ହାଇଦ୍ରାବାଦ: ଦକ୍ଷିଣର ସୁପରହିଟ୍ ଫିଲ୍ମ 'କାନ୍ତାରା' ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି । ଯଦି ଆପଣ ଏପର୍ଯ୍ୟନ୍ତ ଋଷବ ଶେଟ୍ଟୀ (Rishab Shetty)ଙ୍କ ସୁପରହିଟ୍ ଫିଲ୍ମ କାନ୍ତାରା ଦେଖି ନାହାଁନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । ଏହି ଚଳଚ୍ଚିତ୍ରଟି ବର୍ତ୍ତମାନ OTTରେ ମଧ୍ୟ ରିଲିଜ୍ (Kantara On OTT) ହୋଇଛି । ଖାସ୍ କରି, ଯେଉଁମାନେ ହିନ୍ଦୀ ଭାଷା ବୁଝନ୍ତି ସେମାନଙ୍କ ପାଇଁ ଏହା ଭଲ ଖବର । ଆଜି ଅର୍ଥାତ୍ ଡିସେମ୍ବର 9ରେ, କାନ୍ତାରା OTT ପ୍ଲାଟଫର୍ମରେ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିଛି ।
କାନ୍ତାରା ପ୍ରଥମେ ତାମିଲ, ତେଲୁଗୁ ଏବଂ ମାଲାୟାଲମ୍ ଭାଷାରେ OTTରେ ରିଲିଜ୍ ହୋଇସାରିଛି, କିନ୍ତୁ ବର୍ତ୍ତମାନ ଏହି ଚଳଚ୍ଚିତ୍ର ହିନ୍ଦୀରେ ମଧ୍ୟ ମୁକ୍ତିଲାଭ କରିଛି । ହିନ୍ଦୀର ଏହି ଚଳଚ୍ଚିତ୍ରକୁ ସମସ୍ତ OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଅତି ସହଜରେ ଦେଖିପାରିବେ । କାନ୍ତାରା ଚଳିତ ବର୍ଷର ସର୍ବୋତ୍ତମ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ଚଳଚ୍ଚିତ୍ର ନିର୍ମାତାଙ୍କର ସମ୍ପୂର୍ଣ୍ଣ ଆଶା ଅଛି ଯେ ପ୍ରେକ୍ଷାଳୟ ପରେ ଫିଲ୍ମଟି OTT ରେ ମଧ୍ୟ ସମାନ ପରିମାଣର ଭଲପାଇବା ପାଇବ।
ଉଲ୍ଲେଖନୀୟ ଯେ, କାନ୍ତାରା ହିନ୍ଦୀ ପ୍ଲାଟଫର୍ମ ଗ୍ରାହକଙ୍କ ପାଇଁ ବିନା ମୂଲ୍ୟରେ ଉପଲବ୍ଧ କରାଯାଇଛି । ଅର୍ଥାତ ଆପଣ ବିନା ଟଙ୍କା ଦେଇ ସହଜରେ ଏହି ଫିଲ୍ମ ଦେଖିପାରିବେ । ଫିଲ୍ମର ହିନ୍ଦୀ ଡବ୍ ସଂସ୍କରଣ ମଧ୍ୟ ଋଷଭ ଶେଟ୍ଟୀ ନିର୍ଦ୍ଦେଶନା ଦେଇଛନ୍ତି । ଦୀର୍ଘ ସମୟ ଧରି ପ୍ରଶଂସକମାନେ କାନ୍ତାରାର ହିନ୍ଦୀ ସଂସ୍କରଣ ରିଲିଜକୁ ଅପେକ୍ଷା କରିଥିଲେ । କିନ୍ତୁ ବର୍ତ୍ତମାନ ସେମାନଙ୍କର ଅପେକ୍ଷା ଶେଷ ହୋଇଛି ।
ଏହା ବି ପଢନ୍ତୁ: Film Kantara: ଅର୍ଥମନ୍ତ୍ରୀଙ୍କ ମନ ଜିିିଣିଲା ଫିଲ୍ମ କାନ୍ତାରା, ଭୂରିଭୂରି କଲେ ପ୍ରଶଂସା
1847ର ପୃଷ୍ଠଭୂମି ଉପରେ ଆଧାରିତ ଚଳଚ୍ଚିତ୍ରର କାହାଣୀ ହେଉଛି ଜଣେ ମନୁଷ୍ୟର ଚିନ୍ତାଧାରା ଏବଂ ତାଙ୍କ ସଂଘର୍ଷର କାହାଣୀ । କାନ୍ତାରା ବକ୍ସ ଅଫିସରେ ରେକର୍ଡ ରୋଜଗାର କରିଛି । ଏହି ଚଳଚ୍ଚିତ୍ରଟି ସମସ୍ତଙ୍କଠାରୁ ବହୁତ ଭଲ ପାଇବା ପାଇଛି । ଅନ୍ୟ ଭାଷାରେ ଏହି ଚଳଚ୍ଚିତ୍ରଟି OTT ପ୍ଲାଟଫର୍ମ ଆମାଜନ ପ୍ରାଇମରେ ମୁକ୍ତିଲାଭ କରିଥିଲା । କିନ୍ତୁ ଏହାର ହିନ୍ଦୀ ସଂସ୍କରଣ ନେଟ୍ରେ ରିଲିଜ ହୋଇଛି। ଚଳଚ୍ଚିତ୍ରର ରୋଜଗାର ବିଷୟରେ କହିବାକୁ ଗଲେ ଫିଲ୍ମଟି ହିନ୍ଦୀ ଏବଂ ଅନ୍ୟାନ୍ୟ ଭାଷା ସମେତ ବକ୍ସ ଅଫିସରେ 400 କୋଟି ବ୍ୟବସାୟ କରିଛି ।