ETV Bharat / entertainment

୫ ବର୍ଷ ଲିଭ ଇନରେ ରହିବା ପରେ ସୈଫଙ୍କୁ ବିବାହ କରିଥିଲେ ବେବୋ, ଖୁଲାସା କଲେ ଅଭିନେତ୍ରୀ

author img

By ETV Bharat Odisha Team

Published : Nov 14, 2023, 3:38 PM IST

କରୀନା କପୁର ଖାନ ବିବାହ ପୂର୍ବରୁ ସୈଫ ଅଲି ଖାନଙ୍କ ସହ ଲିଭ ଇନରେ ରହୁଥିଲେ । ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି ବେବୋ । ଅଧିକ ପଢନ୍ତୁ,

୫ ବର୍ଷ ଲିଭ ଇନରେ ରହିବା ପରେ ସୈଫଙ୍କୁ ବିବାହ କରିଥିଲେ ବେବୋ, ଖୁଲାସା କଲେ ଅଭିନେତ୍ରୀ
୫ ବର୍ଷ ଲିଭ ଇନରେ ରହିବା ପରେ ସୈଫଙ୍କୁ ବିବାହ କରିଥିଲେ ବେବୋ, ଖୁଲାସା କଲେ ଅଭିନେତ୍ରୀ

ହାଇଦ୍ରାବାଦ: ବଲିଉଡର ସବୁଠାରୁ ଲୋକପ୍ରିୟ ସେଲିବ୍ରିଟି ଦମ୍ପତିମାନଙ୍କ ମଧ୍ୟରୁ କରୀନା କପୁର ଖାନ ଏବଂ ସୈଫ ଅଲି ଖାନ ଅନ୍ୟତମ । ଏହି ଦମ୍ପତିଙ୍କ ଜଣେ ୬ ବର୍ଷର ପୁଅ ତୈମୁର ଏବଂ ଦୁଇ ବର୍ଷର ପୁଅ ଜେହ ରହିଛନ୍ତି । କରୀନା ଏବଂ ସୈଫ ୨୦୧୨ ମସିହାରେ ବିବାହ କରିଥିଲେ । ତେବେ ବେବୋ ସୈଫଙ୍କୁ ବିବାହ କରିବାର ନିଷ୍ପତ୍ତି ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ବିବାହ ପୂର୍ବରୁ ଏହି ଦମ୍ପତି ମଧ୍ୟ ୫ ବର୍ଷ ଲିଭଇନରେ ରହିଥିଲେ ।

କରୀନା ସୈଫଙ୍କୁ ବିବାହ କରିବାକୁ କାହିଁକି ନିଷ୍ପତ୍ତି ନେଲେ?

ଏକ ସାକ୍ଷାତକାରରେ କରୀନା କପୁର ଖାନ କହିଛନ୍ତି, "ଆପଣ ବର୍ତ୍ତମାନ ବିବାହ କରିବାର କାରଣ ହେଉଛି କେବଳ ସନ୍ତାନ ଜନ୍ମ କରିବା, ଠିକ୍ ? ମୁ କହିବାର ଅର୍ଥ, ଅନ୍ୟଥା ତୁମେ କେବଳ ଏକାଠି ରହିପାରିବ । ସୈଫ ଏବଂ ମୁଁ 5 ବର୍ଷ ଲିଭଇନରେ ରହୁଥିଲେ । ପରେ ସନ୍ତାନ ଆଶା ନେଇ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲୁ ।"

ପିତାମାତା ବିଷୟରେ କରୀନା କପୁର ଖାନ କ’ଣ କହିଛନ୍ତି?

ପିତାମାତାଙ୍କ ବିଷୟରେ ନିଜର ମତାମତ ସେୟାର କରି କରିନା କପୁର ଖାନ କହିଛନ୍ତି, "ସୈଫ ଆମ ଦୁଇ ପୁଅ ଜେହ ଏବଂ ତୈମୁର ଅଲି ଖାନଙ୍କୁ ବ୍ୟକ୍ତିଗତ ଭାବରେ ଅଲଗା ଅଲଗା ଟ୍ରିଟ୍‌ କରନ୍ତି । ସେମାନଙ୍କୁ ସମ୍ମାନ ଦିଅନ୍ତି । ପିଲାମାନେ ବହୁତ ନୀରିହ ଅଟନ୍ତି । ସେମାନେ ସେମାନଙ୍କର ନିଜସ୍ୱ ରାସ୍ତା ଖୋଜିବା ପାଇଁ ବି ସକ୍ଷମ ଅଟନ୍ତି ।"

ଏହା ମଧ୍ୟ ପଢନ୍ତୁ: ବୟସ ବ୍ୟବଧାନକୁ ନେଇ ଟ୍ରୋଲରଙ୍କୁ କରୀନାଙ୍କ ଜବାବ୍‌, କହିଲେ- ସୈଫ୍‌ ପୂର୍ବ ଅପେକ୍ଷା ହଟ୍‌ ଦେଖାଯାଉଛନ୍ତି

କରୀନା କପୁର ଖାନଙ୍କ ୱାର୍କଫ୍ରଣ୍ଟ୍‌ କଥା କହିବାକୁ ଗଲେ, ଏହି ଅଭିନେତ୍ରୀ ନିକଟରେ ସୁଜୟ ଘୋଷଙ୍କ 'ଜାନେ ଜାନ' ସହ OTT ଡେବ୍ୟୁ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କୁ ବିଜୟ ବର୍ମା ଏବଂ ଜୟଦୀପ ଅହଲୱତଙ୍କ ସହ ଦେଖିବାକୁ ମିଳିଥିଲା । ସେ ହଂଶଲ ମେହେତାଙ୍କ 'ଦ ବକିଙ୍ଗହମ୍ ମର୍ଡର୍ସ'ରେ ମଧ୍ୟ କାମ କରିଛନ୍ତି । ଏହା 67ତମ BFI ଲଣ୍ଡନ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇଥିଲା । କରୀନା ଖୁବ୍ ଶୀଘ୍ର 'ଦ କ୍ରୁ'ରେ ତବୁ, କ୍ରିତି ସାନନ୍ ଏବଂ ଦିଲଜିତ ଦୋସାଞ୍ଜଙ୍କ ସହ ସ୍କ୍ରିନ୍ ସେୟାର କରୁଥିବା ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.