ମୁମ୍ବାଇ: ଖୁବଶୀଘ୍ର ମା' ହେବାକୁ ଯାଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଇଲିଆନା ଡି କ୍ରୁଜ୍ । ଚଳିତ ବର୍ଷ ଏପ୍ରିଲରେ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ ତାଙ୍କର ଗର୍ଭଧାରଣ ଖବର ସୋସିଆଲ ମିଡିଆ ମାଧ୍ୟମରେ ଘୋଷଣା କରିଥିଲେ । ପ୍ରଶଂସକମାନଙ୍କ ସହ ଆକର୍ଷଣୀୟ ଫଟୋ ସେୟାର କରି ସେ ଏହି ଖୁସି ଖବର ଜଣାଇଥିଲେ । ସେ କହିଥିଲେ ଯେ ସେ ତାଙ୍କ ଭବିଷ୍ୟତ ସନ୍ତାନକୁ ଭେଟିବାକୁ ଅପେକ୍ଷା କରିପାରିବେ ନାହିଁ । ସେବେ ଠାରୁ ଅଭିନେତ୍ରୀ ନିଜ ଗର୍ଭଧାରଣକୁ ଉପଭୋଗ କରୁଥିବା ସମୟର ଝଲକ ସେୟାର କରି ଆସୁଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଇଲିଆନା ପୁଣି ଏକ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ସ୍ଥାନର ଠିକଣା ନ ଦେଇ ବେବିମୁନକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଛି ।
![ବେବିମୁନ୍'ର ଫଟୋ ସେୟାର କଲେ ଇଲିଆନା ଡି କ୍ରୁଜ୍](https://etvbharatimages.akamaized.net/etvbharat/prod-images/18653941_baby.jpg)
- " class="align-text-top noRightClick twitterSection" data="
">
ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଇଲିଆନା ଏକ ବୁମେରାଙ୍ଗ ଭିଡିଓ ସେୟାର କରିଛନ୍ତି ଏବଂ ତାଙ୍କ ବେବିମୁନ୍ ଡାଏରୀ ଗୁଡ଼ିକର ପ୍ରଥମ ଝଲକ ସେୟାର କରିଛନ୍ତି । ତେବେ ସେ ସ୍ଥାନର ନାଁ କହିନଥିବା ବେଳେ ଭିଡିଓରେ ଏକ ସୁନ୍ଦର ବେଳାଭୂମି ଦେଖିବାକୁ ମିଳିଛି । ଏହା ସହିତ ଇଲିଆନା ଲେଖିଛନ୍ତି, "ବେବିମୁନ୍"। ଏଥିସହ ଇଲିଆନା ପୂର୍ବରୁ ମଧ୍ୟ ତାଙ୍କର ଅନେକ କିଛି ଫଟୋ ସେୟାର କରିଥିଲେ । ଯେଉଁଥିରେ ପ୍ରଥମ ଥର ପାଇଁ ତାଙ୍କ ବେବି ବମ୍ପ ଲୁକ ଦେଖିବାକୁ ମିଳିଥିଲା । ସେହି ଫଟୋରେ ସେ ବ୍ଲାକ ଡ୍ରେସରେ ନଜର ଆସିଥିଲେ । ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଥିଲେ, 'ବମ୍ ଆଲର୍ଟ'।
- " class="align-text-top noRightClick twitterSection" data="
">
18 ଏପ୍ରିଲ 2023ରେ, ଇଲିଆନା ତାଙ୍କ ପ୍ରଶଂସକଙ୍କ ସହ ଭଲ ଖବର ସେୟାକର କରି ଦୁଇଟି ସୁନ୍ଦର ମନୋକ୍ରୋମାଟିକ୍ ଫଟୋ ସେୟାର କରିଥିଲେ । ପ୍ରଥମ ଫଟୋଟି ଏକ ଶିଶୁ ଟି-ସାର୍ଟର ଥିଲା ଯେଉଁଥିରେ ଲେଖାଥିଲା, ''And so the Adventure begging''। ଦ୍ୱିତୀୟ ଫଟୋରେ ଏକ ସୁନ୍ଦର 'ମାମା' ଲେଖାଥିବା ପେଣ୍ଡେଣ୍ଟ ରହିଥିଲା । ସେ ଫଟୋଗୁଡ଼ିକ ସହ ଲେଖିଥିଲେ, "ଶୀଘ୍ର ଆସୁଛି, ମୋର ଛୋଟ ଛୁଆକୁ ଭେଟିବାକୁ ଅପେକ୍ଷା କରିପାରିବି ନାହିଁ । ଅଭିନେତ୍ରୀଙ୍କ ଗର୍ଭଧାରଣ ଘୋଷଣା ପରେ ଫ୍ୟାନ୍ସମାନେ ତାଙ୍କ ଜନ୍ମିତ ସନ୍ତାନର ପିତାଙ୍କ ବିଷୟରେ ତାଙ୍କୁ ପ୍ରଶ୍ନ କରିଥିଲେ ।
ସୂଚନା ଥାଉ କି, ଇଲିଆନା କ୍ୟାଟ୍ରିନା କୈଫଙ୍କ ଭାଇ ସେବେଷ୍ଟିଆନ୍ ଲୋରେଣ୍ଟ ମିସେଲଙ୍କୁ ଡେଟ କରୁଥିବା ଶୁଣିବାକୁ ମିଳୁଛି । ଗତ ବର୍ଷ କ୍ୟାଟ୍ରିନା, ବିକି କୌଶଲ ଏବଂ ସେମାନଙ୍କ ସାଙ୍ଗମାନଙ୍କ ସହ ଇଲିଆନା ଏବଂ ସେବେଷ୍ଟିଆନ ମାଲଦ୍ୱୀପରେ ଛୁଟି ସମୟ ଅତିବାହିତ କରିବା ପରେ ଉଭୟଙ୍କ ମଧ୍ୟରେ ଡେଟିଂ ଗୁଜବ ଆରମ୍ଭ ହୋଇଥିଲା । ତେବେ ଅଭିନେତ୍ରୀ ଏପର୍ଯ୍ୟନ୍ତ ତାଙ୍କ ଜନ୍ମିତ ସନ୍ତାନର ପିତାଙ୍କ ନାମ ପ୍ରକାଶ କରିନାହାଁନ୍ତି ।
ଇଲିଆନାଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଇଲିଆନାଙ୍କ ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, ଇଲିଆନା କୁକି ଗୁଲାଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଦ ବିଗ୍ ବୁଲ୍'ରେ ଶେଷ ଥର ପାଇଁ ନଜର ଆସିଥିଲେ । ଏହି ଚଳଚ୍ଚିତ୍ରଟି ଅଜୟ ଦେବଗନଙ୍କ ଦ୍ବାରା ନିର୍ମିତ ହୋଇଥିଲା । ତେବେ ଅଭିନେତ୍ରୀ ଆଗାମୀ ଫିଲ୍ମ 'ଅନଫେୟର ଏଣ୍ଡ ଲବଲି'ରେ ନଜର ଆସିବେ ।