ହାଇଦ୍ରାବାଦ: 2022 ବର୍ଷ ଅଭିନୟ ଜଗତ ପାଇଁ ଖୁସିରେ ପରିପୂର୍ଣ୍ଣ । କେତେବେଳେ ସେଲିବ୍ରିଟିଙ୍କ ବିବାହ ଖବର ଆସୁଛି ତ ପୁଣି କେତେବେଳେ ଅଭିନେତ୍ରୀ ମାଆ ହେବା ଖବର ପ୍ରଶଂସକଙ୍କ ମୁହଁରେ ହସ ଫୁଟାଇ ଦେଉଛି । ଏଥି ସହିତ, ଚଳିତ ବର୍ଷ ଅନେକ ଅଭିନେତ୍ରୀ ମାଆ ହେବାକୁ ଯାଉଛନ୍ତି । ଏପଟେ ବଲିଉଡର ସବୁଠାରୁ ଲୋକପ୍ରିୟ ଦମ୍ପତି ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ସମୟରେ ଅଭିନେତ୍ରୀ ବିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। କୁହାଯାଉଛି କ୍ୟାଟ୍ରିନା କୈଫ ମାଆ ହେବାକୁ ଯାଉଛନ୍ତି। ଏହି ଖବର ସୋସିଆଲ ମିଡିଆରେ ତୀବ୍ର ଗତିରେ ଭାଇରାଲ ହେବାରେ ଲାଗିଛି ।
ବିମାନବନ୍ଦରରୁ କ୍ୟାଟ୍ରିନା କୈଫଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ସମୟରେ, କ୍ୟାଟ୍ରିନା ଏକ ଗୋଲାପୀ ରଙ୍ଗର ସୁଟ୍ ପିନ୍ଧିଥିଲେ ଏବଂ କମ୍ଫି ଲୁକରେ ନଜର ଆସିଥିଲେ। ଯାହା ପରେ ଗଣମାଧ୍ୟମରେ ଗର୍ଭବତୀ ଥିବା କଥା ଚର୍ଚ୍ଚା ହୋଇଥିଲା । କିନ୍ତୁ ଏହି ପ୍ରସଙ୍ଗରେ କେତେ ସତ୍ୟ ଅଛି, ଏହାକୁ କୁହାଯାଇପାରିବ ନାହିଁ । ତେଣୁ ଏହି ଖବର ସଂପୂର୍ଣ୍ଣ ଗୁଜବ ଅଟେ । କେତେକ ଗଣମାଧ୍ୟମ ରିପୋର୍ଟରେ କ୍ୟାଟ୍ରିନା କୈଫଙ୍କ ହାଲୁକା ବା ଢିଲା ପୋଷାକକୁ ନେଇ ଏହା କଳ୍ପନାଜଳ୍ପନା କରାଯାଉଛି କି, ଅଭିନେତ୍ରୀ କିଛି ଲୁଚାଉଛନ୍ତି।
- " class="align-text-top noRightClick twitterSection" data="
">
ଆପଣଙ୍କୁ କହିରଖୁଛୁ, କ୍ୟାଟ୍ରିନା କୈଫ ଗତ ବର୍ଷ 9 ଡିସେମ୍ବର 2021ରେ ଅଭିନେତା ବିକି କୌଶଲଙ୍କ ସହ ରାଜସ୍ଥାନରେ ଏକ ରାଜକୀୟ ବିବାହ କରିଥିଲେ। ରିଲେସନସିପ୍ର ତିନି ବର୍ଷର ସମ୍ପର୍କ ପରେ ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ବିବାହ କରିଥିଲେ। ବିବାହ ପରଠାରୁ କ୍ୟାଟ୍ରିନା କୈଫ ସ୍ୱାମୀ ବିକି କୌଶଲଙ୍କ ସହ ରୋମାଣ୍ଟିକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରୁଛନ୍ତି । କ୍ୟାଟ୍ରିନାଙ୍କ କାମ ବିଷୟରେ କହିବା ତ, ସେ ସଲମାନ ଖାନଙ୍କ ସହ ଫିଲ୍ମ 'ଟାଇଗର 3'ରେ ନଜର ଆସିବେ । ଅଭିନେତ୍ରୀ ଫିଲ୍ମ 'ମେରୀ ଖ୍ରୀଷ୍ଟମାସ' ବିଷୟରେ ମଧ୍ୟ ଆଲୋଚନା କରୁଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