ETV Bharat / entertainment

Devara: ସୈଫଙ୍କ ପ୍ରଥମ ଲୁକ୍ ଆଉଟ୍, ପୋଷ୍ଟର ରିଲିଜ କରି ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଜୁନିୟର ଏନଟିଆର

author img

By

Published : Aug 17, 2023, 7:03 AM IST

ସୈଫ ଅଲି ଖାନ ଆଗାମୀ ଫିଲ୍ମ ଦେବରା ସହ ସାଉଥରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ସେ Jr. ଏନଟିଆରଙ୍କ ସହ ନଜର ଆସିବେ । ଏନଟିଆର ଏହି ଫିଲ୍ମର ସୈଫଙ୍କ ପ୍ରଥମ ଲୁକ ପୋଷ୍ଟର ରିଲିଜ କରି ସୈଫଙ୍କ ଜନ୍ମଦିନ ଭେଟି ଦେଇଛନ୍ତି । ଅଧିକ ପଢନ୍ତୁ,

ସୈଫଙ୍କ ପ୍ରଥମ ଲୁକ୍ ଆଉଟ୍, ପୋଷ୍ଟର ରିଲିଜ କରି ଅଭିନେତାଙ୍କୁ ବର୍ଥ ଡେ ୱିସ୍ କଲେ Jr. ଏନଟିଆର

ହାଇଦ୍ରାବାଦ: ନିକଟରେ ରିଲିଜ ହୋଇଥିବା ଆଦିପୁରୁଷରେ ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କୁ ଦେଖିବାକୁ ମିଳିଥିଲା । ବିବାଦୀୟ ସଂଳାପ ଏବଂ ଭିଏପଏକ୍ସ ପାଇଁ ଫିଲ୍ମ ସାମଲୋଚନା ହେବା ସହ ବିରୋଧର ସମ୍ମୁଖୀନ ହୋଇଥିଲା । ଫଳରେ ଏହି ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା । ଏହାରି ମଧ୍ୟରେ ବର୍ତ୍ତମାନ ସୈଫଙ୍କୁ ଆଗାମୀ ଫିଲ୍ମ 'ଦେବରା'ରେ ଦେଖିବାକୁ ମିଳିବ । ଏହି ଫିଲ୍ମ ସହ ସେ ସାଉଥରେ ଡେବ୍ୟୁ କରିବାକୁ ଯାଉଛନ୍ତି । ପ୍ରଥମ ଥର ପାଇଁ ସେ Jr. ଏନଟିଆରଙ୍କ ସ୍କ୍ରିନ ସେୟାର କରିବେ । ଗତକାଲି ସୈଫଙ୍କ ଜନ୍ମଦିନରେ Jr. ଏନଟିଆର ଫିଲ୍ମରୁ ସୈଫଙ୍କ ପ୍ରଥମ ଲୁକ ପୋଷ୍ଟର ରିଲିଜ କରି ତାଙ୍କୁ ଜନ୍ମଦିନ ଭେଟି ଦେଇଛନ୍ତି ।

ଗତକାଲି ସୈଫ ଅଲି ଖାନ ତାଙ୍କ 53ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ Jr. ଏନଟିଆର ଫିଲ୍ମରୁ ସୈଫଙ୍କ ପ୍ରଥମ ଲୁକ ପୋଷ୍ଟର ରିଲିଜ କରିଛନ୍ତି । ଏହି ପୋଷ୍ଟରରେ ସୈଫଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ମିଳିବ । Jr. ଏନଟିଆର ଟ୍ବିଟର ଏବଂ ଇନଷ୍ଟାଗ୍ରାମ ଷ୍ଟୋରୀରେ ସୈପଙ୍କ ପ୍ରଥମ ପୋଷ୍ଟର ରିଲିଜ କରି ଲେଖିଛନ୍ତି, BHAIRA(ଭୈରା) ହାପି ବର୍ଥ ଡେ ସୈଫ ସାର୍ ! ଦେବରା । ଭୈରା ଲୁକରେ ସୈଫ ଅଲି ଖାନ ଦମଦାର ଦେଖାଯାଉଛନ୍ତି । ଏହି ପୋଷ୍ଟର ରିଲିଜ ହେବା ମାତ୍ରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ସୈଫଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରତିକ୍ରିୟାରେ ଫ୍ୟାନ୍ସ ଲାଲ ହାର୍ଟ ଏବଂ ଫାୟାର ଇମୋଜି ଦେବା ସହ ଏହି ଲୁକକୁ ଦେଖି ଫିଲ୍ମକୁ ନେଇ ବେଶ ଉତ୍ସାହିତ ଅଛନ୍ତି ।

ନିର୍ଦ୍ଦେଶକ କୋର୍ଟଲା ସିଭା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ପୂର୍ବରୁ ଏହି ଫିଲ୍ମର ନାଁ NTR 30 ଥିଲା । ପରେ ଏହାର ନାଁ ଘୋଷଣା କରିଥିଲେ ନିର୍ମାତା । ଫିଲ୍ମର ନାଁ ପରବର୍ତ୍ତୀ ସମୟରେ ଦେବରା ଘୋଷଣା କରିଥିଲେ । ଏହି ଫିଲ୍ମରେ ସୈଫ ଏବଂ ଏନଟିଆରଙ୍କ ବ୍ୟତୀତ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ମଧ୍ୟ ନଜର ଆସିବେ । ଏହି ଫିଲ୍ମ ସହ ଉଭୟ ସୈଫ ଏବଂ ଜାହ୍ନବୀ ଟଲିଉଡରେ ଡେବ୍ୟୁ କରିବା ସହ ପ୍ରଥମ ଥର ପାଇଁ Jr. ଏନଟିଆରଙ୍କ ସ୍କ୍ରିନ ସେୟାର କରିବେ।

ଏହା ମଧ୍ୟ ପଢନ୍ତୁ: ପୁଲ ଫଟୋ ସେୟାର କରି ସ୍ବାମୀଙ୍କୁ ବର୍ଥ ଡେ ୱିସ କଲେ ବେବୋ

ସୂଚନା ଥାଉ କି, ଏକ ବର୍ଷ ପୂର୍ବେ ନିର୍ମାତାମାନେ ଫିଲ୍ମର ଅଫିସିଆଲ୍ ମୋସନ୍ ପୋଷ୍ଟର ରିଲିଜ କରିଥିଲେ । ଯେଉଁଥିରେ Jr NTRଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ମିଳିଥିଲା ଯେଉଁଥିରେ ଏକ ଛୁରୀ ଏବଂ କୁରାଢି ରହିଥିଲା । ଏହି ଫିଲ୍ମ 2024 ଏପ୍ରିଲ୍ 5ରେ ରିଲିଜ ହେବ । ତେବେ RRRର ବିଶ୍ବସ୍ତରୀୟ ସଫଳତା ପରେ ପ୍ରଶଂସକମାନେ ଜୁନିଆର ଏନଟିଆରଙ୍କ ପରବର୍ତ୍ତୀ ଫିଲ୍ମ ଦେବରାକୁ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହି ଫିଲ୍ମ ମଧ୍ୟ RRR ଭଳି ସଫଳତା ହାସଲ କରିବା ସହ ହିଟ୍‌ ହୋବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.