ETV Bharat / entertainment

Satyaprem Ki Katha: 10ଦିନରେ ବଜେଟ କଲେକ୍ସନ କଲା କାର୍ତ୍ତିକ ଏବଂ କିଆରାଙ୍କ ଫିଲ୍ମ

author img

By

Published : Jul 9, 2023, 3:31 PM IST

କାର୍ତ୍ତିକ ଆର୍ଯ୍ୟନ୍ ଏବଂ କିଆରା ଆଡଭାନୀଙ୍କ ଫିଲ୍ମ 'ସତ୍ୟପ୍ରେମ କି କଥା' ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି । 10ଦିନ ମଧ୍ୟରେ ଫିଲ୍ମ ବଜେଟ କଲେକ୍ସନ କରିବାରେ ସଫଳ ହୋଇଛି । ଅଧିକ ପଢନ୍ତୁ

10ଦିନରେ ବଜେଟ ମୂଲ୍ୟ ଆୟ କଲା କାର୍ତ୍ତିକ ଏବଂ କିଆରାଙ୍କ ଫିଲ୍ମ

ହାଇଦ୍ରାବାଦ: ସମୀର ବିଦ୍ବାନ୍ସଙ୍କ ନିର୍ଦ୍ଦେଶିତ ଫିଲ୍ମ 'ସତ୍ୟପ୍ରେମ କି କଥା' ବଜେଟ କଲେକ୍ସନ କରିବାରେ ସଫଳ ହୋଇଛି । 60 କୋଟି ଟଙ୍କାରେ ନିର୍ମିତ 'ସତ୍ୟପ୍ରମ କି କଥା'ର ବର୍ତ୍ତମାନ ବଜେଟରୁ ଅଧିକ କଲେକ୍ସନ କରିଛି । ଏହି ଫିଲ୍ମ ଜରିଆରେ କାର୍ତ୍ତିକ ଆର୍ଯ୍ୟନ୍ ଏବଂ କିଆରା ଆଡଭାନୀଙ୍କ ଯୋଡ଼ି ପୁଣି ଥରେ ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଛନ୍ତି । 10ଦିନ ମଧ୍ୟରେ ଫିଲ୍ମ 60 କୋଟିରୁ ଅଧିକ ଆୟ କରିଛି । ବର୍ତ୍ତମାନ ଫିଲ୍ମର ମୋଟ କଲେକ୍ସନ 60.90 କୋଟିକୁ ବୃଦ୍ଧି ପାଇଛି ।

ସୂଚନା ଅନୁସାରେ, 'ସତ୍ୟପ୍ରମ କି କଥା' ପ୍ରଥମ ସପ୍ତାହ ଅପେକ୍ଷା ଦ୍ବିତୀୟ ସପ୍ତାହରେ ଫିଲ୍ମର ଆୟ କ୍ରମଶଃ ହ୍ରାସ ସତ୍ତ୍ବେ ଫିଲ୍ମଟି ନିଜ ବଜେଟ ମୂଲ୍ୟ କଲେକ୍ସନ କରିଛି । ଫିଲ୍ମଟି 10ମ ଦିନରେ 4 କୋଟି ଆୟ କରିଛି । ଏହାକୁ ମିଶାଇ ଫିଲ୍ମଟି 10 ଦିନ ମଧ୍ୟରେ ମୋଟ 60.90 କୋଟି ଟଙ୍କା ସଂଗ୍ରହ କରିଛି । ଫିଲ୍ମର ବଜେଟ୍ 60 କୋଟି ହୋଇଥିବା ବେଳେ ଏହା ବର୍ତ୍ତମାନ 60 କୋଟିରୁ ଅଧିକ ଆୟ କରିପାରିଛି । ଫିଲ୍ମ ଏଭଳି ସଫଳତା ହାସଲ କରେ ତେବେ ଆଉ 10ଦିନ ମଧ୍ୟରେ 70-80 କୋଟି ସଂଗ୍ରହ କରିପାରେ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ଇକୋନୋମି କ୍ଲାସରେ ଯାତ୍ରା କଲେ କାର୍ତ୍ତିକ ଆର୍ଯ୍ୟନ, ଫ୍ୟାନ୍ସ କଲେ ଟ୍ରୋଲ

ବକ୍ସ ଅଫିସ କଲେକ୍ସନ: 'ସତ୍ୟପ୍ରେମ କି କଥା'

