ETV Bharat / entertainment

Jawan Collection Day 14: କିଙ୍ଗ୍‌ ଖାନ୍‌ଙ୍କୁ ମିଳିଲା ବାପ୍ପାଙ୍କ ଆଶୀର୍ବାଦ, 500 କୋଟି କ୍ଲବରେ ଜବାନ୍‌ର ଏଣ୍ଟ୍ରି

author img

By ETV Bharat Odisha Team

Published : Sep 20, 2023, 10:18 AM IST

ବଲିଉଡ୍‌ କିଙ୍ଗ୍‌ ଶାହାରୁଖ ଖାନଙ୍କ ଫିଲ୍ମ 'ଜବାନ' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ଦିନଠାରୁ ବକ୍ସ ଅଫିସରେ ଧମାଲ ମଚାଉଛି । ଏହି ଚଳଚ୍ଚିତ୍ରଟି ଘରୋଇ ଏବଂ ବିଶ୍ବବ୍ୟାପୀ ବକ୍ସ ଅଫିସରେ ଦବ୍‌ଦବା ଜାରି ରଖିଛି । 14ତମ ଦିନରେ ଫିଲ୍ମ କେତେ କଲେକ୍ସନ କରିଛି ଜାଣନ୍ତୁ...

ଫିଲ୍ମ ଜବାନ
ଫିଲ୍ମ ଜବାନ

ମୁମ୍ବାଇ: ପ୍ରେକ୍ଷାଳୟରେ 7 ସେପ୍ଟେମ୍ବର 2023ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ଜବାନ୍'ର ରୋଜଗାର ଗ୍ରାଫ୍ କ୍ରମାଗତ ଭାବେ ବଢ଼ି ଚାଲିଛି । ଅଟଲି କୁମାରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ବଜେଟ୍ 300 କୋଟି ଟଙ୍କା ଥିଲା, କିନ୍ତୁ ଯଦି ଆମେ ଭାରତୀୟ ବକ୍ସ ଅଫିସରେ ରୋଜଗାର ବିଷୟରେ କହିବା, ତେବେ ମାତ୍ର 5 ଦିନ ମଧ୍ୟରେ ଫିଲ୍ମ ତାର ପ୍ରୋଫିଟ୍‌ ଜୋନ୍‌ରେ ପ୍ରବେଶ କରିସାରିଛି। ବିଶ୍ବବ୍ୟାପୀ କଲେକ୍ସନ ଦୃଷ୍ଟିରୁ ଏହା ମାତ୍ର 3 ଦିନରେ ହିଁ ଏହି ସଂଖ୍ୟା ପାର୍‌ କରିଥିଲା । ଶାହାରୁଖ, ବିଜୟ ସେଥୁପତି, ନୟନତାରା, ଦୀପିକା ପାଦୁକୋନ ଅଭିନୀତ 'ଜବାନ'କୁ ଉଭୟ ଦର୍ଶକ ଏବଂ ସମାଲୋଚକ ଉଚ୍ଚ ପ୍ରଶଂସା କରିଛନ୍ତି।

14 ତମ ଦିନର କଲେକ୍ସନ

ଗଣେଶ ଚତୁର୍ଥୀ ଅବସରରେ 'ଜବାନ୍' ରିଲିଜ୍ ହେବାର 13 ଦିନରେ 500 କୋଟି ଟଙ୍କା କ୍ଲବରେ ପ୍ରବେଶ କରିବାରେ ସଫଳ ହୋଇଛି ଏବଂ 14ତମ ଦିନରେ ଜବାନର ମୋଟ କଲେକ୍ସନ 508.06 କୋଟିରେ ପହଞ୍ଚିଛି । ଚଳଚ୍ଚିତ୍ରର ବିଶ୍ବବ୍ୟାପୀ କଲେକ୍ସନ 883.68 କୋଟିରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ, 'ଜବାନ' ବକ୍ସ ଅଫିସରେ ସବୁଠୁ ଶୀଘ୍ର ଏହି ସଂଖ୍ୟା ଅତିକ୍ରମ କରିବାରେ ବଲିଉଡ ହିନ୍ଦୀ ଚଳଚ୍ଚିତ୍ର ହୋଇପାରିଛି ।

ଏହା ମଧ୍ୟ ପଢନ୍ତୁ: The Vaccine War: ଟ୍ରୋଲର୍ସଙ୍କ ଉପରେ ବର୍ଷିଲେ ପଲ୍ଲବୀ, କହିଲେ- ସେମାନେ ମୋ ଦର୍ଶକ ନୁହଁନ୍ତି

ଏହିପରି ଜବାନ ଖୁବଶୀଘ୍ର 1000କୋଟି କ୍ଲବରେ ସାମିଲ ହୋଇ ଆଉ ଏକ ରେକର୍ଡ ନିଜ ନାଁରେ କରିବାକୁ ଯାଉଛି । ଏହି ସପ୍ତାହ ମଧ୍ୟରେ ଫିଲ୍ମ 1000କୋଟି ଆୟ କରିବ ବୋଲି ଆଶା କରାଯାଉଛି । ଯଦି ଏପରି ହୁଏ, ତେବେ ଜବାନ ସାଉଥର ଦୁଇଟି ମେଗାବ୍ଲକ୍ବଷ୍ଟର ଚଳଚ୍ଚିତ୍ର RRR (1260 କୋଟି) ଏବଂ KGF 2 (1230 କୋଟି) ରେକର୍ଡକୁ ଭାଙ୍ଗିବ ।

ଏହା ମଧ୍ୟ ପଢନ୍ତୁ: Ganesh Chaturthi 2023: ଗଣେଶ ଚତୁର୍ଥୀରେ ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଲେ ଓଲିଉଡ ସେଲିବ୍ରିଟି

ଆସିବ 'ଜବାନ'ର ସିକ୍ୱେଲ

ଜବାନର ଶାନଦାର ସଫଳତା ଦେଖି ଫିଲ୍ମର ଏକ ସିକ୍ୱେଲ୍‌ ଆସିପାରେ ବୋଲି ଖବର ରହିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ନିର୍ଦ୍ଦେଶକ ଅଟଲି 'ଜବାନ'ର ସିକ୍ୱେଲ୍‌ ବିଷୟରେ ସୂଚନା ଦେଇଛନ୍ତି । ଶାହାରୁଖ 'ଜବାନ'ରେ ଡବଲ୍‌ ଭୂମିକାରେ ଅଭିନୟ କରିଛନ୍ତି, ତାଙ୍କ ସହ ଦକ୍ଷିଣ ଅଭିନେତ୍ରୀ ନୟନତାରା ବଲିଉଡରେ ଡେବ୍ୟୁ କରିଛନ୍ତି । ଏହି ଚଳଚ୍ଚିତ୍ରରେ ବିଜୟ ସେତୁପତି, ସାନ୍ୟା ମାଲହୋତ୍ରା, ରିଦ୍ଧି ଡୋଗ୍ରା, ସୁନୀଲ ଗ୍ରୋଭର ପ୍ରମୁଖ ଭୂମିକା ଗ୍ରହଣ କରିଥିବାବେଳେ ସଞ୍ଜୟ ଦତ୍ତ ଏବଂ ଦୀପିକା ପାଦୁକୋନ କ୍ୟାମିଓ ରୋଲରେ ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ରଟି ସେପ୍ଟେମ୍ବର 7ରେ ବିଶ୍ବ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ​​।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.