ETV Bharat / entertainment

Jee Rahe The Hum Song OUT: ରିଲିଜ୍ ହେଲା ନୂଆ ଗୀତ ଜି ରହେ ଥେ ହମ, ଦେଖନ୍ତୁ ସଲମାନ-ପୂଜାଙ୍କ କେମେଷ୍ଟ୍ରୀ - କିସି କା ଭାଇ କିସି କି ଜାନ ଗୀତ ରିଲିଜ

ସଲମାନ ଖାନ ଏବଂ ପୂଜା ହେଗଡେଙ୍କ ଅଭିନୀତ ଫିଲ୍ମ 'କିସି କା ଭାଇ କିସି କି ଜାନ'ର ତୃତୀୟ ଗୀତ 'ଜୀ ରହେ ଥେ ହମ୍' ରିଲିଜ ହୋଇଛି । ଦେଖନ୍ତୁ, ସଲମାନ-ପୂଜାଙ୍କ କେମେଷ୍ଟ୍ରୀ

ରିଲିଜ୍ ହୋଇଛି 'କିସି କା ଭାଇ କିସି କି ଜାନ'ର ଗୀତ 'ଜି ରହେ ଥେ ହମ୍'

author img

By

Published : Mar 21, 2023, 5:59 PM IST

ମୁମ୍ବାଇ: ଚଳିତ ବର୍ଷ ଇଦରେ ଭାଇଜାନ ସଲମାନ ଖାନଙ୍କ ପ୍ରଶଂସକଙ୍କ ପାଇଁ ଉପହାର। ଏପ୍ରିଲ ମାସରେ ଇଦ୍ ଅବସରରେ ରିଲିଜ ହେବାକୁ ଯାଉଛି ସଲମାନ ଖାନଙ୍କ ଅଭିନୀତ ଫିଲ୍ମ 'କିସି କା ଭାଇ କିସି କି ଜାନ'। ଫିଲ୍ମର ଟିଜର ଏବଂ ଦୁଇଟି ଗୀତ 'ନେଇୟୋ ଲାଗଦା ଦିଲ୍' ଏବଂ 'ବିଲି-ବିଲି' ପୂର୍ବରୁ ରିଲିଜ ହୋଇସାରିଥିବା ବେଳେ ବର୍ତ୍ତମାନ ଫିଲ୍ମର ତୃତୀୟ ଗୀତ 'ଜୀ ରହେ ଥେ ହମ୍' ଆଜି ରିଲିଜ କରିଛି। ଏହି ଗୀତଟି ନିଜେ ସଲମାନ ଖାନ ଗାଇଛନ୍ତି।

  • " class="align-text-top noRightClick twitterSection" data="">

ଏଥିରେ ସଲମାନ ଖାନ ଏବଂ ପୂଜା ହେଗଡେଙ୍କ ଲୁକ ଆକର୍ଷଣୀୟ କରିଛି। ସଲମାନ ଖାନ ପ୍ରାୟତଃ ଶାହାରୁଖ ଖାନଙ୍କ ବ୍ଲକବଷ୍ଟର ଫିଲ୍ମ 'ପଠାନ'ର ଲୁକରେ ନଜର ଆସିଥିବା ବେଳେ ପୂଜା ହେଗଡେ ମଧ୍ୟ ଖୁବ ସୁନ୍ଦର ଦେଖାଯାଉଛନ୍ତି । ତେବେ ଉଭୟଙ୍କ କେମେଷ୍ଟ୍ରୀ ଏହି ଗୀତରେ ଦେଖିବାକୁ ମିଳିଛି। ତେବେ ଏହି ଗୀତ ରିଲିଜ ପରେ ଫ୍ୟାନ୍ସ ବହୁ ଉତ୍ସାହିତର ସହ ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି।

ତେବେ ଏହି ପୁରା ଗୀତକୁ ସଲମାନ ଖାନ ନିଜ ଗାଇଛନ୍ତି। ଏବଂ ସେ ଏହି ଗୀତରେ ପୂଜାଙ୍କ ପ୍ରତି ତାଙ୍କର ପ୍ରେମ ଜାହିର କରୁଥିବା ନଜର ଆସିଛନ୍ତି। ଗୀତରେ ସଲମାନ ଖାନ, ପୂଜା ହେଗଡେ, ଶାହନାଜ ଗିଲ, ପାଲକ ତିୱାରୀ ଏବଂ ଗାୟକ ଜାସି ଗିଲଙ୍କ ସମେତ ସମସ୍ତଙ୍କ ଡ୍ରେସ ବହୁ ସୁନ୍ଦର ଅଟେ। ତେବେ ପୂର୍ବରୁ ଫିଲ୍ମର ଦୁଇଟି ଗୀତ 'ନେଇୟୋ ଲାଗଦା ଦିଲ୍' ଏବଂ 'ବିଲି-ବିଲି' ଗୀତ ରିଲିଜ ପରେ ଫ୍ୟାନ୍ସ ବେଶ ପସନ୍ଦ କରିଥିଲେ। ସେହିପରି ଏହି ଗୀତକୁ ମଧ୍ୟ ହିଟ ରହିବ ବୋଲି ଆଶା କରାଯାଉଛି।

ସୂଚନା ଥାଉ କି, ଏହି ଫିଲ୍ମଟି ଫରହାଦ୍ ସାମଜୀଙ୍କ ଦ୍ବାରା ନିର୍ଦ୍ଦେଶିତ ହୋଇଛି। ପୂର୍ବରୁ ନିର୍ଦ୍ଦେଶକ ଫରହାଦ୍ ଅକ୍ଷୟ କୁମାର ଏବଂ କ୍ରିତି ସାନନଙ୍କ ସହ ବଚ୍ଚନ ପାଣ୍ଡେ ନିର୍ଦ୍ଦେଶନା ଦେଇଥିଲେ। ଯାହା ଏକ ସପ୍ତାହ ମଧ୍ୟରେ ବକ୍ସ ଅଫିସରେ ସଫଳ ହୋଇଥିଲା। ତେବେ ଏହା ମଧ୍ୟ ସଫଳତା ହାସଲ କରିବା ବୋଲି ଆଶା କରାଯାଉଛି। ତେବେ 'କିସି କା ଭାଇ କିସି କି ଜାନ' ଆଜିଠାରୁ ଠିକ୍ ଗୋଟିଏ ମାସ ପରେ ସାରା ଦୁନିଆର ସିନେମାରେ ରିଲିଜ କରିବାକୁ ଯାଉଛି। ଏହାସହ ସଲମାନ ଖାନ ଚଳିତ ବର୍ଷ ଦିପାବଳୀରେ ଟାଇଗର -3 ଫିଲ୍ମ ସହ ପୁଣି ଧମାକା କରିବାକୁ ଯାଉଛନ୍ତି। କ୍ୟାଟ୍ରିନା କୈଫ ଏବଂ ସଲମାନ ଖାନଙ୍କ ସୁପରହିଟ୍ ଯୋଡି ପୁଣି ଥରେ ଟାଇଗର -3 ରେ ନଜର ଆସିବେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.