ETV Bharat / entertainment

ଗମ୍ଭୀର ରୋଗରେ ପୀଡିତ ଜୟ ଭାନୁଶାଲିଙ୍କ ଝିଅ, ହସ୍ପିଟାଲରୁ ପୋଷ୍ଟ ସେୟାର କଲେ ମାହି

ଟିଭି ଅଭିନେତା ଜୟ ଭାନୁଶାଲି ଏବଂ ଅଭିନେତ୍ରୀ ମାହି ବିଜଙ୍କ ଝିଅ ତାରା ଭାନୁଶାଲି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଇନ୍‌ଫ୍ଲୁଏଞ୍ଜା ଏ ଫ୍ଲୁ ରୋଗରେ ଆକ୍ରାନ୍ତ ହେବା ପରେ ତାରାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

ଟିଭି ଅଭିନେତା ଜୟ ଭାନୁଶାଲି
ଟିଭି ଅଭିନେତା ଜୟ ଭାନୁଶାଲି
author img

By

Published : Aug 21, 2023, 1:32 PM IST

ମୁମ୍ବାଇ: ଡାକ୍ତରଖାନାରେ ତାରା ଭାନୁଶାଲି । ଟିଭି ଅଭିନେତା ତଥା ହୋଷ୍ଟ ଜୟ ଭାନୁଶାଲି ଏବଂ ଅଭିନେତ୍ରୀ ମାହି ବିଜଙ୍କ ଝିଅ ତାରା ଭାନୁଶାଲି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଇନ୍‌ଫ୍ଲୁଏଞ୍ଜା ଏ ଫ୍ଲୁ ରୋଗରେ ଆକ୍ରାନ୍ତ ହେବା ପରେ ତାରାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାହି ଡାକ୍ତରଖାନାରୁ ଝିଅର ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ତାରାଙ୍କ ହାତରେ ଏକ କାନୁଲା ଲାଗିଛି । ମାହି ଝିଅର କେଶ ବାନ୍ଧି ତାଙ୍କ ସହିତ ଖେଳୁଥିବା ଦେଖାଯାଏ । ଏହି ଭିଡିଓ ସେୟାର କରିବାବେଳେ ମାହି କହିଥିଲେ ଯେ, ତାରାଙ୍କୁ କିପରି ଜ୍ୱର ହେଲା ଏବଂ ସେ କେମିତି ଜାଣିଲେ ଯେ ଏହା ଫ୍ଲୁ ବୋଲି । ସୋସିଆଲ ମିଡିଆ ମାଧ୍ୟମରେ ଅନ୍ୟ ପିତାମାତାଙ୍କୁ ମଧ୍ୟ ସେମାନଙ୍କର ପିଲାମାନଙ୍କର ଯତ୍ନ ନେବାକୁ ଏବଂ ସତର୍କ ରହିବାକୁ ନିବେଦନ କରିଛନ୍ତି ।

ମାହି ବିଜ ଭିଡିଓ ସହିତ ଏକ ଲମ୍ବା ନୋଟ୍ ଲେଖିଛନ୍ତି,‘‘ଶିଶୁର ଜ୍ୱର ପିତାମାତାଙ୍କୁ ଚିନ୍ତା କରେ, ବେଳେବେଳେ ସେମାନଙ୍କୁ ଭୟଭୀତ କରେ । ମୁଁ ବୁଝୁଛି । ଏହି ଗୁରୁବାର ରାତିରେ ଯେତେବେଳେ ତାରାଙ୍କୁ ଜୋରରେ ଜ୍ୱର ଆସିଲା, ଏହା ଆମ ସମସ୍ତଙ୍କ ପାଇଁ ଏକ ଦୁଃଖଦ ସ୍ୱପ୍ନ ଭଳି ଥିଲା । ସ୍ୱାଧୀନତା ଦିବସ ସପ୍ତାହ ପାଇଁ ଦୀର୍ଘ ଦିନ ଛୁଟି ପରେ ତାରା ଗୁରୁବାର ଦିନ ସ୍କୁଲ ଯାଇଥିଲେ । ସେ ସମୟରେ ଜ୍ୱର ବହୁତ କମ୍‌ ଥିଲା । କିନ୍ତୁ ଏଥର ଆମ ତାରାଙ୍କ ପାଇଁ ଏହା ଅତ୍ୟନ୍ତ ଗମ୍ଭୀର ହୋଇଗଲା।’’

