ETV Bharat / entertainment

ଆଇସିୟୁରେ ଭର୍ତ୍ତି ଭେଟେରାନ ଅଭିନେତ୍ରୀ ତନୁଜା ମୁଖାର୍ଜୀ

author img

By ETV Bharat Odisha Team

Published : Dec 18, 2023, 10:54 AM IST

Tanuja Hospitalised: ଭେଟେରାନ୍‌ ବଲିଉଡ ଅଭିନେତ୍ରୀ ତଥା କାଜୋଲଙ୍କ ମାଆ ତନୁଜା ମୁମ୍ବାଇର ଜୁହୁ ସ୍ଥିତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଭିନେତ୍ରୀଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିବା ଖବର ସାମ୍ନାକୁ ଆସିଛି । ବାର୍ଦ୍ଧକ୍ୟ ଜନିତ ସମସ୍ୟା ହେତୁ ଅଭିନେତ୍ରୀ କାଜୋଲ ଦେବଗନଙ୍କ ମା'ଙ୍କୁ ଆଇସିୟୁରେ ଭର୍ତ୍ତି କରା ଯାଇଥିବା ଜଣାପଡିଛି । ଅଧିକ ପଢନ୍ତୁ,

ଆଇସିୟୁରେ ଭର୍ତ୍ତି ଭେଟେରାନ ଅଭିନେତ୍ରୀ ତନୁଜା

ହାଇଦ୍ରାବାଦ: ବଲିଉଡ୍‌ ବର୍ଷିଆନ ଅଭିନେତ୍ରୀ ତନୁଜାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଏକ ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ବୟସ ସମ୍ବନ୍ଧୀୟ ସମସ୍ୟା ହେତୁ 80 ବର୍ଷୀୟା ଅଭିନେତ୍ରୀଙ୍କୁ ରବିବାର ଦିନ ମୁମ୍ବାଇର ଜୁହୁର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତନୁଜା ବର୍ତ୍ତମାନ ଆଇସିୟୁରେ ଅଛନ୍ତି । ଏକ ସୂତ୍ରରୁ ପ୍ରକାଶ ଯେ, ତନୁଜା ବର୍ତ୍ତମାନ ପୂର୍ବ ଅପେକ୍ଷା ଭଲ ଅନୁଭବ କରୁଛନ୍ତି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ଚିନ୍ତା କରିବାର କିଛି କଥା ନାହିଁ । ତେବେ ଏହି ଖବର ଶୁଣିବା ମାତ୍ରେ ଫ୍ୟାନ୍ସମାନେ ବରିଷ୍ଠ ଅଭିନେତ୍ରୀଙ୍କ ଆସୁ ଆରୋଗ୍ୟ କାମନା କରୁଛନ୍ତି ।

ଲୋକପ୍ରିୟ ଅଭିନେତ୍ରୀ ତନୁଜାଙ୍କର କୌଣସି ପରିଚୟ ଦରକାର ନାହିଁ, ସେ ଅନେକ ହିନ୍ଦୀ ଏବଂ ବଙ୍ଗାଳୀ ଚଳଚ୍ଚିତ୍ରରେ କାମ କରିଛନ୍ତି । ସେ ଅତୀତର ତାରକା ଶୋଭନା ସମର୍ଥ ଏବଂ ନିର୍ମାତା କୁମାରସେନ୍ ସମର୍ଥଙ୍କ ଝିଅ । ତନୁଜା ଚଳଚ୍ଚିତ୍ର ନିର୍ମାତା ଶୋମୁ ମୁଖାର୍ଜୀଙ୍କୁ ୧୯୭୩ରେ ବିବାହ କରିଥିଲେ। ସେମାନଙ୍କର ଦୁଇ ଝିଅ କାଜୋଲ ଏବଂ ତନିଶା ମୁଖାର୍ଜୀ ଅଛନ୍ତି । କାଜୋଲ ବହୁତ କ୍ୟାରିୟର କରିଥିବା ବେଳେ ତନିଶା ଏତେ ଲାଇମଲାଇଟ୍ ଆସିପାରିନାହାନ୍ତି । କିନ୍ତୁ ଆଜିକାଲି ତନିଶାଙ୍କୁ ରିଆଲିଟି ଶୋ 'ଝଲକ ଦିଖଲା ଜା ୧୧'ରେ ଦେଖିବାକୁ ମିଳୁଛି ।

ତନୁଜାଙ୍କ ବିଷୟରେ କହିବାକୁ ଗଲେ, ଅଭିନେତ୍ରୀ ସେପ୍ଟେମ୍ବର ୨୩, ୧୯୪୩ ରେ ଜନ୍ମଗ୍ରହଣ କରିଥିଲେ । ୧୬ ବର୍ଷ ବୟସରେ ହିଁ ସେ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ସେ 'ହମାରି ବେଟି' ସହ (1950)ରେ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଚଳଚ୍ଚିତ୍ରରେ ସେ ତାଙ୍କ ବଡ଼ ଭଉଣୀ ନୂତନଙ୍କ ସହ ନଜର ଆସିଥିଲେ । ଏହି ଚଳଚ୍ଚିତ୍ରରେ ତନୁଜା ଶିଶୁ କଳାକାର ଭାବରେ ନଜର ଆସିଥିଲେ । ଏହାପରେ, ୧୯୬୦ ମସିହାରେ, ତନୁଜା 'ହମାରି ୟାଦ ଆଏଗି' ଚଳଚ୍ଚିତ୍ରରେ ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ । ପରେ ତାଙ୍କୁ 'ଜୁଏଲ୍ ଚୋର', 'ବହରେନ୍ ଫିର ଭୀ ଆୟେଙ୍ଗି', 'ପେଶା ୟା ପ୍ୟାର୍', 'ହାଥୀ ମେରେ ସାଥି' ଏବଂ 'ମେରେ ଜୀନ୍ ସାଥୀ'ରେ ଭଳି ଅନେକ ଫିଲ୍ମରେ ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ: ମାଡୁଛି ଡିପଫେକ୍‌ ଭିଡିଓ, ଶିକାର ହେଲେ କାଜୋଲ

ସୂଚନା ଥାଉ କି, କାଜୋଲ ଏବଂ ତନିଶା ମୁଖାର୍ଜୀଙ୍କ ବ୍ୟତୀତ ତନୁଜାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ କାଜୋଲଙ୍କ ସ୍ବାମୀ ଅଜୟ ଦେବଗନଙ୍କଠାରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । କୁହାଯାଉଛି ଯେ ତନୁଜା ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ । ଏହି ଖବର ଶୁଣି ଫ୍ୟାନ୍ସମାନେ ଅଭିନେତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.