ETV Bharat / entertainment

Aashiqui 3ରେ କାର୍ତ୍ତିକ ଆର୍ଯ୍ୟନ୍‌, ଅନୁରାଗ ବସୁଙ୍କ ସହ କରିବେ କାମ

author img

By

Published : Sep 5, 2022, 10:43 AM IST

କାର୍ତ୍ତିକ ଆର୍ଯ୍ୟନ ନିର୍ଦ୍ଦେଶକ ଅନୁରାଗ ବସୁଙ୍କ ଫିଲ୍ମ ଆଶିକି 3 ( Aashiqui 3)ରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଅଭିନେତା ନିଜେ ସୋସିଆଲ ମିଡିଆ ହ୍ୟାଣ୍ଡେଲ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

Aashiqui 3ରେ କାର୍ତ୍ତିକ ଆର୍ଯ୍ୟନ୍‌, ଅନୁରାଗ ବସୁଙ୍କ ସହ କରିବେ କାମ
Aashiqui 3ରେ କାର୍ତ୍ତିକ ଆର୍ଯ୍ୟନ୍‌, ଅନୁରାଗ ବସୁଙ୍କ ସହ କରିବେ କାମ

ହାଇଦ୍ରାବାଦ: 'ଭୁଲ ଭୁଲେୟାଁ ୨'ର ସଫଳତା ପରଠୁ କାର୍ତ୍ତିକ ଆର୍ଯ୍ୟନ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମ ବକ୍ସ ଅଫିସରେ ହିଟ୍‌ ପ୍ରମାଣିତ ହୋଇଥିଲା । ସେବେଠାରୁ କାର୍ତ୍ତିକ ଆର୍ଯ୍ୟନଙ୍କ ହାତରେ ଅନେକ ଫିଲ୍ମ ଅଛି । ନିକଟରେ ଅଭିନେତା ତାଙ୍କ ଚଳଚ୍ଚିତ୍ର 'ସତ୍ୟ ପ୍ରେମ କି କଥା'ର ସୁଟିଂ ଆରମ୍ଭ କରିଥିଲେ। ଏଥିସହିତ ବର୍ତ୍ତମାନ ଖବର ଆସୁଛି ଯେ, କାର୍ତ୍ତିକ ନିର୍ଦ୍ଦେଶକ ଅନୁରାଗ ବସୁଙ୍କ ଫିଲ୍ମ 'ଆଶିକି 3' (Aashiqui 3)ରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଅଭିନେତା ନିଜେ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛନ୍ତି ।

ମିଡିଆ ରିପୋର୍ଟ ଅନୁଯାୟୀ ଅନୁରାଗ ବସୁ କାର୍ତ୍ତିକ ଆର୍ଯ୍ୟନଙ୍କୁ ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ ସାଇନ୍‌ କରିଛନ୍ତି । ଏହା ଏକ ପ୍ରେମ କାହାଣୀ ହେବ, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଦର୍ଶିତ ହୋଇଥିବା ସମସ୍ତ ଚଳଚ୍ଚିତ୍ରଠାରୁ ଭିନ୍ନ ହେବ । କୁହାଯାଉଛି ଯେ ଏହି ଚଳଚ୍ଚିତ୍ରରେ ଅନୁରାଗଙ୍କ ସହ କାମ କରି କାର୍ତ୍ତିକ ଆର୍ଯ୍ୟନ ମଧ୍ୟ ତାଙ୍କ ଦକ୍ଷତା ବୃଦ୍ଧି କରିବାର ସୁଯୋଗ ପାଇବେ ।

କାର୍ତ୍ତିକ ଆର୍ଯ୍ୟନଙ୍କ କାମ ବିଷୟରେ କହିବାକୁ ଗଲେ ତାଙ୍କୁ କ୍ରିତି ସାନନଙ୍କ ସହ 'ଶେହଜାଦା'ରେ ଦେଖିବାକୁ ମିଳିବ । ଏହା ବ୍ୟତୀତ ସେ କିଆରାଙ୍କ ସହ 'ସତ୍ୟ ପ୍ରେମ କି କଥା' କରୁଛନ୍ତି । ସେ ଏହା ପୂର୍ବରୁ ଉଭୟ କ୍ରିତି ଏବଂ କିଆରାଙ୍କ ସହ ଫିଲ୍ମ କରିଛନ୍ତି । ଏଥି ସହିତ ଚଳିତ ବର୍ଷ ଆସିଥିବା ତାଙ୍କ ଫିଲ୍ମ 'ଭୁଲ ଭୁଲେୟାଁ ୨'କୁ ଦର୍ଶକମାନେ ଭଲ ପାଇବା ଦେଇଥିଲେ ।

ଅନୁରାଗ ବସୁଙ୍କ ବିଷୟରେ କଥାବାର୍ତ୍ତା କରିବା ତ, ସେ ଅନେକ ମହାନ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ତାଙ୍କର ଶେଷ ଚଳଚ୍ଚିତ୍ର 'ଲୁଡୋ' 2020 ରେ ଆସିଥିଲା, ଯାହାକୁ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ । ଏହି ଚଳଚ୍ଚିତ୍ରରେ ଅଭିଷେକ ବଚ୍ଚନ, ରାଜକୁମାର ରାଓ, ଫତିମା ସାନା ଶେଖ, ପଙ୍କଜ ତ୍ରିପାଠୀ ଏବଂ ସାନ୍ୟା ମଲହୋତ୍ରାଙ୍କ ସହ ଅନେକ ତାରକା ଅଭିନୟ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.