ETV Bharat / entertainment

Singham Again: କରୀନାଙ୍କ ପ୍ରଥମ ଲୁକ୍‌ ଆଉଟ, ଗନ ଧରିଥିବା ନଜର ଆସିଲେ

author img

By ETV Bharat Odisha Team

Published : Nov 9, 2023, 11:06 AM IST

ସିଙ୍ଘମ ଏଗେନରୁ କରୀନା କପୁର ଖାନଙ୍କ ପ୍ରଥମ ଲୁକ ସାମ୍ନାକୁ ଆସିଛି । ଯେଉଁଥିରେ ଅଭିନେତ୍ରୀ ହାତରେ ବନ୍ଧୁକ ଧରି ଥିବାର ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Singham Again
Singham Again

ହାଇଦ୍ରାବାଦ: ରୋହିତ ସେଟ୍ଟୀ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ସିଙ୍ଘମ ଏଗେନ୍‌' ବିଷୟରେ ପ୍ରତିଦିନ କିଛି ନା କିଛି ଅପଡେଟ୍ ସେୟାର କରୁଛନ୍ତି । ଯାହାକୁ ନେଇ ଫ୍ୟାନ୍ସମାନେ ବେଶ ଉତ୍ସାହିତ ରହିଛନ୍ତି । ନିକଟରେ ଏହି ଫିଲ୍ମରୁ ବଲିଉଡ୍‌ର ଅକ୍ଷୟ କୁମାରଙ୍କ ପ୍ରଥମ ଲୁକ୍ ପ୍ରକାଶ ପାଇଥିବା ବେଳେ ବର୍ତ୍ତମାନ ଅଭିନେତ୍ରୀ କରୀନା କପୁର ଖାନଙ୍କ ପ୍ରଥମ ଲୁକ୍ ସେୟାର କରାଯାଇଛି । ତେବେ ରୋହିତ ସେଟ୍ଟୀଙ୍କ ଏହି ଚଳଚ୍ଚିତ୍ରରେ ଅନେକ ଷ୍ଟାର ଆକ୍ସନ କରୁଥିବାର ଦେଖିବାକୁ ମିଳିବ ।

ରୋହିତ ସେଟ୍ଟୀ 'ସିଙ୍ଘମ ଏଗେନ'ରୁ କରୀନା କପୁରଙ୍କ ପ୍ରଥମ ଲୁକ ସେୟାର କରି ଲେଖିଛନ୍ତି ଯେ, ସିଙ୍ଘମ ପଛରେ ଥିବା ଶକ୍ତି ଅବନୀ ବାଜିରାଓ ସିଙ୍ଘମଙ୍କୁ ଭେଟନ୍ତୁ । ଆମେ ୨୦୦୭ରେ ପ୍ରଥମ ଥର ପାଇଁ ଏକାଠି କାମ କରିଥିଲୁ । ବର୍ତ୍ତମାନ ପର୍ଯ୍ୟନ୍ତ ତିନୋଟି ବ୍ଲକବଷ୍ଟର୍ ଫିଲ୍ମ କରିଛୁ । ଗୋଲମାଲ୍ ରିଟର୍ନସ୍, ଗୋଲମାଲ୍ 3 ଏବଂ ସିଙ୍ଘମ ରିଟର୍ନସ୍ । ଆଉ ବର୍ତ୍ତମାନ ଆମର ଚତୁର୍ଥ ପ୍ରୋଜେକ୍ଟ ସିଙ୍ଘମ ଏଗେନ୍‌ରେ ଏକାଠି କାମ କରୁଛୁ । କିନ୍ତୁ ୧୬ ବର୍ଷ ମଧ୍ୟରେ କିଛି ବି ବଦଳିନି । ବେବୋ ଆଜି ବି ସେମିତି ଅଛନ୍ତି ସରଳ ଏବଂ ପରିଶ୍ରମୀ ରହିଛନ୍ତି ।

