ETV Bharat / entertainment

ଇନ୍‌ଷ୍ଟାଗ୍ରାମ ଦୁନିଆରେ ପାଦ ଦେଲେ ନୟନତାରା, ଦେଖାଇଲେ ଷ୍ଟାଇଲିସ୍ ଅନ୍ଦାଜ

author img

By ETV Bharat Odisha Team

Published : Aug 31, 2023, 4:25 PM IST

ଜବାନ୍ ରିଲିଜ୍ ହେବା ପୂର୍ବରୁ ଇନ୍‌ଷ୍ଟାଗ୍ରାମ ଦୁନିଆରେ ପାଦ ଦେଲେ ସାଉଥ୍‌ ସୁନ୍ଦରୀ ନୟନତାରା । ସେ ତାଙ୍କ ଯାଆଁଳା ପୁଅଙ୍କ ସହ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଅଧିକ ପଢନ୍ତୁ

ନୟନତାରା ଦେଖାଇଲେ ଷ୍ଟାଇଲିସ୍ ଅନ୍ଦାଜ
ନୟନତାରା ଦେଖାଇଲେ ଷ୍ଟାଇଲିସ୍ ଅନ୍ଦାଜ

ମୁମ୍ବାଇ: କିଙ୍ଗ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଜବାନ' ପାଇଁ ସାଉଥ ସୁନ୍ଦରୀ ନୟନତାରା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଫିଲ୍ମ 7 ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଆଜି ଅର୍ଥାତ୍ 31 ଅଗଷ୍ଟରେ, ରକ୍ଷା ବନ୍ଧନର ବିଶେଷ ଉତ୍ସବରେ ଏସ୍‌ଆର୍‌କେଙ୍କ ପ୍ରଶଂସକମାନେ ଗୋଟିଏ ନୁହେଁ ଦୁଇଟି ସ୍ୱତନ୍ତ୍ର ରାକ୍ଷୀ ଉପହାର ପାଇଛନ୍ତି । ଗୋଟିଏ ହେଉଛି ଆଜିର ଶୁଭ ଅବସରରେ ଶାହାରୁଖ ଖାନଙ୍କ ଫିଲ୍ମ 'ଜବାନ'ର ଏକ ଦମଦାର ଟ୍ରେଲର ମୁକ୍ତିଲାଭ କରିଛି । ଅନ୍ୟପକ୍ଷରେ ଦକ୍ଷିଣ ସୁନ୍ଦରୀ ତଥା ଜବାନ ଅଭିନେତ୍ରୀ ନୟନତାରା ଇନ୍‌ଷ୍ଟାଗ୍ରାମରେ ଡେବ୍ୟୁ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Jawan Trailer Out: ରିଲିଜ୍‌ ହେଲା ଜବାନର ଧମାକାଦାର ଟ୍ରେଲର, ଶାହାରୁଖଙ୍କ ଆକ୍ସନ ଉଡାଇବ ହୋସ୍‌

ନୟନତାରା ଇନଷ୍ଟାଗ୍ରାମ ଦୁନିଆରେ କଲେ ପ୍ରବେଶ

ନୟନତାରା ଇନଷ୍ଟାଗ୍ରାମ ଦୁନିଆରେ ପ୍ରବେଶ କରିଛନ୍ତି । ସେ ତାଙ୍କ ଯାଆଁଳା ପୁଅଙ୍କ ସହ ଏକ ଭିଡିଓ ପୋଷ୍ଟ କରିଛନ୍ତି । ପ୍ରଶଂସକଙ୍କ ସହ ଏହି ଭିଡିଓ ସେୟାର କରିବାବେଳେ ଅଭିନେତ୍ରୀ ଲେଖିଛନ୍ତି, 'ନାନ୍ ବନ୍ଧୁତେନ ତୁ ସୋଲ' ଏହା ଅର୍ଥ 'ମୋତେ କୁହ ମୁଁ ଆସି ଯାଇଛି' ଅଭିନେତ୍ରୀଙ୍କ ଭିଡିଓ ପୋଷ୍ଟ ପରେ ସୋସିଆଲ ମିଡିଆ ୟୁଜର୍ସ ତାଙ୍କୁ ଇନଷ୍ଟାଗ୍ରାମରେ ସ୍ୱାଗତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Jawan Song Chaleya Out: ଆସିଲା ଯବାନର ନୂଆ ରୋମାଣ୍ଟିକ ଟ୍ରାକ, ଜମିଲା ଶାହାରୁଖ ଓ ନୟନତାରାଙ୍କ ଲଭ କେମେଷ୍ଟ୍ରି

ଇନ୍‌ଷ୍ଟାଗ୍ରାମରେ ପ୍ରଶଂସକ କରିଛନ୍ତି ସ୍ୱାଗତ

ସେୟାର କରାଯାଇଥିବା ଭିଡିଓରେ ୟୁଜର୍ସ କହିଛନ୍ତି, ‘ଇନଷ୍ଟାଗ୍ରାମ ଡୋଲିକୁ ଆପଣଙ୍କୁ ସ୍ୱାଗତ ।' ଅନ୍ୟ ଜଣେ କହିଛନ୍ତି, 'ଲୁକ୍‌, ସେ କେତେ ଷ୍ଟାଇଲିସ୍ ।' ତାଙ୍କର ବହୁ ପ୍ରତୀକ୍ଷିତ ଜବାନର ଟ୍ରେଲର ସେୟାର କରି ସେ ଲେଖିଛନ୍ତି, 'ନିଜକୁ ସମ୍ଭାଳ, ଆମେ ଆପଣଙ୍କ ସାମ୍ନାରେ ଜବାନର ଆକ୍ସନ୍-ପ୍ୟାକ୍ ଟ୍ରେଲରକୁ ଉପସ୍ଥାପନ କରୁଛୁ । ଅଟଲିଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଶାହରୁଖ ଖାନ, ବିଜୟ ସେତୁପତି, ନୟନତାରା ନଜର ଆସିବେ । ଏଥିସହିତ ଦୀପିକା ପାଦୁକୋନଙ୍କୁ ଏକ କ୍ୟାମିଓ ଭୂମିକାରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରଟି ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ସେପ୍ଟେମ୍ବର 7ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ ଯେ, ସାଉଥ୍ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଦମ୍ପତି ନୟନତାରା ଏବଂ ବିଗ୍ନେଶ ଶିବନ 2022 ଅକ୍ଟୋବର 9ରେ ପିତାମାତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ବିବାହର ୪ ମାସ ପରେ ଦୁହେଁ ସରୋଗେସି ମାଧ୍ୟମରେ ଯାଆଁଳା ସନ୍ତାନର ପିତାମାତା ହୋଇଥିଲେ । ଯାହା ପରେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହୋଇଥିଲା ଏବଂ ଉଭୟଙ୍କୁ ଖୁବ୍ ଟ୍ରୋଲ୍ କରାଯାଇଥିଲା । ଅନେକ ଲୋକେ ନୟନତାରାଙ୍କ ମାଆ ହେବାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏହାପରେ ନୟନତାରା ଏବଂ ବିଗ୍ନେଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଆଲୋଚନା ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.