବର୍ତ୍ତମାନ ସୁପରଷ୍ଟାର ସଲମାନ ଖାନଙ୍କ ସହ ଆଗାମୀ ଚଳଚ୍ଚିତ୍ର ଟାଇଗର 3 ରିଲିଜ ପାଇଁ ପ୍ରସ୍ତୁତ ହେଉଛନ୍ତି । ଚଳିତ ବର୍ଷ ଆକ୍ସନ୍ ଥ୍ରୀଲର୍ ରିଲିଜ୍ ହେବାକୁ ଯାଉଥିବାବେଳେ ଏଥିରେ ସଲମାନ ଖାନ, କ୍ୟାଟ୍ରିନା କୈଫଙ୍କ ବ୍ୟତୀତ ଇମ୍ରାନ ହାଶମୀ ଏବଂ ଶାହାରୁଖ ଖାନଙ୍କୁ ବି ଦେଖିବାକୁ ମିଳିବ । ତେବେ ବର୍ତ୍ତମାନ ଫିଲ୍ମର ସେଟରୁ ଏକ ଭିଡିଓ ଲିକ୍ ହୋଇଛି । ଯେଉଁଥିରେ ଏକ ଗୀତ ପାଇଁ କ୍ୟାଟ୍ରିନା ରିହର୍ସଲ କରୁଥିବା ନଜର ଆସିଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ଭିଡିଓରେ କ୍ୟାଟ୍ରିନା ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସରଙ୍କ ସହ ଏକ ଗୀତ ରିହର୍ସଲ କରୁଥିବା ଦେଖିବାକୁ ମିଳିଛି । ଅନ୍ୟ ଏକ ଭିଡିଓରେ, କ୍ୟାଟ୍ରିନା ଆକ୍ସନ୍ କରୁଥିବା ଦେଖିବାକୁ ମିଳିଛି । ଭିଡିଓ ଭାଇରାଲ ହେବା ମାତ୍ରେ ପ୍ରଶଂସକମାନେ ଏହାକୁ ପସନ୍ଦ କରିବା ସହ ଏନେଇ ପ୍ରଶଂସା କରିଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି, "କ୍ୟାଟ୍ ପରି ଏହା ଆଉ କେହି କରିପାରିବେ ନାହିଁ । ସେ ଡ୍ୟାନ୍ସରେ 1 ନମ୍ବରର ରାଣୀ।" ଅନ୍ୟ ଜଣେ ଲେଖିଛନ୍ତି, ଏଥିପାଇଁ ବହୁତ ଉତ୍ସାହିତ । ଆଉ ଜଣେ ଲେଖିଛନ୍ତି, "ପରଦାରେ ଏହା ଆହୁରି ଦମଦାର ଥିବ।

ଟାଇଗର 3 ମନୀଷ ଶର୍ମାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଆକ୍ସନ୍ ଥ୍ରୀଲରରେ ଇମ୍ରାନ୍ ହାଶମୀ ଏବଂ ସଲମାନ ଖାନ ପ୍ରମୁଖ ଭୂମିକାରେ ନଜର ଆସିବେ । ଯଦିଓ ରିଲିଜ୍ ତାରିଖର କୌଣସି ଅଫିସିଆଲ୍ ଘୋଷଣା ହୋଇନାହିଁ, କିନ୍ତୁ ଚଳିତ ବର୍ଷ ଶେଷରେ ଏହି ସିନେମା ପ୍ରେକ୍ଷାଳୟକୁ ଆସିବ ବୋଲି ଆଶା କରାଯାଉଛି । ଖବର ଅନୁଯାୟୀ ସୁପରଷ୍ଟାର ଶାହାରୁଖ ଖାନ ଏକ ଆକ୍ସନ୍-ପ୍ୟାକ୍ ଫିଲ୍ମରେ ପଠାନ ଭାବେ କୋମିଓ ରୋଲରେ ନଜର ଆସିବେ । କିଙ୍ଗ ଖାନ ଏବଂ ସଲମାନ ଚଳିତ ମାସ ଆରମ୍ଭରେ ମାଳଦ୍ୱୀପରେ ଏହି ଦୃଶ୍ୟର ସୁଟିଂ କରିଥିବା ଜଣାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଆସୁଛି ତେରେ ନାମ୍‌ 2 ! ପୁଣି ବାଲ୍ଡ ଲୁକ୍‌ରେ ଭାଇଜାନ

ସେପଟେ ଟାଇଗର 3 ବ୍ୟତୀତ କ୍ୟାଟ୍ରିନା ପ୍ରିୟଙ୍କା ଚୋପ୍ରା ଏବଂ ଆଲିଆ ଭଟ୍ଟଙ୍କ ସହ ଫରହାନ ଅଖତରଙ୍କ ଜିଲେ ଜରାରେ ନଜର ଆସିବେ । ଡିସେମ୍ବର 15ରେ ମୁକ୍ତିଲାଭ କରିବାକୁ ଥିବା ମେରୀ ଖ୍ରୀଷ୍ଟମାସ ଫିଲ୍ମରେ ମଧ୍ୟ କ୍ୟାଟ୍ରିନାଙ୍କୁ ଦେଖିବାକୁ ମିଳିବ । କ୍ୟାଟ୍ରିନା କୈଫ ଏହି ଫିଲ୍ମରେ ସାଉଥ ଅଭିନେତା ବିଜୟ ସେଥୁପଥୀଙ୍କ ବିପକ୍ଷରେ ନଜର ଆସିବେ । କ୍ୟାଟ୍ରିନା ଏବଂ ଶ୍ରୀରାମ ରାଘବନଙ୍କର ପ୍ରଥମ ତାମିଲ ଚଳଚ୍ଚିତ୍ର 'ମେରୀ ଖ୍ରୀଷ୍ଟମାସ' ଏବଂ ବିଜୟଙ୍କ ସହ ମଧ୍ୟ ସେ ପ୍ରଥମ ଥର ପାଇଁ ସ୍କ୍ରିନ୍‌ ସେୟାର କରିବାକୁ ଯାଉଛନ୍ତି କ୍ୟାଟ୍ରିନା । କ୍ୟାଟ୍ରିନା ଏବଂ ସେଥୁପଥୀଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ହିନ୍ଦୀ ସଂସ୍କରଣରେ ସଞ୍ଜୟ କପୁର, ବିନୟ ପାଠକ, ପ୍ରତୀମା କନ୍ନନ ଏବଂ ଟିନୁ ଆନନ୍ଦ ନଜର ଆସିବାକୁ ଥିବା ବେଳେ ତାମିଲ ସଂସ୍କରଣରେ ରାଧିକା ସରତକୁମାର, ଶାନମୁଗାରାଜା, କେଭିନ ଜୟ ବାବୁ ଏବଂ ରାଜେଶ ୱିଲିୟମ୍ସ ପ୍ରମୁଖ ଅଭିନୟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.