ETV Bharat / entertainment

ବଦଳିଲା କଙ୍ଗନା ରଣାୱତଙ୍କ ଫିଲ୍ମ Dhaakadର ରିଲିଜ ଡେଟ୍‌

author img

By

Published : Apr 12, 2022, 5:24 PM IST

2022ରେ ରିଲିଜ ହେବାକୁ ଥିବା କଙ୍ଗନା ରଣାୱତଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଧାକଡର ରିଲିଜ୍ ତାରିଖ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ଏହି ଚଳଚ୍ଚିତ୍ର ମେ 20ରେ ପ୍ରେକ୍ଷାଳୟରେ ରିଲିଜ୍ ହେବ । ଅଧିକ ପଢନ୍ତୁ

ବଦଳିଲା କଙ୍ଗନା ରଣାୱତଙ୍କ ଫିଲ୍ମ Dhaakadର ରିଲିଜ ଡେଟ୍‌
ବଦଳିଲା କଙ୍ଗନା ରଣାୱତଙ୍କ ଫିଲ୍ମ Dhaakadର ରିଲିଜ ଡେଟ୍‌

ହାଇଦ୍ରାବାଦ: 2022 ରେ ରିଲିଜ ହେବାକୁ ଥିବା କଙ୍ଗନା ରଣାୱତଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଧାକଡ'ର ରିଲିଜ୍ ତାରିଖ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ଏହି ଚଳଚ୍ଚିତ୍ର ମେ 27 ରେ ପ୍ରେକ୍ଷାଳୟରେ ରିଲିଜ୍ ହେବା ପରିବର୍ତ୍ତେ ମେ 20 ରେ ଆସିବ । ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଫିଲ୍ମ 'ଧାକଡ'ର ଟିଜର ମଧ୍ୟ ଆଜି ମୁକ୍ତିଲାଭ କରିଛି। ମଙ୍ଗଳବାର ରିଲିଜ୍ ହୋଇଥିବା ଟିଜରରେ ଫିଲ୍ମର ଭବ୍ୟତାକୁ ଦର୍ଶାଉଥିବା ପ୍ରଥମ ଲୁକ୍ ଜାରି କରାଯାଇଛି । ଏହି ଆକ୍ସନ୍-ପ୍ୟାକ୍ ଫିଲ୍ମରେ କଙ୍ଗନା ରଣାଓ୍ବତ ସାତୋଟି ଭିନ୍ନ ଭିନ୍ନ ଅବତାରରେ ନଜର ଆସିବେ ।

କଙ୍ଗନା ମଙ୍ଗଳବାର ନିଜ ଇନଷ୍ଟାଗ୍ରାମରେ ଟିଜର ଭିଡିଓ ସେୟାର କରିଛନ୍ତି। ଟିଜର ଆରମ୍ଭ ଏକ ଅନ୍ଧାର କୋଠରୀରୁ ହେଉଛି। ଜଲଦି ହିଁ ଟିଜରରେ ଆକ୍ସନ ହାଇ ଗିୟର ଆସିଯାଉଛି, କାରଣ ଏଜେଣ୍ଟ୍ ଅଗ୍ନି ଭୂମିକାରେ ଅଭିନୟ କରୁଥିବା କଙ୍ଗନା ରଣାଓ୍ବତ ବେଶ ବଦଳାଇ ଖରାପ ଲୋକଙ୍କୁ ପିଟିବା ଆରମ୍ଭ କରିଦେଉଛନ୍ତି। ଯେତିକି ପାଓ୍ବାର ପ୍ୟାକ୍ଡ ଏହି ଫିଲ୍ମର ଆକ୍ସନ, ସେତିକି ହିଁ ଭଲ ଏହି ଚଳଚ୍ଚିତ୍ରର ସଂଳାପ ।

କଙ୍ଗନା ରଣାଓ୍ବତଙ୍କ ଦ୍ୱାରା ସେୟାର କରାଯାଇଥିବା ଭିଡିଓର କିଛି ସ୍ଥାନରେ ଭିଲେନର ଝଲକ ମଧ୍ୟ ଦୃଶ୍ୟମାନ ହେଉଛି, କିନ୍ତୁ ଭିଲେନର ଚେହେରା ଦୃଶ୍ୟମାନ ହେଉନାହିଁ । ତେବେ ଟିଜରକୁ ଦେଖିଲେ ଲାଗୁଛି ଯେ ଧାକଡ ଫିଲ୍ମରେ ଭିଲେନ ଭୂମିକାରେ ଅଭିନୟ କରୁଥିବା ବ୍ୟକ୍ତି ଆଉ କେହି ନୁହେଁ, ବରଂ ସେ ହେଉଛନ୍ତି ଅର୍ଜୁନ ରାମପାଲ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.