ETV Bharat / entertainment

Indias Got Talent 9: ଦିବ୍ୟାଂଶ-ମୁନରାଜ୍‌ ହାତେଇଲେ ଟ୍ରଫି - ଇଣ୍ଡିଆସ୍‌ ଗଟ୍ ଟ୍ୟାଲେଣ୍ଟର ଗ୍ରାଣ୍ଡ୍ ଫାଇନାଲ୍

ସୋନି ଟିଭିର ଲୋକପ୍ରିୟ ରିଆଲିଟି ଶୋ ଇଣ୍ଡିଆସ୍‌ ଗଟ୍ ଟ୍ୟାଲେଣ୍ଟର ଗ୍ରାଣ୍ଡ୍ ଫାଇନାଲ୍ ଅନୁଷ୍ଠିତ ହୋଇଯାଇଛି । ଶୋର ଫାଇନାଲରେ ଦିବ୍ୟାଂଶ-ମନୁରାଜଙ୍କ ଯୋଡି ସମସ୍ତଙ୍କୁ ପଛରେ ପକାଇ ବିଜେତା ହୋଇଛନ୍ତି । ଅଧିକ ପଢନ୍ତୁ

ବିଜେତା ହେଲେ ଦିବ୍ୟାଂଶ-ମୁନରାଜ୍‌
ବିଜେତା ହେଲେ ଦିବ୍ୟାଂଶ-ମୁନରାଜ୍‌
author img

By

Published : Apr 18, 2022, 12:38 PM IST

ହାଇଦ୍ରାବାଦ: ସୋନି ଟିଭିର ଲୋକପ୍ରିୟ ରିଆଲିଟି ଶୋ’ ଇଣ୍ଡିଆସ୍‌ ଗଟ୍ ଟ୍ୟାଲେଣ୍ଟ୍ (India’s Got Talent) ର ଗ୍ରାଣ୍ଡ ଫାଇନାଲ୍ ରବିବାର ଅନୁଷ୍ଠିତ ହୋଇଥିଲା । ଶୋ’ର ଗ୍ରାଣ୍ଡ୍ ଫାଇନାଲ୍ ଅତ୍ୟନ୍ତ ଆକର୍ଷଣୀୟ ଥିଲା ଏବଂ ପ୍ରାୟ 7 ପ୍ରତିଯୋଗୀଙ୍କ ମଧ୍ୟରେ ଏକ କଡା ଟକ୍କର ଦେଖିବାକୁ ମିଳିଥିଲା । ମୁକାବିଲା ପରେ ଶେଷରେ ଦର୍ଶକଙ୍କୁ 'ଇଣ୍ଡିଆର ଗଟ୍ ଟ୍ୟାଲେଣ୍ଟ୍'ର ବିଜେତା ମଧ୍ୟ ମିଳି ଯାଇଛି । ଶୋ’ର ଫାଇନାଲରେ ଦିବ୍ୟାଂଶ-ମନୁରାଜଙ୍କ ଯୋଡି ସମସ୍ତଙ୍କୁ ପଛରେ ପକାଇ ବିଜେତା ହୋଇଛନ୍ତି।

ଫାଇନାଲରେ ଦିବ୍ୟାଂଶ-ମନୁରାଜ ବିଏସ୍ ରେଡ୍ଡି, ୱାରିଅର୍ ସ୍ବାଡ୍‌, ବମ୍ ଫାୟାର୍ କ୍ରୁ ଭଳି ଅନେକ ପ୍ରତିଭାବାନ ପ୍ରତିଯୋଗୀକୁ ପଛରେ ପକାଇଛନ୍ତି । ଦିବ୍ୟାଂଶ-ମନୁରାଜ ବିଜେତା ହେବା ପରେ ଦୁହେଁ ଟ୍ରଫି ସହିତ କାର୍ ଏବଂ ୨୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଭାବରେ ପ୍ରଦାନ କରାଯାଇଛି । ଶୋ’ର ପ୍ରଥମ ରନର୍ସ-ଅପ୍ ଇଶିତା ବିଶ୍ୱକର୍ମାଙ୍କୁ ୫ ଲକ୍ଷ ଟଙ୍କା ମିଳିଥିବାବେଳେ ଦ୍ୱିତୀୟ ରନର୍ସ-ଅପ୍‌ଙ୍କୁ ୫ଲକ୍ଷ ଟଙ୍କା ମିଳିଛି।

ମନୁରାଜ ଏବଂ ଦିବ୍ୟାଂଶଙ୍କ ଯୋଡି

ଏକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଶୋ’ର ବିଜେତା ମନୁରାଜ ଏବଂ ଦିବ୍ୟାଂଶ ଶୋ’ରେ ଜିତିବା ପରେ କହିଛନ୍ତି ଯେ, ସେମାନେ ଏକ ଯୋଡି ଭାବରେ ଆଗକୁ ମଧ୍ୟ ଏକାଠି ରହିବେ। କାରଣ, ଶୋ’ ଜରିଆରେ ଉଭୟଙ୍କ ମଧ୍ୟରେ ଏକ ଭଲ ବଣ୍ଡିଂ ହୋଇଯାଇଛି । ସେ ଏହା ମଧ୍ୟ କହିଛନ୍ତି ଯେ ସେମାନଙ୍କର କାମ କରିବାର ପଦ୍ଧତି ବହୁତ ଭିନ୍ନ କିନ୍ତୁ ଭବିଷ୍ୟତରେ ଆମେ ଏକାଠି କାମ କରିବୁ। ଦିବ୍ୟାଂଶ କହିଛନ୍ତି ଯେ ସେ ବର୍ତ୍ତମାନ ରୋହିତ ସେଟ୍ଟୀଙ୍କ ଫିଲ୍ମ ସର୍କସର ବ୍ୟାକଗ୍ରାଉଣ୍ଡ ଏବଂ ଥିମ୍ ମ୍ୟୁଜିକ୍ ଉପରେ କାମ କରୁଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.