ଏହା ମଧ୍ୟ ପଢନ୍ତୁ: Salman Bald Look: ଆସୁଛି ତେରେ ନାମ୍‌ 2 ! ପୁଣି ବାଲ୍ଡ ଲୁକ୍‌ରେ ଭାଇଜାନ

ମାହି ବିଜୟ ଆହୁରି ଲେଖିଛନ୍ତି, “ଡାକ୍ତରଙ୍କ ପରାମର୍ଶ ପରେ ଆମେ ତାଙ୍କୁ ଔଷଧ ଦେବାକୁ ଚେଷ୍ଟା କରିଥିଲୁ, କିନ୍ତୁ ତାଙ୍କୁ ଇବ୍ୟୁଜେସିକ୍ ପ୍ଲସ୍ ଦେବା ପରେ ମଧ୍ୟ ତାଙ୍କର ଜ୍ୱର 104 ରୁ ଅଧିକ ରହିଥିଲା । ଏହା ଆମ ପାଇଁ ବାସ୍ତବରେ ଚିନ୍ତାର କାରଣ ଥିଲା । ମାହି ଆହୁରି ଲେଖିଛନ୍ତି, “ମୁଁ ରାତି ଅଧରେ ଡାକ୍ତରଙ୍କ ସହ କଥା ହୋଇଥିଲି ଏବଂ ସେ କହିଥିଲେ ଯେ ଚିନ୍ତା କରିବାର କିଛି ନାହିଁ କାରଣ ଆଜିକାଲି ସମସ୍ତ ପିଲା ଭାଇରାଲ ଜ୍ବରରେ ପୀଡିତ ହୋଇ ଅସୁସ୍ଥ ହେଉଛନ୍ତି । କିନ୍ତୁ ଜଣେ ମାଆ ଭାବରେ ମୋତେ ଚିନ୍ତା କରିବାକୁ ପଡିଲା । ଶୁକ୍ରବାର ସକାଳେ, ଶନିବାର ଅପରାହ୍ନରେ ମୋତେ ତୁରନ୍ତ ଡାକ୍ତରଖାନା ଯିବାକୁ ପଡିଲା ଏବଂ ଡାକ୍ତରମାନେ କିଛି ପରୀକ୍ଷା କରିଥିଲେ ଏବଂ ସେଥିରେ ଜଣାପଡିଲା ତାରା ସ୍ୱାଇନ୍ ଫ୍ଲୁରେ ସଂକ୍ରମିତ। ”

ମାହି ବିଜ ପିତାମାତାଙ୍କୁ ନିବେଦନ କରିଛନ୍ତି

ମାହି ବିଜ ଆହୁରି ଲେଖିଛନ୍ତି, “ଏହି ଫ୍ଲୁକୁ ହାଲୁକା ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ ଏବଂ ଯଦି ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଅଛି ତେବେ ଦୟାକରି ସେମାନଙ୍କର ଯତ୍ନ ନେବା ଆରମ୍ଭ କରନ୍ତୁ । ଫ୍ଲୁ ଟିକା ନେବା ପାଇଁ ଡାକ୍ତରଙ୍କ ସହ କଥା ହୁଅନ୍ତୁ । ତାରା ସ୍ବାସ୍ଥ୍ୟ ଦିନକୁ ଦିନ ଭଲ ହେବାରେ ଲାଗିଛି। ଆଜି ଚତୁର୍ଥ ଦିନ ଏବଂ ସେ ଘରକୁ ଯିବାକୁ ଜିଦ୍ ଧରିଛନ୍ତି ଏବଂ ଆଶା କରୁଛି ସନ୍ଧ୍ୟା ସୁଦ୍ଧା ଆମେ ଘରେ ଥିବୁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.