ୱାଶିଂଟନ: 'ଆଭେଞ୍ଜର୍ସ' ଷ୍ଟାର ଜେରେମି ରେନର୍ (Jeremy Renner) ଏକ ଦୁର୍ଘଟଣାର ଶିକାର ହୋଇଥିଲେ । ଏହି ଦୁର୍ଘଟଣାରେ ଅଭିନେତା ଗୁରୁତର ଆହତ ହୋଇଥିଲେ, ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଯେଉଁଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ଏଭଳି ସ୍ଥିତିରେ ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ କୋଟି କୋଟି ପ୍ରଶଂସକ ପ୍ରାର୍ଥନା କରୁଛନ୍ତି । ଏହି ସମୟରେ, ଅଭିନେତା ନିଜର ଏକ ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯାହାକୁ ଦେଖିବା ପରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ଆଶ୍ବସ୍ତି ମିଳିଛି ।
- " class="align-text-top noRightClick twitterSection" data="
">
ନିକଟରେ ଏହି ଅଭିନେତା ତୁଷାରପାତର ଶିକାର ହୋଇଥିଲେ (ବରଫ ହଟାଇବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ), ଯେଉଁଥିରେ ସେ ଗୁରୁତର ଆହତ ହୋଇଥିଲେ । ଏହି ସମୟରେ, ଜେରେମି ବୁଧବାର ଇନଷ୍ଟାଗ୍ରାମରେ ଡାକ୍ତରଖାନାରୁ ଏକ ଫଟୋ ସେୟାର କରିଛନ୍ତି । ତାଙ୍କ ପୋଷ୍ଟ ମାଧ୍ୟମରେ ସେ ପ୍ରଶଂସକମାନଙ୍କୁ ଅସ୍ତ୍ରୋପଚାର ପରେ ତାଙ୍କ ଅବସ୍ଥା ବିଷୟରେ ଅବଗତ କରାଇଥିଲେ। ଫଟୋରେ ଜେରେମି ଡାକ୍ତରଖାନା ଶଯ୍ୟା ଉପରେ ଶୋଇଥିବାର ନଜର ଆସିଛନ୍ତି । ତାଙ୍କ ମୁହଁରେ ଆଘାତ ଚିହ୍ନ ମଧ୍ୟ ଦେଖାଯାଉଛି । ଫଟୋ ସେୟାର କରି ସେ ଲେଖିଛନ୍ତି, ପ୍ରାର୍ଥନା ପାଇଁ ଆପଣ ସମସ୍ତଙ୍କୁ ଧନ୍ୟବାଦ । ମୁଁ ବର୍ତ୍ତମାନ ଅଧିକ ଟାଇପ୍ କରିପାରୁନାହିଁ, କିନ୍ତୁ ମୁଁ ଆପଣ ସମସ୍ତଙ୍କୁ ମୋର ଭଲପାଇବା ପଠାଉଛି।
-
Praying for your speedy recovery Jeremy 🤗🤗🤗🤗 pic.twitter.com/Lar52njJoo
— Anil Kapoor (@AnilKapoor) January 2, 2023 " class="align-text-top noRightClick twitterSection" data="
">Praying for your speedy recovery Jeremy 🤗🤗🤗🤗 pic.twitter.com/Lar52njJoo
— Anil Kapoor (@AnilKapoor) January 2, 2023Praying for your speedy recovery Jeremy 🤗🤗🤗🤗 pic.twitter.com/Lar52njJoo
— Anil Kapoor (@AnilKapoor) January 2, 2023
ଜେରେମିଙ୍କର ହେଲା ସର୍ଜରୀ
ଉଲ୍ଲେଖନୀୟ ଯେ, ଦୁର୍ଘଟମାରେ ଜେରେମିଙ୍କ ଗଭୀର ଆଘାତ ଲାଗିଛି । ଏଥି ସହିତ ଜେରେମିଙ୍କ ମୁଖପାତ୍ର କହିଛନ୍ତି ଯେ ସୋମବାର ରେନରଙ୍କ ଅସ୍ତ୍ରୋପଚାର ହୋଇଛି ଏବଂ ଅଭିନେତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ତଥାପି ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।
ପୋଷ୍ଟରେ ମନ୍ତବ୍ୟ ଦେଇଛନ୍ତି ଅନୀଲ କପୁର
ଏହି ପୋଷ୍ଟରେ ଅଭିନେତା ଅନିଲ କପୁର 5 ଟି ହୃଦୟ ଇମୋଜି ସେୟାର କରିଛନ୍ତି। ଆମେ ଆପଣଙ୍କୁ କହିବୁ ଏହା ପୂର୍ବରୁ ମଧ୍ୟ ଅଭିନେତା ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଅନିଲ କପୁର ଟୁଇଟ୍ କରି ଲେଖିଛନ୍ତି - ଜେରେମି ଶୀଘ୍ର ସୁସ୍ଥ ହେବା ପାଇଁ କାମନା କରୁଛି । ଏହା ସହିତ ସେ ଦୁଇଟି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଜେରେମିଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଥିଲା । ଉଲ୍ଲେଖନୀୟ ଯେ, ଜେରେମି ରେନର୍ ଏବଂ ଅନିଲ କପୁର 'Mission: Impossible – Ghost Protoco'ରେ ଏକାଠି କାମ କରିଥିଲେ ।
ଏହା ବି ପଢନ୍ତୁ: Gadar 2ରୁ ସାମ୍ନାକୁ ଆସିଲା ସନ୍ନି ଦେଓଲଙ୍କ ଫାଷ୍ଟ ଲୁକ୍
ଅଭିନେତାଙ୍କ ଚଳଚ୍ଚିତ୍ର କ୍ୟାରିୟର ବିଷୟରେ କହିବାକୁ ଗଲେ ସେ ଫିଲ୍ମ ଆଭେଞ୍ଜର୍ସ ଏବଂ କ୍ୟାପଟେନ୍ ଆମେରିକା ସିରିଜ୍ ମାଧ୍ୟମରେ ଏକ ଭିନ୍ନ ମାନ୍ୟତା ପାଇଥିଲେ। ସେ Hawkeyeଙ୍କ ଚରିତ୍ରରେ ଅଭିନୟ କରିଥିଲେ। ଏହି ଚରିତ୍ର ସହିତ ସେ ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିଲେ । ଜେରେମି ରେନର୍ ଖୁବ୍ ଶୀଘ୍ର Mayor of Kingstown ର ଦ୍ୱିତୀୟ ସିଜନରେ ନଜର ଆସିବେ।