ETV Bharat / entertainment

ବିବାହକୁ ପୂରିଲା ୨ ବର୍ଷ, ଖାସ୍ ଅନ୍ଦାଜରେ ସ୍ବାମୀଙ୍କୁ ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

author img

By ETV Bharat Odisha Team

Published : Dec 10, 2023, 12:09 PM IST

Katrina Kaif Vicky Kaushal Wedding Anniversary: କ୍ୟାଟ୍ରିନା କୈଫ ବିକି କୌଶଲଙ୍କ ସହ ତାଙ୍କର ଦ୍ୱିତୀୟ ବିବାହ ବାର୍ଷିକୀରେ ଏକ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ପ୍ରିୟଙ୍କା ଚୋପ୍ରାଙ୍କ ସମେତ ଅନେକ ସେଲିବ୍ରିଟି ପ୍ରତିକ୍ରିୟାରେ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

କ୍ୟାଟ୍ରିନା କୈଫ ବିକି କୌଶଲ ବିବାହ ବାର୍ଷିକୀ
କ୍ୟାଟ୍ରିନା କୈଫ ବିକି କୌଶଲ ବିବାହ ବାର୍ଷିକୀ

ହାଇଦ୍ରାବାଦ: ବଲିଉଡର ଲୋକପ୍ରିୟ ଦମ୍ପତି ବିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ବିବାହକୁ ଦୁଇ ବର୍ଷ ବିତିଗଲାଣି । ୨୦୨୧ ମସିହା ଡିସେମ୍ବରରେ, ଏହି ଦମ୍ପତିଙ୍କ ରାଜସ୍ଥାନର ସୱାଇ ମାଧୋପୁରରେ ହାତଗଣ୍ଠି ପଡିଥିଲା । ବର୍ତ୍ତମାନ ଏହି ଦମ୍ପତିଙ୍କ ବିବାହକୁ ୨ ବର୍ଷ ବିତିଥିବା ବେଳେ ଏବେ ବି ବେଶ ସୁଖମୟ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି । ତେବେ ଏହି ଅବସରରେ କ୍ୟାଟ୍ରିନା ଏକ ରୋମାଣ୍ଟିକ ପୋଷ୍ଟ ସେୟାର କରି ସ୍ୱାମୀ ବିକିଙ୍କୁ ବିବାହ ବାର୍ଷିକୀ ଶୁଭେଚ୍ଛା ଜଣାଇଛନ୍ତି ।

ବିକି ଏବଂ କ୍ୟାଟ୍ରିନା ଶନିବାର ସେମାନଙ୍କର ଦ୍ୱିତୀୟ ବିବାହ ବାର୍ଷିକୀ ପାଳନ କରିଥିଲେ । ଏହି ବିଶେଷ ଅବସରରେ ସୋସିଆଲ ମିଡିଆରେ ଏହି ଦମ୍ପତି ପରସ୍ପରକୁ ନିଜ ନିଜ ଶୈଳୀରେ ଶୁଭକାମନା ଜଣାଇଛନ୍ତି । ଅଭିନେତା ତାଙ୍କ ପତ୍ନୀଙ୍କ ସହ ବିମାନର ଭିଡିଓ ସେୟାର କରିଥିବାବେଳେ କ୍ୟାଟ୍ରିନା ମଧ୍ୟରାତ୍ରିରେ ଏକ ରୋମାଣ୍ଟିକ ପୋଷ୍ଟ ସେୟାର କରିଛନ୍ତି । ଏହି ଫଟୋରେ କ୍ୟାଟ୍ରିନା ବିକିଙ୍କୁ ହଗ୍ କରି ସେଲ୍ଫି ନେଉଥିବା ନଜର ଆସିଛନ୍ତି । ଏହି ଫଟୋ ସେୟାର କରି ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, ମୋ ଲଭ୍ । ଏହାପରେ ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ କ୍ୟାଟ୍ରିନା ଏବଂ ବିକିଙ୍କୁ ସେମାନଙ୍କ ବିବାହ ବାର୍ଷିକୀ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଜୋନାସ୍ ପ୍ରତିକ୍ରିୟାରେ ହାର୍ଟ ଇମୋଜି ଦେଇଛନ୍ତି । ପ୍ରିୟଙ୍କାଙ୍କ ବ୍ୟତୀତ ଜୋୟା ଅଖତର, ଶ୍ୱେତା ବଚ୍ଚନଙ୍କ ସମେତ ଅନେକ ତାରକା ଏହି ଦମ୍ପତିଙ୍କୁ ଶୁଭକାମନା ଜଣାଇଛନ୍ତି ।

