ETV Bharat / entertainment

Gyanvapi Controversy:କାଶୀର କୋଣ ଅନୁକୋଣରେ ଶିବ ଅଛନ୍ତି କହିଲେ କଙ୍ଗନା

author img

By

Published : May 19, 2022, 10:04 AM IST

ବାରାଣାସୀ ସ୍ଥିତ ଜ୍ଞାନବାପି ମସଜିଦରୁ ଶିବଲିଙ୍ଗ ମାମଲାକୁ ନେଇ ବଡ ମନ୍ତବ୍ୟ ଦେଇଛନ୍ତି କଙ୍ଗନା । ସେ କହିଛନ୍ତି ମଥୁରା କୋଣ ଅନୁକୋଣରେ ଯେପରି କୃଷ୍ଣ ଅଛନ୍ତି ଅଯୋଧ୍ୟରେ ରାମ ଅଛନ୍ତି ସେହିପରି କାଶିର କୋଣ ଅନୁକୋଣରେ ଭଗବାନ ଶିବ ଅଛନ୍ତି ତାଙ୍କ ପାଇଁ କୌଣସି ମଡେଲର ଅବଶ୍ୟକତା ନାହିଁ । ଅଧିକ ପଢନ୍ତୁ

କାଶୀର କୋଣ ଅନୁକୋଣରେ ଶିବ ଅଛନ୍ତି କହିଲେ କଙ୍ଗନା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାରାଣାସୀ ଗସ୍ତ କରିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ । ଧର୍ମ ଓ ଆଧ୍ୟାତ୍ମିକର ନଗରୀ କାଶୀରେ ଆଗାମୀ ଫିଲ୍ମ ଧାକଡ ପାଇଁ ବିଶ୍ବନାଥଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି କଙ୍ଗନା । ଏହି ଗସ୍ତରେ ବାରାଣାସୀ ସ୍ଥିତ ଜ୍ଞାନବାପି ମସଜିଦରୁ ଶିବଲିଙ୍ଗ ମାମଲାକୁ ନେଇ ବଡ ମନ୍ତବ୍ୟ ଦେଇଛନ୍ତି କଙ୍ଗନା । ସେ କହିଛନ୍ତି ମଥୁରା କୋଣ ଅନୁକୋଣରେ ଯେପରି କୃଷ୍ଣ ଅଛନ୍ତି ଅଯୋଧ୍ୟାରେ ରାମ ଅଛନ୍ତି ସେହିପରି କାଶୀର କୋଣ ଅନୁକୋଣରେ ଭଗବାନ ଶିବ ଅଛନ୍ତି ତାଙ୍କ ପାଇଁ କୌଣସି ମଡେଲର ଆବଶ୍ୟକତା ନାହିଁ ।

କାଶୀର କୋଣ ଅନୁକୋଣରେ ଶିବ ଅଛନ୍ତି
କାଶୀର କୋଣ ଅନୁକୋଣରେ ଶିବ ଅଛନ୍ତି

ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ସେ ଆହୁରି କହିଛନ୍ତି, ଫିଲ୍ମ ମଣିକର୍ଣ୍ଣିକା ରିଲିଜ ପୂର୍ବରୁ ବିଶ୍ବନାଥଙ୍କ ଦର୍ଶନ କରିଥିଲେ । ଏଠାକୁ ଦ୍ବିତୀୟ ଥର ପାଇଁ ଆସିଛନ୍ତି । ସେଠାରେ ସେ ବିଶ୍ବନାଥଙ୍କୁ ଦର୍ଶନ କରିବା ସହିତ ଡଙ୍ଗାରେ ଯାଇ ଗଙ୍ଗା ଆଳତୀରେ ସାମିଲ ହୋଇଥିଲେ । ତାଙ୍କ ସହିତ ଅର୍ଜୁନ ରାମପାଲ ଓ ଦିବ୍ୟଦତ୍ତା ମଧ୍ୟ ଥିଲେ । ଆସନ୍ତାକାଲି (ଶୁକ୍ରବାର) କଙ୍ଗନାଙ୍କ ଆଗାମି ଫିଲ୍ମ ଧାକଡ ପରଦାକୁ ଆସିବ ।

ପ୍ରକାଶ ଥାଉ କି, ଉତ୍ତରପ୍ରଦେଶ ବାରାଣାସୀସ୍ଥିତ ଜ୍ଞାନବାପି ମସଜିଦର ଏକ ସ୍ଥାନରେ ଶିବ ଲିଙ୍ଗ ଠାବ ହୋଇଛି । ଏହାକୁ ନେଇ ବିବାଦ ଉପୁଜିବାରେ ଲାଗିଛି । ମସଜିଦର ସର୍ଭେ ରିପୋର୍ଟ ମାଗିଛନ୍ତି ବାରାଣାସୀ କୋର୍ଟ । ଆଜି ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.