ETV Bharat / entertainment

ମହଙ୍ଗା ପଡିଲା ପ୍ଲାଷ୍ଟିକ୍‌ ସର୍ଜରୀ: ଚାଲିଗଲା କନ୍ନଡ ଅଭିନେତ୍ରୀଙ୍କ ପ୍ରାଣ, ଥାନାରେ ମାମଲା

author img

By

Published : May 17, 2022, 5:19 PM IST

ନିଶା ଘାରିଥିଲା ଅଭିନେତ୍ରୀଙ୍କୁ, ତାହା ପୁଣି ଏମିତି ସେମିତି ନୁହେଁ । ଓଜନ କମାଇବା ପାଇଁ କରାଇଥିଲେ କସ୍ମେଟିକ୍ସ ସର୍ଜରୀ। ହେଲେ ଏହି ସର୍ଜରୀ ତାଙ୍କ ପାଇଁ କାଳ ସାଜିଲା । ପ୍ଲାଷ୍ଟିକ୍‍ ସର୍ଜରୀ ପାଇଁ ଚାଲିଗଲା କନ୍ନଡ ଅଭିନେତ୍ରୀଙ୍କ ପ୍ରାଣ । ଅଧିକ ପଢନ୍ତୁ

ମହଙ୍ଗା ପଡିଲା ପ୍ଲାଷ୍ଟିକ୍‌ ସର୍ଜରୀ: ଚାଲିଗଲା ଅଭିନେତ୍ରୀଙ୍କ ପ୍ରାଣ, ଥାନାରେ ମାମଲା ରୁଜୁ

ବେଙ୍ଗାଲୁରୁ: ନିଶା ଘାରିଥିଲା ଅଭିନେତ୍ରୀଙ୍କୁ, ତାହା ପୁଣି ଏମିତି ସେମିତି ନୁହେଁ । ଓଜନ କମାଇବା ପାଇଁ କରାଇଥିଲେ କସ୍ମେଟିକ୍ସ ସର୍ଜରୀ। ହେଲେ ଏହି ସର୍ଜରୀ ତାଙ୍କ ପାଇଁ କାଳ ସାଜିଲା । ପ୍ଲାଷ୍ଟିକ୍‍ ସର୍ଜରୀ ପାଇଁ ଚାଲିଗଲା କନ୍ନଡ ଅଭିନେତ୍ରୀ ଚେତନାଙ୍କ ପ୍ରାଣ। ଏପରି ଅଭାବନୀୟ ଘଟଣା ଘଟିଛି ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ । ଚେତନାଙ୍କ ବିୟୋଗ ପରେ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି।

ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀ ଚେତନା ରାଜ (Chethana Raj) ନିଜ ମୋଟାପଣ କମାଇବା ପାଇଁ ଗତକାଲି ଫ୍ୟାଟ ଫ୍ରି ସର୍ଜରୀ କରାଇଥିଲେ । ହଠାତ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ସର୍ଜରୀ ସମୟରେ ଫୁସଫୁସରେ ପାଣି ଜମିଯିବାରୁ ତାହା ତାଙ୍କ ପାଇଁ କାଳ ସାଜିଲା ବୋଲି କୁହାଯାଉଛି ।

ରିପୋର୍ଟରେ ଦର୍ଶାଯାଇଛି ଯେ, ଅସ୍ତ୍ରୋପଚାର ବିଷୟରେ ଅଭିନେତ୍ରୀ ତାଙ୍କ ବାପା-ମାଆଙ୍କୁ ଜଣାଇ ନଥିଲେ । ସର୍ଜରୀ ପାଇଁ ସେ ତାଙ୍କ ସାଙ୍ଗମାନଙ୍କ ସହିତ ଡାକ୍ତରଖାନା ଯାଇଥିଲେ। ଡାକ୍ତରଙ୍କ ଅବହେଳା ହେତୁ ଚେତନାଙ୍କ ଜୀବନ ଚାଲି ଯାଇଛି ବୋଲି ତାଙ୍କ ପିତାମାତା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଡାକ୍ତରଙ୍କ ଭୁଲ ହେତୁ ତାଙ୍କ ଝିଅଙ୍କର ଅକାଳ ମୃତ୍ୟୁ ଘଟିଛି। ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ଥାନାରେ ମାମଲା ରୁଜୁ କରିଛନ୍ତି ବାପା-ମାଆ।

ଚେତନାଙ୍କ ମୃତଦେହ ବର୍ତ୍ତମାନ ଡାକ୍ତରଖାନାରେ ଅଛି। ବ୍ୟବଚ୍ଛେଦ ପାଇଁ ଏହାକୁ ଅନ୍ୟ ଡାକ୍ତରଖାନାକୁ ନିଆଯିବ। ଏଥିସହିତ ଚେତନାର ପରିବାର ସଦସ୍ୟ ନିକଟସ୍ଥ ପୁଲିସ ଷ୍ଟେସନରେ ଡାକ୍ତରଖାନା କମିଟି ବିରୋଧରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.