ETV Bharat / entertainment

Ileana DCruz: ପ୍ରେଗନ୍ସିର ନବମ ମାସର ଫଟୋ ସେୟାର କଲେ ଇଲିଆନା

author img

By

Published : Jul 9, 2023, 3:38 PM IST

ବଲିଉଡ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ ଆଜିକାଲି ତାଙ୍କ ପ୍ରେଗ୍ନେନ୍ସି ସମୟକୁ ଉପଭୋଗ କରୁଛନ୍ତି । ସେ ପ୍ରାୟତଃ ସୋସିଆଲ ମିଡିଆରେ ତାଙ୍କ ଗର୍ଭଧାରଣ ବିଷୟରେ ଅପଡେଟ ସେୟାର କରୁଛନ୍ତି । ତେବେ ଏବେ ଅଭିନେତ୍ରୀ ପୁଣି ନିଜର ନୂଆ ଫଟୋ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ପ୍ରେଗନ୍ସିର 9ତମ ମାସର ଫଟୋ ସେୟାର କଲେ ଇଲିଆନା

ମୁମ୍ବାଇ: ମନୋରଞ୍ଜନ ଇଣ୍ଡଷ୍ଟ୍ରିର ଅନ୍ୟତମ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ୍ ଖୁବଶୀଘ୍ର ମା' ହେବାକୁ ଯାଉଛନ୍ତି । ଆଜିକାଲି ଇଲିଆନା ତାଙ୍କ ଗର୍ଭଧାରଣର ବିଶେଷ ମୁହୂର୍ତ୍ତଗୁଡିକୁ ବେଶ ଉପଭୋଗ କରୁଛନ୍ତି। ତେବେ ଅଭିନେତ୍ରୀ ବିବାହ ବିନା ମା' ହେବାକୁ ଯାଉଥିବା ବେଳେ ସୋସିଆଲ ମିଡିଆରେ ନିଜ ପ୍ରେଗ୍ନେନ୍ସିର ଅପଡେଟ ସେୟାର କରିଥାଆନ୍ତି । ପୁଣି ଆଜି ଇଲିଆନା ନିଜ ନୂଆ ଫଟୋ ସେୟାର କରିଛନ୍ତି ।

ଇଲିଆନା ଡି’କ୍ରୁଜ୍ ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ନିଜର ଏକ ଫଟୋ ସେୟାର କରିଛନ୍ତି । ଅଭିନେତ୍ରୀ 9 ମାସର ଗର୍ଭଧାରଣର ଝଲକ ଦେଖାଇଛନ୍ତି । ଏହି ଫଟୋ ସେୟାର କରି ଇଲିଆନା ଲେଖିଛନ୍ତି ଯେ, '9ତମ ମାସରେ ଥକ୍କାପଣ ହେତୁ ମୁଁ କୌଣସି କାମ କରିବାକୁ ଅସମର୍ଥ ହେଉଛି ।' ଫଟୋରେ ବ୍ଲାକଂ ଏବଂ ପିଚ୍‌ ରଙ୍ଗର ଟି-ସାର୍ଟ ସହ ବେବି ବମ୍ପ୍‌ ଲୁକରେ ଏକ ସେଲଫି ନେଇ ସେୟାର କରିଛନ୍ତି ଇଲିଆନା ।

ଏହା ମଧ୍ୟ ପଢନ୍ତୁ: ମା' ହେବେ ଇଲିଆନା, ମନୋକ୍ରୋମ୍ ଫଟୋ ସେୟାର କରି ଦେଲେ ଖୁସି ଖବର

ସୂଚନା ଥାଉ କି, ଇଲିଆନା ଚଳିତବର୍ଷ ଏପ୍ରିଲ 18ରେ ଗର୍ଭବତୀ ଥିବା ନେଇ ଘୋଷଣା କରିଥିଲେ । ଇଲିଆନା ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି । ଏପରି ସ୍ଥିତିରେ ବିବାହ ବିନା ଇଲିଆନା ମା' ହେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନିକଟରେ ନିଜ ବେବି ବମ୍ପ୍‌ ଲୁକ୍‌ ବ୍ୟତୀତ ଚେହେରା ନଦେଖାଇ ନିଜ ବୟଫ୍ରେଣ୍ଡର ଫଟୋ ମଧ୍ୟ ସେୟାର କରିଛନ୍ତି । ଇଲିଆନା ପୂର୍ବରୁ ତାଙ୍କ ମିଷ୍ଟ୍ରି ମ୍ୟାନଙ୍କ ଏକ ମୋନୋକ୍ରୋମ୍ ଫଟୋ ସେୟାର କରିଥିଲେ । ପରେ ପୁଣି ତାଙ୍କ ପ୍ରେମିକ ବା ମିଷ୍ଟ୍ରି ମ୍ୟାନଙ୍କ ଝଲକ ଦେଖାଇଥିଲେ । ଏହି ଫଟୋରେ ତାଙ୍କ ମିଷ୍ଟ୍ରି ମ୍ୟାନ ତାଙ୍କ କୁକୁରକୁ ଭଲ ପାଉଥିବାର ନଜର ଆସିଥିଲେ । ହେଲେ ଏପର୍ଯ୍ୟନ୍ତ ତାଙ୍କ ଜନ୍ମିତ ସନ୍ତାନର ବାପାଙ୍କ ପରିଚୟ ପ୍ରକାଶ କରି ନାହାଁନ୍ତି । ତେବେ ବର୍ତ୍ତମାନ ଅଭିନେତ୍ରୀଙ୍କର ସନ୍ତାନ୍ତର ବାପାଙ୍କ ନାମ ଜାଣିବାକୁ ଫ୍ଯାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି।

ଏହା ମଧ୍ୟ ପଢନ୍ତୁ: ଖୁବଶୀଘ୍ର ମା' ହେବେ ଇଲିଆନା, ମିଷ୍ଟ୍ରି ମ୍ୟାନଙ୍କ ଝଲକ ସେୟାର କଲେ ଅଭିନେତ୍ରୀ

ଇଲିଆନା ଡି’କ୍ରୁଜଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ଇଲିଆନା 'ବର୍ଫି', 'ଫଟା ପୋଷ୍ଟର ନିଖ୍‌ଲା ହିରୋ', 'ରୁସ୍ତମ' ଏବଂ 'ହାପି ଏଣ୍ଡିଙ୍ଗ' ଭଳି ବଲିଉଡ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଛନ୍ତି । ସେ ଅଭିଷେକ ବଚ୍ଚନଙ୍କ ସହ 'ପାଗଲପନ୍ତି' ଏବଂ 'ଦ ବିଗ୍‌ ବୁଲ'ରେ ମଧ୍ୟ ଅଭିନୟ କରିଥିଲେ । ତେବେ ବର୍ତ୍ତମାନ ଏହି ଅଭିନେତ୍ରୀ ରଣଦୀପ ହୁଡାଙ୍କ ସହ 'ଅନଫେୟାର ଆଣ୍ଡ ଲଭଲି'ରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.