ସେପଟେ ବିକି କୌଶଲ ଶନିବାର ଦିନ ନିଜ ଇନଷ୍ଟାଗ୍ରାମରେ କ୍ୟାଟ୍ରିନା କୈଫଙ୍କ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଉଭୟ ବିମାନରେ ବସିଥିବାର ନଜର ଆସିଛନ୍ତି । ଏହି ସମୟରେ କ୍ୟାଟ୍ ନିଜ ସିଟରେ ବସି ଫାଇଟ୍ ଅଭିନୟ କରୁଥିବା ନଜର ଆସିଛନ୍ତି ଏବଂ ଭିକି ତାଙ୍କ ଭିଡିଓ ପ୍ରସ୍ତୁତ କରୁଛନ୍ତି । ଏହାସହ ସେ କ୍ୟାପସନରେ ଲେଖିଛନ୍ତି, ''ଉଡ଼ାଣରେ ଏବଂ ଜୀବନରେ ମନୋରଞ୍ଜନ ! ଲଭ ୟୁ ସୁନ୍ଦରୀ । ଏହାକୁ ସବୁଦିନ ପାଇଁ ଜାରି ରଖ ।''

ଏହା ମଧ୍ୟ ପଢନ୍ତୁ: ଭିକ୍ୟାଟଙ୍କ ଦ୍ବିତୀୟ ବିବାହ ବାର୍ଷିକୀ, ମନ ମିଶିବା ପଛରେ ଏହି ବ୍ୟକ୍ତି

ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଡିସେମ୍ବର ୧ରେ ରିଲିଜ ହୋଇଥିବା ବିକି କୌଶଲଙ୍କୁ ମେଘନା ଗୁଲଜାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ରୋନି ସ୍କ୍ରୁ'ଭାଲାଙ୍କ ଦ୍ୱାରା ନିର୍ମିତ ସାମ ବାହାଦୂରରେ ଦେଖିବାକୁ ମିଳିଛି । ଏଥିସହ ବିକିଙ୍କୁ ଶାହାରୁଖ ଖାନଙ୍କ ଫିଲ୍ମ ଡଙ୍କିରେ ମଧ୍ୟ ଦେଖିବାକୁ ମିଳିବ । ଯାହା ଡିସେମ୍ବର ୨୨ରେ ରିଲିଜ ହେବ । ସେପଟେ କ୍ୟାଟ୍ରିନାଙ୍କୁ ଟାଇଗର ୩ରେ ଦେଖିବାକୁ ମିଳିଛି । ଏହି ଫିଲ୍ମରେ ସେ ପୁଣିଥରେ ସଲମାନ ଖାନଙ୍କ ସହ ସ୍କ୍ରିନ୍‌ ସେୟାର କରିଛନ୍ତି । ଫିଲ୍ମରେ ତାଙ୍କ ଅଭିନୟ ପାଇଁ ପ୍ରଶଂସା ସାଉଁଟୁଛନ୍ତି । ଏଥିସହ ସେ ଆଗାମୀ ଫିଲ୍ମ ମେରୀ କ୍ରିସ୍‌ମାସ୍‌ରେ ନଜର ଆସିବେ । ଏହି ଫିଲ୍ମ ସହ କ୍ୟାଟ୍ରିନା ସାଉଥ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ସେ ସାଉଥ ତାରକା ବିଜୟ ସେଥୁପଥିଙ୍କ ସହ ନଜର ଆସିବେ । ଫିଲ୍ମ ଡିସେମ୍ବର ୮ ପରିବର୍ତ୍ତେ ୧୨ ଜାନୁଆରୀରେ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.