ନୂଆଦିଲ୍ଲୀ: ଆଉ ଚାଲିବନି ମନମାନି । ଡିପଫେକ ଭିଡିଓ ଉପରେ ଲାଗିବ ଅଙ୍କୁଶ । ନୂଆ ନିୟମ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏନେଇ ଆଜି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୋସିଆଲ୍ ମିଡିଆ କମ୍ପାନୀ ଏବଂ ଏହି ସମସ୍ୟା ସହ ଜଡିତ ସମସ୍ତ କମ୍ପାନୀ ସହ ଏକ ବୈଠକ କରିଛନ୍ତି । ଡିପଫେକ ଭିଡିଓକୁ ଆଇଟି ମନ୍ତ୍ରୀ ଉଦବେଗ ପ୍ରକାଶ କରିବା ସହ ନୂଆ ନିୟମ ଆଣିବା ନେଇ ସୂଚନା ଦେଇଛନ୍ତି । ଏହି ବୈଠକରେ ସେହି କମ୍ପାନୀ ଗୁଡିକ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା, ଯେଉଁଥିରେ ଏପରି ଉପକରଣ ଅଛି ଯାହା ସହିତ AI ଉତ୍ପାଦିତ ଭିଡିଓ, ଫଟୋ କିମ୍ବା ଅଡିଓ ପ୍ରସ୍ତୁତ ।
-
#WATCH | Delhi: On Deep fake, Union Minister for Communications, Electronics & IT Ashwini Vaishnaw says, "Regulations can be in the form of amending existing rules or bringing in new rules or making a new law, which is the most appropriate way we will work on it... All the social… pic.twitter.com/pfkVZXmyBf
— ANI (@ANI) November 23, 2023 " class="align-text-top noRightClick twitterSection" data="
">#WATCH | Delhi: On Deep fake, Union Minister for Communications, Electronics & IT Ashwini Vaishnaw says, "Regulations can be in the form of amending existing rules or bringing in new rules or making a new law, which is the most appropriate way we will work on it... All the social… pic.twitter.com/pfkVZXmyBf
— ANI (@ANI) November 23, 2023#WATCH | Delhi: On Deep fake, Union Minister for Communications, Electronics & IT Ashwini Vaishnaw says, "Regulations can be in the form of amending existing rules or bringing in new rules or making a new law, which is the most appropriate way we will work on it... All the social… pic.twitter.com/pfkVZXmyBf
— ANI (@ANI) November 23, 2023
ଏହି ଚାରୋଟି ପଏଣ୍ଟ ଉପରେ ସରକାର କାର୍ଯ୍ୟ କରିବେ
ଏହି ବୈଠକ ପରେ ସେ ଏକ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି । ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ସମସ୍ତ ସୋସିଆଲ ମିଡିଆର ପ୍ରତିନିଧୀମାନେ ଏହି ସଭାରେ ଯୋଗ ଦେଇଥିଲେ । ସମସ୍ତେ ସହମତ ହୋଇଥିଲେ ଯେ ଡିପଫେକ 'Freedom OF Expression' ନୁହେଁ । ସମସ୍ତେ ସହମତ ହୋଇଥିଲେ ଯେ ଡିପଫେକ ପ୍ରସଙ୍ଗରେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ । ଅଶ୍ୱିନୀ ବୈଷ୍ଣବ ଆହୁରି କହିଛନ୍ତି ଯେ ଆଜି ଏହି ଡିପଫେକ ସମସ୍ୟା ବଡ ସାମାଜିକ ବିପଦ ଭାବେ ଛିଡା ହୋଇଛି । ଡିପଫେକ ଉପରେ ଆମ ସମସ୍ତଙ୍କୁ ଚାରୋଟି ଜିନିଷ ଉପରେ ଏକାଠି କାମ କରିବାକୁ ପଡିବ ।
- ଡିପଫେକକୁ କିପରି ଯାଞ୍ଚ କରିବେ, କିପରି ଜାଣିବେ ଯେ ଏହା ଡିପଫେକ ଅଟେ
- ଏହାକୁ କିପରି ରୋକାଯାଇପାରିବ, ଏହାକୁ କିପରି ଭାଇରାଲ ହେବା ବନ୍ଦ କରିବ
- ଡିପଫେ କଗୁଡିକ କିପରି ରିପୋର୍ଟ କରିବେ ତେଣୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ
- ସଚେତନତା ବୃଦ୍ଧି ପାଇଁ ସରକାର ଏବଂ ଇଣ୍ଡଷ୍ଟ୍ରି ମିଳିତ ଭାବେ କାର୍ଯ୍ୟ କରିବେ
- ବୈଠକରେ ଜଡିତ କମ୍ପାନୀ ଏବଂ ବିଶେଷଜ୍ଞମାନେ ଏହି ଚାରିଟି ପଏଣ୍ଟ ଉପରେ ୧୦ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସହମତ ହୋଇଛନ୍ତି ।