ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାନ ବି-ଟାଉନର ଏକ ଜଣାଶୁଣା ନାମ । କରୀନା ନିଜ କ୍ୟାରିୟରରେ ଏ ପର୍ଯ୍ୟନ୍ତ ଅନେକ ହିଟ୍ ଫିଲ୍ମରେ କାମ କରି ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେ ତାଙ୍କ ଅଭିନୟ ସହିତ ନିଜ ଫ୍ୟାଶନ ଲୁକ୍ ପାଇଁ ପ୍ରଶଂସକଙ୍କ ମନ କିଣିନେଇଥାନ୍ତି । ସୋମବାର ବେବୋ ପୁଣିଥରେ ତାଙ୍କ ଷ୍ଟାଇଲିସ୍ ଲୁକ୍ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ନିକଟରେ କରୀନା ଜୟପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେ ଏକ ସୁନେଲୀ ରଙ୍ଗର ଡ୍ରେସ୍ ପିନ୍ଧିଥିଲେ । ଅଭିନେତ୍ରୀ ତାଙ୍କର ଏହି ଗୋଲ୍ଡେନ୍ ଲୁକ୍କୁ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଥିଲେ ।
କରୀନା କପୁର ଗତକାଲି ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଗୋଲ୍ଡେନ ଡ୍ରେସ୍ରେ ଅନେକ ଫଟୋ ପୋଷ୍ଟ କରିଛନ୍ତି । ଆଉ କ୍ୟାପସନରେ ହଳଦିଆ ହାର୍ଟ ସହ ରାଲ୍ଫ ଲରେନର ପ୍ରଶଂସା କରିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି ଯେ, 'ଏହି ବ୍ରାଣ୍ଡର କୌଣସି ବି ଡ୍ରେସ ପରିଧାନ କରିବା ପାଇଁ ସ୍ୱତନ୍ତ୍ର ସମୟର ଆବଶ୍ୟକ ନାହିଁ । କାର୍ମିକ ମହିଳାଙ୍କ ପୋଲୋ ସାର୍ଟ, ଦାମୀ ସ୍ବେଟର, କ୍ଲାସିକ୍ ବ୍ଲାକ୍ ଡ୍ରେସ ପରିଧାନ କରିବା ମୋ ପାଇଁ ଆରାମଦାୟକ । ଏହି ବ୍ରାଣ୍ଡର ସମସ୍ତ ପୋଷାକ ମୋ ପରିବାରର ମଧ୍ୟ ପ୍ରିୟ ।'
ଫଟୋରେ ବେବୋ ଏକ ଷ୍ଟ୍ରାପଲେସ୍ ମେଟାଲିକ୍ ଗାଉନ୍ ଏବଂ ଗ୍ଲାମର ମେକଅପରେ ସୁନ୍ଦର ଦେଖାଯାଉଛନ୍ତି । ଏଥିସହ କରୀନା ଷ୍ଟେଟମେଣ୍ଟ ହୀରା କାନଫୁଲ ଏବଂ ଅନେକ ରିଙ୍ଗ ସହିତ ତାଙ୍କୁ ଦେଖିବାକୁ ମିଳିଥିଲା । କରୀନା କପୁର ଗୋଲ୍ଡେନ ଗାଉନରେ କୌଣସି ଅପସରାଠାରୁ କମ୍ ଲାଗୁ ନଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ, ତାଙ୍କର ଏହି ଗୋଲ୍ଡେନ ଗାଉନର ମୂଲ୍ୟ ବହୁତ ଦାମୀ ଥିବା ଜଣାପଡିଛି । ଏହି ରାଲ୍ଫ ଲରେନ୍ ବ୍ରାଣ୍ଡେଡ୍ ଗାଉନର ମୂଲ୍ୟ ହେଉଛି 4,96,000 ଟଙ୍କା ।
ଏହା ମଧ୍ୟ ପଢନ୍ତୁ-୫ ବର୍ଷ ଲିଭ ଇନରେ ରହିବା ପରେ ସୈଫଙ୍କୁ ବିବାହ କରିଥିଲେ ବେବୋ, ଖୁଲାସା କଲେ ଅଭିନେତ୍ରୀ
କରୀନାଙ୍କ ୱାର୍କ୍ଫ୍ରଣ୍ଟ୍ କଥା କହିବାକୁ ଗଲେ,ହସଂଲ ମେହେତାଙ୍କ ନିର୍ଦ୍ଦେଶିତ 'ଦ ବକିଙ୍ଗହମ୍ ମର୍ଡର' ରେ ବେବୋଙ୍କୁ ଦେଖିବାକୁ ମିଳିବ। ନିକଟରେ BFI ଲଣ୍ଡନ ଚଳଚ୍ଚିତ୍ର ମହୋତ୍ସବରେ ଏହାର ପ୍ରିମୟର ହୋଇଥିଲା । ସେ ତବୁ ଏବଂ କ୍ରିତି ସାନନ୍ଙ୍କ ସହ ଦ କ୍ରୁରେ ମଧ୍ୟ ନଜର ଆସିବେ । ଏହା ବ୍ୟତୀତ ସେ ରୋହିତ ଶେଟ୍ଟୀଙ୍କ ଫିଲ୍ମ ସିଘଂମ ଏଗେନ୍ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।