ମୁମ୍ବାଇ: ସବୁଠି ନୂଆବର୍ଷକୁ ଧୁମଧାମରେ ସ୍ବାଗତ କରାଯାଇଛି । ବିଭିନ୍ନ ସେଲିବ୍ରିଟି ନିଜ ନିଜ ଅନ୍ଦାଜରେ ଫ୍ୟାନ୍ସଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇବା ସହିତ ସେଲିବ୍ରେଟ କରିଛନ୍ତି । ଏହି କ୍ରମରେ ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ସ୍ୱାମୀ ସୈଫ ଅଲି ଖାନଙ୍କ ସହ ଏକ ରୋମାଣ୍ଟିକ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି ।
ନୂଆବର୍ଷରେ କରୀନା କପୁର ଖାନ ନିଜର ଇନଷ୍ଟାଗ୍ରାମରେ ସ୍ବାମୀ ସୈଫ ଅଲି ଖାନଙ୍କ ସହିତ ଏକ ଫଟୋ ସେୟାର କରିଥିଲେ । ଫଟୋରେ ବେବୋ ରଙ୍ଗବେରଙ୍ଗର ଏକ ସାର୍ଟ ପିନ୍ଧିଥିବା ବେଳେ ସୈଫଙ୍କୁ ସୁଟରେ ଦେଖିବାକୁ ମିଳିଛି । ଏଥିସହ କରୀନା ନୀଳ ରଙ୍ଗର ସନଗ୍ଲାସ୍ ପିନ୍ଧିଛନ୍ତି ଯାହା ଖୁବ ଷ୍ଟାଇଲିସ ଦେଖାଯାଉଛି । ତେବେ କରୀନା ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, '' ଇନ ମାଇଁ ପିଜେ ଓ୍ବିଥ ମାଇଁ ମ୍ୟାନ ଇନ ଏ ଡିଜେ... ଏହା ସବୁଠାରୁ ଭଲ ରାତି ଥିଲା... 2024ରେ ସମସଙ୍କୁ ସୁଖ ଏବଂ ଶାନ୍ତି ମିଳୁ... ନୂତନ ବର୍ଷର ଶୁଭେଚ୍ଛା ସମସ୍ତଙ୍କୁ...' ତେବେ ପୂର୍ବରୁ ଅଭିନେତ୍ରୀ କରୀନା ତାଙ୍କ ଛୁଟି ଦିନର କିଛି ଫଟୋ ସେୟାର କରିଥିଲେ । ଯେଉଁଥିରେ ତାଙ୍କ ଦୁଇ ପୁଅ ତୈମୁର ଅଲି ଖାନ ଏବଂ ଜାହାଙ୍ଗୀର ଅଲି ଖାନ ସେଠାରେ ମଧ୍ୟ ଉପସ୍ଥିତ ଥିଲେ । ଫଟୋ ସେୟାର କରି ଜାନେ ଜାନ ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, 'ତୁମେ ପ୍ରସ୍ତୁତ କି ? ଆମେ ପ୍ରସ୍ତୁତ...'
ଏହା ମଧ୍ୟ ପଢନ୍ତୁ- ନବବର୍ଷ ଶୁଭେଚ୍ଛା ଜଣାଇବାକୁ ଥଲାଇଭାଙ୍କ ଘର ଆଗରେ ଫ୍ୟାନ୍ସଙ୍କ ଭିଡ଼
ଏହା ମଧ୍ୟ ପଢନ୍ତୁ - ସ୍ବାମୀ ରାଘବଙ୍କ ସହ ଏମିତି ନୂଆବର୍ଷ ପାଳିଲେ ପରିଣୀତି
ଓ୍ବାର୍କଫଣ୍ଟ କଥା କହିବାକୁ ଗଲେ, କରୀନା କପୁର ଖାନଙ୍କୁ ତାଙ୍କର ପ୍ରଥମ OTT ପ୍ରୋଜେକ୍ଟ ଜାନେ ଜାନରେ ବିଜୟ ବର୍ମା ଏବଂ ଜୟଦୀପ ଅହଲାବତଙ୍କ ସହ ଦେଖିବାକୁ ମିଳିଥିଲା । ସେହିପରି ହଂସଲ ମେହେତାଙ୍କ ନିର୍ଦ୍ଦେଶିତ 'ଦ ବକିଙ୍ଗହମ୍ ମର୍ଡର'ରେ ବେବୋଙ୍କୁ ଦେଖିବାକୁ ମିଳିବ । ନିକଟରେ BFI ଲଣ୍ଡନ ଚଳଚ୍ଚିତ୍ର ମହୋତ୍ସବରେ ଏହାର ପ୍ରିମୟର ହୋଇଥିଲା । ସେ ତବୁ ଏବଂ କ୍ରିତି ସାନନଙ୍କ ସହ ଦ କ୍ରୁରେ ମଧ୍ୟ ନଜର ଆସିବେ । ସେପଟେ ସୈଫ ଅଲି ଖାନଙ୍କ ଆଗାମୀ ଫିଲ୍ମ 'ଦେବାରା'ରେ ଜୁନିଅର NTR ଓ ଜାହ୍ନବୀ କପୁରଙ୍କ ସହ ନଜର ଆସିବେ । ଏହି ଫିଲ୍ମ 2024ରେ ମୁକ୍ତିଲାଭ କରିବ ।