ETV Bharat / entertainment

ଦିଲ୍ଲୀର ଲବ କୁଶ ରାମଲୀଳାରେ ସାମିଲ ହେବେ କଙ୍ଗନା, ପ୍ରଥମ ଅଭିନେତ୍ରୀ ଭାବେ କରିବେ ରାବଣ ଦହନ - ଦିଲ୍ଲୀର ଲବ କୁଶ ରାମଲୀଲାରେ ସାମିଲ ହେବେ କଙ୍ଗନା

ରାବଣ ଦହନ କରିବେ କଙ୍ଗନା ରାଣାୱତ । ଦଶହରା ଅବସରରେ ଦିଲ୍ଲୀର ଲବ କୁଶ ରାମଲୀଲାରେ ସାମିଲ ହୋଇ ପାଞ୍ଚ ଦଶନ୍ଧିର ଇତିହାସରେ ପ୍ରଥମ ଅଭିନେତ୍ରୀ ଭାବେ ଏହା କରିବେ । ଅଧିକ ପଢ଼ନ୍ତୁ

ଦିଲ୍ଲୀର ଲବ କୁଶ ରାମଲୀଲାରେ ସାମିଲ ହେବେ କଙ୍ଗନା, ପ୍ରଥମ ଅଭିନେତ୍ରୀ ଭାବେ କରିବେ ରାବଣ ଦହନ

author img

By ETV Bharat Odisha Team

Published : Oct 24, 2023, 2:29 PM IST

ହାଇଦ୍ରାବାଦ: ବଲିଉଡ କୁଇନ କଙ୍ଗନା ରଣାୱତ ବର୍ତ୍ତମାନ ନିଜ ଫିଲ୍ମ ତେଜସ ପାଇଁ ଶିରୋନାମାରେ ରହିଛନ୍ତି । ଅଭିନେତ୍ରୀ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହାରି ମଧ୍ୟରେ ଅଭିନେତ୍ରୀଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି । କଙ୍ଗନା ଦଶହରା ଅବସରରେ ଦିଲ୍ଲୀର ଲବ କୁଶ ରାମଲୀଲାରେ ସାମିଲ ହେବେ । ଏବଂ ଏହି ସମୟରେ କଙ୍ଗନା ପ୍ରଥମ ବଲିଉଡ୍‌ ଅଭିନେତ୍ରୀ ଭାବେ ରାବଣ ଦହନ କରି ଇତିହାସ ସୃଷ୍ଟି କରିବେ ।

ବିଗତ ୫ ଦଶନ୍ଧି ମଧ୍ୟରେ ଏହା ଏକ ଐତିହାସିକ ମୁହୂର୍ତ୍ତ ହେବାକୁ ଯାଉଛି । ପାରମ୍ପରିକ ଭାବେ ଲାଲ କିଲାରେ ଅନୁଷ୍ଠିତ ରାବଣ ପୋଡ଼ି କାର୍ଯ୍ୟକ୍ରମରେ ଏହା ପ୍ରଥମ ଥର ପାଇଁ ହେବ ଯେ ଜଣେ ମହିଳା ରାବଣଙ୍କୁ ଦହନ କରିବେ । କଙ୍ଗନା ପ୍ରଥମ ମହିଳା ତଥା ଅଭିନେତ୍ରୀ ଭାବେ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି । କଙ୍ଗନା ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଏହାର ସୂଚନା ଦେଇଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, ଯେ ଲାଲ କିଲାର ବାର୍ଷିକ ଉତ୍ସବର 50 ବର୍ଷ ଇତିହାସରେ ଏହା ଏକ ମହତ୍ୱପୂର୍ଣ୍ଣ ମୁହୂର୍ତ୍ତ ଅଟେ, କାରଣ ଜଣେ ମହିଳା ରାବଣକୁ ଦାହ କରିବାର ନେତୃତ୍ୱ ନେଉଛନ୍ତି ।

ଅର୍ଜୁନ ସିଂ କହିଛନ୍ତି ଯେ କମିଟିର ଏହି ନିଷ୍ପତ୍ତି ମହିଳା ସଂରକ୍ଷଣ ବିଲ୍ ଦ୍ୱାରା ପ୍ରଭାବିତ ହୋଇଛି । ଯାହା ଗତ ସେପ୍ଟେମ୍ବରରେ ସଂସଦରେ ପାରିତ ହୋଇଥିଲା । ସେ କହିଛନ୍ତି,"ଚଳଚ୍ଚିତ୍ର ତାରକା କିମ୍ବା ରାଜନେତା ହୁଅନ୍ତୁ, ସେମାନେ ବର୍ଷ ବର୍ଷ ଧରି ଆମର ଭିଭିଆଇପି ରହି ଆସିଥିଲେ । ଆମ କାର୍ଯ୍ୟକ୍ରମକୁ ଅନୁକରଣ କରିଥିଲେ । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅଜୟ ଦେବଗନ୍ ଏବଂ ଜନ୍ ଅବ୍ରହାମଙ୍କ ଭଳି ଚଳଚ୍ଚିତ୍ର ତାରକା ମଧ୍ୟ ଏଥିରେ ଭାଗ ନେଇଛନ୍ତି । ପ୍ରଭାସ ଗତ ବର୍ଷ ରାବଣ ଦହନର ନେତୃତ୍ୱ ନେଇଥିଲେ । ବର୍ତ୍ତମାନ ଆମର 50 ବର୍ଷର ଇତିହାସରେ ଜଣେ ମହିଳା ପ୍ରଥମ ଥର ପାଇଁ ରାବଣ ହଦନ କରିବେ ।"

ଏହା ମଧ୍ୟ ପଢନ୍ତୁ: କଙ୍ଗନାଙ୍କ ସହ ଏଭଳି ଫ୍ଲଟ୍ କଲେ ସଲମାନ ଖାନ, ଖେଳିଲେ ଗରବା

ସୂଚନା ଥାଉ କି, ଗତ କିଛି ଦଶନ୍ଧି ଧରି ଦିଲ୍ଲୀରେ ଲବ କୁଶ ରାମଲୀଳା ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଲାଲ୍‌କିଲ୍ଲାରେ 10 ଦିନ ପର୍ଯ୍ୟନ୍ତ ଜାରି ରହିଛି । ଏଥର ଏହି ରାମଲୀଳା 15 ଅକ୍ଟୋବରରୁ ଆରମ୍ଭ ହୋଇ 25 ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ସେପଟେ ଏହି ସମୟରେ କଙ୍ଗନା ନିଜ ଆଗାମୀ ଫିଲ୍ମ ତେଜସର ମଧ୍ୟ ପ୍ରମୋସନ କରୁଥିବା ଦେଖିବାକୁ ମିଳିବ । ଶୁକ୍ରବାର ଅର୍ଥାତ୍ ୨୭ ଅକ୍ଟୋବରରରେ ରିଲିଜ୍ ହେବତାଙ୍କ କଙ୍ଗନା ଭାରତୀୟ ବାୟୁସେନା ପାଇଲଟ୍ ଭୂମିକାରେ ନଜର ଆସିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.