  • ପ୍ରଥମ ଦିନ (ଜୁନ 29, ଗୁରୁବାର)- 9.25 କୋଟି ଟଙ୍କା
  • ଦ୍ୱିତୀୟ ଦିନ (ଜୁନ 30, ଶୁକ୍ରବାର)- 7 କୋଟି ଟଙ୍କା
  • ତୃତୀୟ ଦିନ- (ଜୁଲାଇ 1, ଶନିବାର)- 10.1 କୋଟି ଟଙ୍କା
  • ଚତୁର୍ଥ ଦିନ- (ଜୁଲାଇ 2, ରବିବାର)- 12.15 କୋଟି ଟଙ୍କା
  • ପଞ୍ଚମ ଦିନ- (ଜୁଲାଇ 3, ସୋମବାର)- 4 କୋଟି ଟଙ୍କା
  • ଷଷ୍ଠ ଦିନ-(ଜୁଲାଇ 4, ମଙ୍ଗଳବାର)- 4.5 କୋଟି ଟଙ୍କା
  • ସପ୍ତମ ଦିନ-(ଜୁଲାଇ 5, ବୁଧବାର)-3.85 କୋଟି ଟଙ୍କା
  • ଅଷ୍ଟମ ଦିନ-(ଜୁଲାଇ 6, ଗୁରୁବାର)-2.70 କୋଟି ଟଙ୍କା
  • ନବମ ଦିନ-(ଜୁଲାଇ 7, ଶୁକ୍ରବାର)-2.85 କୋଟି ଟଙ୍କା
  • ଦଶମ ଦିନ-(ଜୁଲାଇ 8, ଶନିବାର)-4.85 କୋଟି ଟଙ୍କା

ଫିଲ୍ମର ମୋଟ ସଂଗ୍ରହ 60.90 କୋଟି ଟଙ୍କାକୁ ବୃଦ୍ଧି ପାଇଛି

ସୂଚନା ଥାଉ କି, ଫିଲ୍ମର ଏଭଳି ସଫଳତା ଉପଭୋଗ କରିବା ସହ କାର୍ତ୍ତିକ ଆର୍ଯ୍ୟନ ମୁମ୍ବାଇରେ କୋଟିକୋଟି ମୂଲ୍ୟର ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଛନ୍ତି । କାର୍ତ୍ତିକ ଆର୍ଯ୍ୟନ ଜୁହୁର ପ୍ରେସିଡେନ୍ସି କୋ-ଅପରେଟିଭ୍ ହାଉସିଂ ସୋସାଇଟିରେ ନିଜ ପାଇଁ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଛନ୍ତି । ରିପୋର୍ଟ ଅନୁଯାୟୀ, ଅଭିନେତାଙ୍କ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟର ଦାମ 17.50 କୋଟି ଟଙ୍କା । ଫ୍ଲାଟର ଏରିଆ ପ୍ରାୟ 1916 ବର୍ଗଫୁଟ ରହିଛି ।

ତେବେ ସାଜିଦ ନାଦିଆଡୱାଲା ନିର୍ମିତ ଏହି ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ୍ ଏବଂ କିଆରା ଆଡଭାନୀଙ୍କ ପ୍ରେମକାହାଣୀକୁ ଖୁବ ସୁନ୍ଦର ଭାବେ ଦର୍ଶାଯାଇଛି । କାର୍ତ୍ତିକ ଆର୍ଯ୍ୟନ୍ ଫିଲ୍ମରେ ସତ୍ୟପ୍ରେମ ଅଗ୍ରୱାଲ ଭୂମିକାରେ ଅଭିନୟ କରିଛନ୍ତି । ଏଥି ସହିତ କିଆରା ଆଡଭାନୀ ଏହି ଫିଲ୍ମରେ କଥା କପାଡିଆ ଭୂମିକାରେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ର ସତ୍ୟପ୍ରେମ ଏବଂ କଥାଙ୍କ ଅନନ୍ୟ ପ୍ରେମ କାହାଣୀ ଉପରେ ଆଧାରିତ । କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀଙ୍କ ବ୍ୟତୀତ ସୁପ୍ରିୟା ପାଠକ କପୁର, ଗଜରାଜ ରାଓ, ସିଦ୍ଧାର୍ଥ ରନ୍ଧେରିଆ, ଅନୁରାଧା ପଟେଲ, ରାଜପାଲ ଯାଦବ, ନିର୍ମିତ ସାୱନ୍ତ ଏବଂ ଶିଖା ତଲସାନିଆ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.