ETV Bharat / entertainment

RARKPK: ସାରା ବିଶ୍ୱରେ ପାର୍‌ କଲା 200 କୋଟି, ଭାବପ୍ରବଣ ନୋଟ୍ ଲେଖି ଧନ୍ୟବାଦ ଜଣାଇଲେ କରଣ

author img

By

Published : Aug 8, 2023, 12:27 PM IST

ଫିଲ୍ମ 'ରକି ଔର ରାନୀ କି ପ୍ରେମ କାହାନୀ' ବିଶ୍ୱ ବକ୍ସ ଅଫିସରେ 200 କୋଟି ଆୟ କରିଛି । ଚଳଚ୍ଚିତ୍ରର ସଫଳତା ଉପରେ ଏକ ଭାବପ୍ରବଣ ନୋଟ୍ ଲେଖି ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି କରଣ ଜୋହର । ଅଧିକ ପଢନ୍ତୁ

ରକି ଔର ରାନୀ କି ପ୍ରେମ କାହାନୀ
ରକି ଔର ରାନୀ କି ପ୍ରେମ କାହାନୀ

ହାଇଦ୍ରାବାଦ: ରିଲିଜ୍ ପରେ ବଲିଉଡ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ ବକ୍ସ ଅଫିସରେ ଧମାଲ ମଚାଉଛି । ରଣବୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ଯୋଡ଼ିକୁ ମଧ୍ୟ ଦର୍ଶକଙ୍କଠାରୁ ବହୁତ ଭଲ ପାଇବା ମିଳୁଥିବା ଦେଖାଯାଇଛି । ଜୁଲାଇ 28 ତାରିଖରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ଲୋକଙ୍କଠାରୁ ସକାରାତ୍ମକ ପ୍ରତିକ୍ରିୟା ଗ୍ରହଣ କରିଛି । ବର୍ତ୍ତମାନ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ଏହି ଚଳଚ୍ଚିତ୍ରର ସଫଳତା ଉପରେ ଏକ ଭାବପ୍ରବଣ ନୋଟ୍ ଲେଖି ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

'ରକି ଔର ରାନୀ କି ପ୍ରେମ କାହାନୀ' ରିଲିଜ୍ ହେବା ଦିନଠାରୁ ଦର୍ଶକଙ୍କ ମଧ୍ୟରେ ବହୁ ଚର୍ଚ୍ଚା ଚାଲିଛି । ଏହି ଚଳଚ୍ଚିତ୍ରଟି ବିଶ୍ୱ ବକ୍ସ ଅଫିସ୍‌ରେ 210 କୋଟି ଆୟ କରିଛି । ଏହି ଖାସ୍‌ ଉତ୍ସବରେ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ତାଙ୍କ ଟିମ୍‌ର ପ୍ରତ୍ୟେକ ସଦସ୍ୟ, ଲେଖକଠାରୁ ଆରମ୍ଭ କରି ଟେକ୍ନିସିଆନ୍‌, ମାର୍କେଟିଂ ଟିମ୍‌ ପର୍ଯ୍ୟନ୍ତ ଧନ୍ୟବାଦ ଅର୍ପଣ କରିଛନ୍ତି ଏବଂ ସେମାନଙ୍କ ପାଇଁ ଏକ ସୁନ୍ଦର ନୋଟ୍ ଲେଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ: William Friedkin Dies: ଓସ୍କାର ବିଜେତା ନିର୍ଦ୍ଦେଶକଙ୍କ ପରଲୋକ, 87 ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ

କରଣ ଜୋହର 'ରକି ଔର ରାନୀ କି ପ୍ରେମ କାହାନୀ' ସହିତ 7 ବର୍ଷ ପରେ ନିର୍ଦ୍ଦେଶକ ଭାବେ ଫେରିଛନ୍ତି । ସେ ଶେଷରେ ରଣବୀର କପୁର, ଅନୁଷ୍କା ଶର୍ମା ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହ ‘ଏ ଦିଲ ହୈ ମୁସକିଲ’ର ନିର୍ଦ୍ଦେଶନା ଦେଇଥିଲେ । ଫିଲ୍ମ ବିଷୟରେ ସମସ୍ତଙ୍କ ମନରେ ଏକ ସନ୍ଦେହ ଥିଲା ଯେ ଏହା ବକ୍ସ ଅଫିସରେ କିପରି ପ୍ରଦର୍ଶନ କରିବ, କିନ୍ତୁ ପ୍ରଶଂସକଙ୍କ ଭଲପାଇବା ଏହି ଯୋଡ଼ି ସୁପର ହିଟ୍‌ ବନାଇ ଦେଇଛି ।

ଏହା ମଧ୍ୟ ପଢନ୍ତୁ: ପ୍ରଖ୍ୟାତ ନିର୍ଦ୍ଦେଶକ ସିଦ୍ଦିକିଙ୍କୁ ହୃଦଘାତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ନିକଟରେ କରଣ ଇନ୍‌ଷ୍ଟାଗ୍ରାମରେ ଫିଲ୍ମ ସହ ଜଡ଼ିତ ସମସ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଲେଖିଛନ୍ତି, 'ଏହି ଚଳଚ୍ଚିତ୍ର ରିଲିଜ ହେବା ପୂର୍ବରୁ ମୋତେ ଲାଗୁଥିଲା କି କୌଣସି ବି ମୁହୂର୍ତ୍ତରେ ମୋତେ IV ଡ୍ରପ୍ ଦରକାର ପଡିପାରେ ଏବଂ ମୁଁ ପାଖାପାଖି ତଳେ ପଡ଼ିବା ପରିସ୍ଥିତିରେ ଥିଲି ! ମୁଁ ଯାହା ଅନୁଭବ କରୁଥିଲି ସେହି ପ୍ରଶ୍ନ ନିଜକୁ ପଚାରିଥିଲି କି, କଣ ତାହା 7 ବର୍ଷର ଦୀର୍ଘ ବ୍ୟବଧାନ ହେତୁ ନା ଏହା ମୋର ତିନି ବର୍ଷର ଚିନ୍ତା ? କାରଣ ଯାହା ହେଉନା କାହିଁକି, 28 ଜୁଲାଇରେ ଯେତେବେଳେ ଫିଲ୍ମ ମୁକ୍ତିଲାଭ କଲା, ମୋ ମନରେ ଖୁସି ଛଡ଼ା ଆଉ କିଛି ନଥିଲା ଏବଂ ମୁଁ ଏଥିପାଇଁ ମୋ ଟିମ୍‌କୁ ଧନ୍ୟବାଦ ଦେବାକୁ ଚାହେଁ ।

କରଣ ରଣଭୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ପାଇଁ ଲେଖିଛନ୍ତି, 'ରକି ଔର ରାନୀ'ଙ୍କ ପାଇଁ ମୋର ଏକ ଭିନ୍ନ ପ୍ରେମ ଚିଠି ଅଛି, ଯାହା ମୁଁ ଲେଖିବାକୁ ଚାହୁଁଛି । ମୁଁ କହିବାକୁ ଚାହେଁ ତୁମେ ଏହି ପ୍ରେମ କାହାଣୀର ସବୁଠାରୁ ଅନିବାର୍ଯ୍ୟ ଅଂଶ । ତୁମେ ଦୁହେଁ କେବଳ ଫିଲ୍ମ ତିଆରି କରିନାହଁ ବରଂ ତୁମେ ମୋତେ ଦେଇଥିବା ଭଲପାଇବାରୁ ମୁଁ ଅନେକ ସକାରାତ୍ମକ ଶକ୍ତି ମଧ୍ୟ ପାଇଛି । ମୁଁ ତୁମ ଦୁହିଁଙ୍କୁ ବହୁତ ଭଲ ପାଏ ଏବଂ ଆଶା କରୁଛି ମୋତେ ଖୁବଶୀଘ୍ର ତୁମ ସହିତ ପୁଣି ଥରେ କାମ କରିବାର ସୁଯୋଗ ମିଳବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.