ହାଇଦ୍ରାବାଦ: ବଲିଉଡର କୁଇନ କଙ୍ଗନା ରାଣାୱତ ଚଳିତ ବର୍ଷ ତାଙ୍କର ଦୁଇଟି ଚଳଚ୍ଚିତ୍ର 'ଏମରଜେନ୍ସି' ଏବଂ 'ତେଜସ' ସହ ବକ୍ସ ଅଫିସରେ ଧମାକା କରିବାକୁ ଯାଉଛନ୍ତି । ନିକଟରେ କଙ୍ଗନାଙ୍କ ପ୍ରଡକ୍ସନ୍ ହାଉସରେ ନିର୍ମିତ ଫିଲ୍ମ 'ଟିକୁ ୱେଡ୍ସ ଶେରୁ' ରିଲିଜ କରିଥିଲା, ଯାହା ଦର୍ଶକଙ୍କୁ ପସନ୍ଦ ଆସିଥିଲା । ଏହାରି ମଧ୍ୟରେ ବର୍ତ୍ତମାନ କଙ୍ଗନାଙ୍କ ଫିଲ୍ମ 'ତେଜସ'ର ପ୍ରଥମ ଲୁକ ସହ ଫିଲ୍ମର ରିଲିଜ ତାରିଖ ଘୋଷଣା କରାଯାଇଛି। ସୋସିଆଲ ମିଡିଆରେ ପୋଷ୍ଟର ସେୟାର କରି କଙ୍ଗନା ଏହି ସୂଚନା ଦେଇଛନ୍ତି ।
କଙ୍ଗନା ଇନଷ୍ଟାଗ୍ରାମରେ 'ତେଜସ'ର ପ୍ରଥମ ଲୁକ ସହ ଫିଲ୍ମର ରିଲିଜ ଡେଟ୍ ଘୋଷଣା କରିଛନ୍ତି । ଅଭିନେତ୍ରୀ ଫିଲ୍ମର ତାଙ୍କର 2ଟି ଲୁକର ଫଟୋ ସେୟାର କରି ଲେଖିଛନ୍ତି,"ଏହା ଆମର ସାହସୀ ବାୟୁସେନା ପାଇଲଟଙ୍କ ସାହସିକତାକୁ ସମ୍ମାନ ।" ତେଜସ୍ 20 ଅକ୍ଟୋବରରେ ରିଲିଜ ହେବ। ତେବେ ପ୍ରଥମ ଫଟୋରେ କଙ୍ଗନା ରାଣାୱତ ଏୟାରଫୋର୍ସ ୟୁନିଫର୍ମ ପିନ୍ଧି ବିମାନରୁ ବାହାରକୁ ଆସୁଥିବା ଦେଖିବାକୁ ମିଳିଛି । ଦ୍ୱିତୀୟ ଫଟୋରେ ସେ ଏକ ଆକ୍ସନ୍ ସିନ୍ କରୁଥିବା ଏବଂ ତାଙ୍କ ପଛରେ ଏକ ଜ୍ୱଳନ୍ତା କାର ଥିବା ଦେଖିବାକୁ ମିଳିଛି । ଉଭୟ ଫଟୋ ଦେଖିବା ପରେ ପ୍ରଶଂସକ ଏହାକୁ ଲାଇକ୍ କରିବା ସହ ଫିଲ୍ମକୁ ନେଇ ବେଶ ଉତ୍ସାହିତ ଅଛନ୍ତି ।
ଏହା ମଧ୍ୟ ପଢନ୍ତୁ: ନିର୍ମାତା ସନ୍ଦୀପ ସିଂଙ୍କ ଏକାଠି କାମ କରିବେ କଙ୍ଗନା, ଆସୁଛି ନୂଆ ଫିଲ୍ମ
ସୂଚନା ଥାଉ କି, ତେଜସ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସର୍ଭେଶ ମେୱାରା। ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ରୋନି ସ୍କ୍ରୁୱାଲା । ଏହି ଚଳଚ୍ଚିତ୍ରରେ ଏୟାରଫୋର୍ସ ପାଇଲଟ ଭୂମିକାରେ କଙ୍ଗନା ରାଣାୱତ ନଜର ଆସିବେ । ଏହି ଫିଲ୍ମ ଚଳିତ ବର୍ଷ ଅକ୍ଟୋବର 20 ରେ ରିଲିଜ ହେବି । ସେହି ଦିନ ଟାଇଗର ଶ୍ରଫଙ୍କ ଚଳଚ୍ଚିତ୍ର ଗଣପତ ପାର୍ଟ-1 ମଧ୍ୟ ରିଲିଜ କରିବ । ତେବେ ଅକ୍ଟେୋବରରେ କଙ୍ଗନାଙ୍କ ଟାଇଗର ଶ୍ରଫଙ୍କ ସହ କଡା ଟକ୍କର ଦେଖିବାକୁ ମିଳିବ।
ସେପଟେ କଙ୍ଗନା ରାଣାୱତଙ୍କ ରାଜନୈତିକ ଡ୍ରାମା ଫିଲ୍ମ 'ଏମରଜେନ୍ସି' ଚଳିତ ବର୍ଷ ରିଲିଜ ହେବ । ତେଜସ୍ ରିଲିଜ୍ ହେବାର ଏକ ମାସ ପରେ ଅର୍ଥାତ 2023 ନଭେମ୍ବର 24ରେ ରିଲିଜ କରିବ । ଏହି ଫିଲ୍ମରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ଦିବଙ୍ଗତ ଅଭିନେତା ସତୀଶ କୌଶିକ ମଧ୍ୟ ନଜର ଆସିବେ । ଏହା ସହିତ ଅନୁପମ ଖେର ଏବଂ ମହିମା ଚୌଧୁରୀଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ।