ETV Bharat / entertainment

ହିମାଚଳରେ ସ୍ବପ୍ନର ଘର ତିଆରି କଲେ କଙ୍ଗନା, ଦେଖାଇଲେ ଝଲକ

author img

By

Published : Jun 10, 2022, 1:31 PM IST

ବୟାନ କି ବିବାଦ ନୁହେଁ, ଏଥର ଅଭିନେତ୍ରୀ ତାଙ୍କ ଘର ପାଇଁ ଚର୍ଚ୍ଚାରେ ଅଛନ୍ତି । ଅଭିନେତ୍ରୀ କଙ୍ଗନା ସୋସିଆଲ ମିଡିଆରେ ତାଙ୍କ ସ୍ବପ୍ନର ଘରର ଫଟୋ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ହିମାଚଳରେ ସ୍ବପ୍ନର ଘର ତିଆରି କଲେ କଙ୍ଗନା, ଦେଖାଇଲେ ଝଲକ
ହିମାଚଳରେ ସ୍ବପ୍ନର ଘର ତିଆରି କଲେ କଙ୍ଗନା, ଦେଖାଇଲେ ଝଲକ

ମନାଲି: ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ ତାଙ୍କ ବିବାଦୀୟ ବୟାନ ପାଇଁ ଜଣାଶୁଣା । ଏମିତି କି ସୋସିଆଲ ମିଡିଆରେ ଅଭିନେତ୍ରୀ କୌଣସି ନା କୌଣସି କାରଣରୁ ବିବାଦରେ ଛନ୍ଦି ହିଁ ଯାଆନ୍ତି । ଏହି କ୍ରମରେ ଅଭିନେତ୍ରୀ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ତେବେ ଏଥର ତାଙ୍କ ଆଲୋଚନାର ବିଷୟ କୌଣସି ବୟାନ କି ବିବାଦ ନୁହେଁ, ଏଥର ଅଭିନେତ୍ରୀ ତାଙ୍କ ଘର ପାଇଁ ଚର୍ଚ୍ଚାରେ ଅଛନ୍ତି ।

ହିମାଚଳରେ ସ୍ବପ୍ନର ଘର ତିଆରି କଲେ କଙ୍ଗନା
ହିମାଚଳରେ ସ୍ବପ୍ନର ଘର ତିଆରି କଲେ କଙ୍ଗନା

ଅଭିନେତ୍ରୀ କଙ୍ଗନା ସୋସିଆଲ ମିଡିଆରେ ତାଙ୍କ ଘରର ଫଟୋ ସେୟାର କରିଛନ୍ତି । ଏହି ସେୟାର ଫଟୋ ଗୁଡ଼ିକରେ ଅଭିନେତ୍ରୀଙ୍କ ଘର ବହୁତ ସୁନ୍ଦର ଦେଖାଯାଇଛି । କଙ୍ଗନା ହିମାଚଳ ପ୍ରଦେଶର ମନାଲିରେ ତାଙ୍କ ସ୍ୱପ୍ନର ଘର ନିର୍ମାଣ କରିଛନ୍ତି, ଯାହାର ଝଲକ ସେ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି ।

ଏହି ଫଟୋଗୁଡ଼ିକୁ ଦେଖିଲେ ଜଣାପଡୁଛି ଯେ, କଙ୍ଗନାଙ୍କ ଏହି ଘର ପାରମ୍ପାରିକ ପାହାଡି ଷ୍ଟାଇଲରେ ନିର୍ମିତ । ଘରର କାନ୍ଥଗୁଡ଼ିକୁ ମଧ୍ୟ ନଦୀର ପଥର ଓ ଏଠାକାର ସ୍ଥାନୀୟ ସ୍ଲେଟ ଏବଂ କାଠରେ ତିଆରି କରାଯାଇଛି । ତାଙ୍କ ଘରର ଫଟୋ ଗୁଡ଼ିକୁ ସେୟାର କରି ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, ଏହା ଇଣ୍ଡିଆନ୍ ଲେବଲର ଅଟେ । ଏହାର ଡିଜାଇନର୍ ମଧ୍ୟ ଉତ୍ତର ପୂର୍ବର । ଏହି ସମସ୍ତ ଲୋକ ଅତ୍ୟନ୍ତ ପ୍ରତିଭାଶାଳୀ ଏବଂ ଚମତ୍କାର, ମୁଁ ସେମାନଙ୍କ ଫ୍ୟାନ୍ସ ହୋଇଯାଇଛି । କଙ୍ଗନାଙ୍କ ଏହି ନୂଆ ଘର କୌଣସି ପ୍ରାସାଦଠୁ କମ୍ ନୁହେଁ । ଅଭିନେତ୍ରୀଙ୍କ ଘରେ ଅନେକ ବେଡରୁମ୍‌ ଅଛି । ଏହା ବ୍ୟତୀତ, ଘରର କାନ୍ଥ ଠାରୁ ଆରମ୍ଭ କରି ଆସବାବପତ୍ର ପର୍ଯ୍ୟନ୍ତ ସବୁକିଛି ରାଜକୀୟ ଷ୍ଟାଇଲର ଅଟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.