ETV Bharat / entertainment

ପରିବାର ସହ ଛୁଟି କଟାଇବାକୁ ଯାଇ ଗୋଆରେ ଆହତ ହେଲେ କନ୍ନଡ ଅଭିନେତା ଦିଗନ୍ତ - ଆହତ ହେଲେ କନ୍ନଡ ଅଭିନେତା

ଗୋଆ ବିଚ୍‌ରେ କନ୍ନଡ ଚଳଚ୍ଚିତ୍ର ଅଭିନେତା ଦିଗନ୍ତ ମଞ୍ଚଲେ ଗୁରୁତର ଆହତ ହୋଇଛନ୍ତି । ବିଚ୍‌ରେ ଡେଇଁବା ସମୟରେ ଏହି ଦୁର୍ଘଟଣା ଘଟିଛି । ଅଧିକ ପଢନ୍ତୁ

ଗୋଆ ବିଚ୍‌ରେ ଗୁରୁତର ଆହତ ହେଲେ କନ୍ନଡ ଅଭିନେତା ଦିଗନ୍ତ

author img

By

Published : Jun 22, 2022, 1:50 PM IST

ଗୋଆ: ଗୋଆ ବିଚ୍‌ରେ କନ୍ନଡ ଚଳଚ୍ଚିତ୍ର ଅଭିନେତା ଦିଗନ୍ତ ମଞ୍ଚଲେ ଗୁରୁତର ଆହତ ହୋଇଛନ୍ତି । ବିଚ୍‌ରେ ଡେଇଁବା ସମୟରେ ଏହି ଦୁର୍ଘଟଣା ଘଟିଛି । ଡେଇଁବା ସମୟରେ ସେ ସମୁଦ୍ର କୂଳରେ ପଡ଼ିଯାଇଥିଲେ, ଫଳରେ ବେକରେ ଆଘାତ ଲାଗିଥିଲା।

ଗୁରୁତର ଆହତ ହେଲେ କନ୍ନଡ ଅଭିନେତା ଦିଗନ୍ତ
ଗୁରୁତର ଆହତ ହେଲେ କନ୍ନଡ ଅଭିନେତା ଦିଗନ୍ତ

ଉଲ୍ଲେଖନୀୟ ଯେ, ଦିଗନ୍ତ ପରିବାର ସହିତ ଗୋଆ ଯାଇଛନ୍ତି । ସୂଚନା ପ୍ରଦାନ କରି ଦିଗନ୍ତଙ୍କ ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି ଯେ, ତାଙ୍କ ବେକରେ ଗଭୀର ଆଘାତ ଲାଗିଛି । ସଙ୍ଗେ ସଙ୍ଗେ ତାଙ୍କୁ ଗୋଆରେ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା । ପରେ ବିମାନ ଯୋଗେ ବେଙ୍ଗାଲୁରୁର ମଣିପାଲ ହସ୍ପିଟାଲକୁ ନିଆଯାଇଥିଲା ।

ସୂଚନାଯୋଗ୍ୟ ଯେ, କନ୍ନଡ ଚଳଚ୍ଚିତ୍ର ଅଭିନେତା ଦିଗନ୍ତ ମଞ୍ଚଲେ ଏବଂ ଅଭିନେତ୍ରୀ ଏନ୍ଦ୍ରିତା ରାୟ ଡ୍ରଗ୍ସ ସମ୍ବନ୍ଧୀୟ ଏକ ମାମଲାରେ କେନ୍ଦ୍ରୀୟ କ୍ରାଇମ ବ୍ରାଞ୍ଚ (ସିସିବି) ପୂର୍ବରୁ ହାଜର ହୋଇଥିଲେ । କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଡ୍ରଗ୍ସ ବ୍ୟବହାର ମାମଲାର ଯାଞ୍ଚ ପାଇଁ ସିସିବି ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.