ଏହାପୂର୍ବରୁ ଦୀପିକା ପାଦୁକୋନ ଫିଲ୍ମ ନିର୍ମାତା ରୋହିତ ସେଟ୍ଟୀ ଏବଂ ଫିଲ୍ମର ମୁଖ୍ୟ ଅଭିନେତା ଅଜୟ ଦେବଗନଙ୍କ ସହ ଷ୍ଟାର ସ୍ୱାମୀଙ୍କ ପ୍ରଥମ ଲୁକ ସେୟାର କରିଥିଲେ। ଦୀପିକା ତାଙ୍କ ସ୍ୱାମୀ ଅର୍ଥାତ ବଲିଉଡ ଅଭିନେତା ରଣଭୀର ସିଂଙ୍କ ପ୍ରଥମ ଲୁକ୍ ସିଙ୍ଘମ ଫିଲ୍ମରୁ ସେୟାର କରି ଲେଖିଥିଲେ, ସିଙ୍ଘମ୍ ଏଗେନ୍‌, ରଣଭୀର ସିଂ । ସେହିପରି ରୋହିତ ସେଟ୍ଟୀ ରଣଭୀର ସିଂଙ୍କ ପୋଷ୍ଟର ରିଲିଜ କରି ଲେଖିଥିଲେ, ଆମ ସମସ୍ତଙ୍କ ପ୍ରିୟ ସିମ୍ବା ପୁଣିଥରେ ଫେରିଛନ୍ତି । ଏଥିସହ ଅଜୟ ଦେବଗନ୍ ଲେଖିଥିଲେ, ଆଲାରେ ଆଲା, ସିମ୍ବା ଆଲା, ସିଙ୍ଘମ ଏଗେନ୍‌ରୁ ରଣଭୀର ସିଂଙ୍କ ପ୍ରଥମ ଲୁକ ଆଉଟ୍‌ ।

ଏପର୍ଯ୍ୟନ୍ତ ଅକ୍ଷୟ କୁମାର, ଦୀପିକା ପାଦୁକୋନ, ଟାଇଗର ଶ୍ରଫ ଏବଂ ରଣଭୀର ସିଂଙ୍କ ପ୍ରଥମ ଲୁକ୍‌ ସିଙ୍ଘମରୁ ଏଗେନରୁ ସେୟାର କରାଯାଇଛି । ବର୍ତ୍ତମାନ ସିଙ୍ଘମ ଏଗେନର ଫ୍ୟାନ୍ସମାନେ ଅଜୟ ଦେବଗାନଙ୍କ ପ୍ରଥମ ଲୁକ୍ ପାଇଁ ଅପେକ୍ଷା କରିଛନ୍ତି । ଏହି ଚଳଚ୍ଚିତ୍ରରେ ବିକି କୌଶଲ ମଧ୍ୟ ଅଭିନୟ କରିଥିବା ନେଇ ସୂଚନା ମିଳିଛି । ପ୍ରକାଶ ଥାଉକି, ଆକ୍ସନ୍ ଏବଂ ଥ୍ରୀଲର ଚଳଚ୍ଚିତ୍ର ସିଙ୍ଘମ ଏଗେନ୍‌ 2024 ମସିହା ଅଗଷ୍ଟ 15 ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏଥି ସହିତ ସାଉଥ୍‌ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଚଳଚ୍ଚିତ୍ର ପୁଷ୍ପା ୨ ମଧ୍ୟ ଏହି ଦିନ ମୁକ୍ତିଲାଭ କରିବ । ଏଭଳି ପରିସ୍ଥିତିରେ ବକ୍ସ ଅଫିସରେ ସିଙ୍ଘମ ଏଗେନ ଏବଂ ପୁଷ୍ପା ଚଳଚ୍ଚିତ୍ର ମଧ୍ୟରେ କଡ଼ା ପ୍ରତିଯୋଗିତା ହେବା ନେଇ ଫିଲ୍ମ କ୍ରିଟିକ୍‌ ଆକଳନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.