ETV Bharat / entertainment

ଶ୍ରୀରାମଙ୍କ ପ୍ରେମରେ ମୋଦି, ସେୟାର କରୁଛନ୍ତି ଗୋଟେ ପରେ ଗୋଟେ କଣ୍ଠଶିଳ୍ପୀଙ୍କ ଭଜନ - ହଂସରାଜ ଜୁବିନ

Modi Praise Singer Hansraj And Jubin: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାୟିକା ସ୍ବାତୀ ମିଶ୍ରାଙ୍କ ରାମ ଭଜନର ଫ୍ୟାନ ହେବା ପରେ ବର୍ତ୍ତମାନ ଗାୟକ ହଂସରାଜ ରଘୁବଂଶୀ ଏବଂ ଜୁବିନ ନୌଟିଆଲଙ୍କ ରାମ ଭଜନକୁ ସେୟାର କରି ଖୁବ ପ୍ରଶଂସା କରିଛନ୍ତି ।

'ଶ୍ରୀ ରାମ'ଙ୍କ ପ୍ରେମରେ ମୋଦି, ସେୟାର କରୁଛନ୍ତି ଗୋଟିଏ ପରେ ଗୋଟିଏ କଣ୍ଠଶିଳ୍ପୀଙ୍କ ଭଜନ

author img

By ETV Bharat Odisha Team

Published : Jan 5, 2024, 10:49 AM IST

ଗାୟକ ହଂସରାଜ ରଘୁବଂଶୀଙ୍କ ପ୍ରତିକ୍ରିୟା

ହାଇଦ୍ରାବାଦ: ଶ୍ରୀରାମଙ୍କ ପ୍ରେମରେ ପ୍ରଧାନମନ୍ତ୍ରୀ ମୋଦି । ସେୟାର କରୁଛନ୍ତି ଗୋଟିଏ ପରେ ଗୋଟିଏ କଣ୍ଠଶିଳ୍ପୀଙ୍କ'ରାମ ଭଜନ । ଜାନୁଆରୀ ୨୨ରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହାକୁ ନେଇ ସବୁଠି ଏବେ ଠାରୁ ଉତ୍ସାହ ଦେଖିବାକୁ ମିଳିଛି । ଏହି ସମାରୋହରେ ଅନେକ ନେତାଙ୍କ ଠାରୁ ଆରମ୍ଭ କରି ଅନେକ ସେଲିବ୍ରିଟି ସାମିଲ ହେବେ ବୋଲି କୁହାଯାଉଛି । ତେବେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ କଣ୍ଠଶିଳ୍ପୀମାନଙ୍କ ସୁନ୍ଦର ରାମ ଭଜନ ଗୀତକୁ ନିଜ ସୋସିଆଲ ମିଡିଆରେ ସେୟାର କରି ଖୁବ ପ୍ରଶଂସା କରିଛନ୍ତି । ମୋଦି ଗାୟକ ହଂସରାଜ ରଘୁବଂଶୀ ଏବଂ ଜୁବିନ ନୌଟିଆଲଙ୍କ ରାମ ଭଜନକୁ ସେୟାର କରିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ଏପରି ଗୀତକୁ ସେୟାର କରିବା ନେଇ ବହୁତ ଭଲ ଲାଗୁଥିବା କହିଛନ୍ତି କଣ୍ଠଶିଳ୍ପୀ ।

ଏକ୍ସରେ ପ୍ରଧାନମନ୍ତ୍ରୀ ହଂସରାଜ ରଘୁବଂଶୀଙ୍କ 'ଜୟ ଶ୍ରୀ ରାମ' ଭଜନକୁ ସେୟାର କରିଛନ୍ତି । ଏହାକୁ ସେୟାର କରି ସେ ଲେଖିଛନ୍ତି, ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ସ୍ବାଗତକୁ ନେଇ ସମଗ୍ର ଦେଶ ବେଶ୍ ଖୁସି । ଏହି ଶୁଭ ଦିନ ପାଇଁ ରାମଲାଲାଙ୍କ ଭକ୍ତିରେ ବୁଡି ରହିଥିବା ଭକ୍ତ ବିଭିନ୍ନ ପ୍ରକାରରେ ନିଜର ଭାବନାକୁ ପ୍ରକାଶ କରୁଛନ୍ତି । ଭଗବାନ ଶ୍ରୀରାମଙ୍କୁ ସମର୍ପିତ ଗାୟକ ହଂସରାଜ ରଘୁବଂଶୀଙ୍କ ଭଜନ ଶୁଣନ୍ତୁ ।

ସେହିପରି ବଲିଉଡ ଲୋକପ୍ରିୟ ଗାୟକ ଜୁବିନ ନୌଟିଆଲ ଯିଏ କି ଅନେକ ବଲିଉଡ ଗୀତ ଏବଂ ଭଜନରେ ଲୋକଙ୍କ ମନ ଜିତିଛନ୍ତି । ମୋଦି ଗାୟକଙ୍କ 'ମେରେ ଘର ରାମ ଆଏ ହେ' ଭଜନ ମଧ୍ୟ ସେୟାର କରିଛନ୍ତି । ଏହା ସେୟାର କରି ସେ ଲେଖିଛନ୍ତି, ଭଗବାନ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଅଯୋଧ୍ୟା ସହ ସମଗ୍ର ଦେଶ ରାମମୟ ହୋଇଛି । ରାମଲାଲାଙ୍କ ପ୍ରତି ଭକ୍ତିରେ ପରିପୂର୍ଣ୍ଣ ଜୁବିନ ନୌଟିଆଲ, ପାୟଲ ଦେବ ଏବଂ ମନୋଜ ମୁନ୍ଥାଶୀରଙ୍କ ଏହି ସ୍ବାଗତ ଭଜନ ବେଶ ହୃଦୟସ୍ପର୍ଶୀ ।

ଏହା ମଧ୍ୟ ପଢନ୍ତୁ: 'ରାମ ଆଏଙ୍ଗେ' ଭଜନର ଫ୍ୟାନ ହେଲେ ମୋଦି, ଗାୟିକାଙ୍କ କଲେ ଭୁରି ଭୁରି ପ୍ରଂଶସା

ମୋଦିଙ୍କ ପ୍ରଶଂସା ପରେ ବର୍ତ୍ତମାନ କଣ୍ଠଶିଳ୍ପୀ ହଂସରାଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଁ ୨୦୧୩ରୁ ଗୀତ ଗାଇ ଆସୁଛି । ଆଜି ଯାଏଁ ସେ ଏମିତି କେବେ ଗୀତ ସେୟାର କରିନଥିଲେ କିନ୍ତୁ ଏବେ ଭଜନଟିକୁ ସେୟାର କରିଛନ୍ତି । ଏହା ମୋତେ ବହୁତ ଭଲ ଲାଗୁଛି ଯେ, ଆମ ଦେଶର ପ୍ରଧାନମନ୍ତ୍ରୀ ମୋର ଭଜନ 'ଜୟ ଶ୍ରୀ ରାମ' ସେୟାର କରିଛନ୍ତି । ମୁଁ ତାଙ୍କୁ ହୃଦୟରୁ ଧନ୍ୟବାଦ ଦେବାକୁ ଚାହେଁ ଏବଂ ସମସ୍ତ ସମର୍ଥକଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଜଣାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.