ETV Bharat / entertainment

Ileana D'cruz: ପୁଣି ପୁଅର ଝଲକ ଦେଖାଇଲେ ଇଲିଆନା, ଫଟୋ ସେୟାର କରି ଲେଖିଛନ୍ତି ପିକାବୋ

author img

By ETV Bharat Odisha Team

Published : Aug 23, 2023, 7:58 AM IST

ଇଲିଆନା ନିକଟରେ ମା' ହୋଇଛନ୍ତି । ଏହି ସମୟକୁ ସେ ବେଶ ଉପଭୋଗ କରୁଥିବା ବେଳେ ନିଜ ଫ୍ୟାନ୍ସଙ୍କ ସହ ଅଭିନେତ୍ରୀ ନିଜର ଅପଡେଟ ସେୟାର କରିଥାନ୍ତି । ପୁଣି ପୁଅର କ୍ୟୁଟ ଫଟୋ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ପୁଣି ବେବିର ଝଲକ ଦେଖାଇଲେ ଇଲିଆନା, ଫଟୋ ସେୟାର କରି ଲେଖିଲେ- ପିକାବୋ

ହାଇଦ୍ରାବାଦ: ଅଭିନେତ୍ରୀ ଇଲିଆନା ଡି’କ୍ରୁଜ ନିକଟରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ଏବଂ ପ୍ରଥମ ଥର ପାଇଁ ସେ ମାତା ହୋଇଛନ୍ତି । ସେ ତାଙ୍କର ପୁଅ ନାଁ କୋଆ ଫିନିକ୍ସ ଡୋଲାନର ରଖିଛନ୍ତି । ଆଜିକାଲି ଇଲିଆନା ତାଙ୍କ ପିତାମାତାଙ୍କୁ ଉପଭୋଗ କରୁଛନ୍ତି । ଅଭିନେତ୍ରୀ ନିଜ ଗର୍ଭଧାରଣ ପର୍ଯ୍ୟାୟର ଅନୁଭୂତି ସୋସିଆଲ ମିଡିଆରେ ଅନେକ ଥର ସେୟାର କରିଛନ୍ତି । ଏପରିକି କୋଆଙ୍କ କ୍ୟୁଟ ଫଟୋ ମଧ୍ୟ ସେୟାର କରିଛନ୍ତି ।

ବର୍ତ୍ତମାନ ମା' ହେବା ପରେ ଇଲିଆନା ତାଙ୍କ ବେବିର ଅନେକ ଫଟୋ ସେୟାର କରୁଥିବା ଦେଖିବାକୁ ମିଳୁଛି। ଏହି ସମୟରେ ଅଭିନେତ୍ରୀ ପୁଣି ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ କୋଆଙ୍କ ପାଦର ଏକ ଫଟୋ ସେୟାର କରିଛନ୍ତି । ଏହା ସହିତ ସେ କ୍ୟାପସନରେ ହାର୍ଟ ଇମୋଜି ସହିତ 'ପିକାବୋ' ଲେଖିଛନ୍ତି । ଯାହାକୁ ତାଙ୍କ ପ୍ରଶଂସକମାନେ ବେଶ ପସନ୍ଦ କରିଛନ୍ତି । ପ୍ରତିକ୍ରିୟାରେ ଫ୍ୟାନ୍ସ ଲାଲ ହାର୍ଟ ଇମୋଜି ଦେଇଛନ୍ତି ।

ସୂଚନା ଥାଉ କି, ଇଲିଆନା ଡି’କ୍ରୁଜ୍ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି କିନ୍ତୁ ସେ ଏକ ସନ୍ତାନର ମା' ହୋଇଛନ୍ତି । ଅଭିନେତ୍ରୀ ବର୍ତ୍ତମାନ ସୁଦ୍ଧା ନିଜ ସନ୍ତାନର ବାପାଙ୍କ ପରିଚୟ ଦେଇନାହାନ୍ତି । କିନ୍ତୁ ଇଲିଆନା ନିଜ ମିଷ୍ଟ୍ରିମ୍ୟାନଙ୍କ ଫଟୋ ସୋସିଆଲ ମିଡିଆରେ ଅନେକ ଥର ସେୟାର କରିଛନ୍ତି । ପ୍ରଥମେ ଏକ ମନୋକ୍ରମ ଫଟୋ ସେୟାର କରିଥିବା ବେଳେ ପରେ ଡେଟ ନାଇଟର ଫଟୋ ସେୟାର କରିଥିଲେ । ପୁଅର ଜନ୍ମ ପରେ ମଧ୍ୟ ଅଭିନେତ୍ରୀ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ତାଙ୍କ ପ୍ରେମିକଙ୍କ ମୁହଁ ଦେଖାଇଥିଲେ ।

ଏହା ମଧ୍ୟ ପଢନ୍ତୁ: ମାଆ ହେବା ପରେ ପୁଣି ବୟଫ୍ରେଣ୍ଡଙ୍କ ଫଟୋ ସେୟାର କଲେ ଇଲିଆନା

ଅଗଷ୍ଟ 5ରେ, ଇଲିଆନା ଡି’କ୍ରୁଜ ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ ସହ ମା' ହେବାର ଖୁସି ଖବର ସେୟାର କରିଥିଲେ । ପୁଅର ଫଟୋ ପୋଷ୍ଟ କରିବାବେଳେ ସେ ତାଙ୍କ ପୁଅର ନାମ ମଧ୍ୟ ପ୍ରକାଶ କରିଥିଲେ । ଅଗଷ୍ଟ 1ରେ ତାଙ୍କର ଜନ୍ମ ନେଇଥିଲା । ଏହି ପୋଷ୍ଟ ସହିତ ଇଲିଆନା ଲେଖିଥିଲେ, 'ଆମ ପ୍ରିୟ ପୁତ୍ରକୁ ଦୁନିଆରେ ସ୍ୱାଗତ କରି ଆମେ ବହୁତ ଖୁସି, ଏହାକୁ କୌଣସି ଶବ୍ଦରେ ବର୍ଣ୍ଣନା କରିପାରିବିନାହିଁ । ପରେ ମା' ହେବାର ସପ୍ତାହେ ପରେ ପୁଣି ପୁଅର ଏକ କ୍ୟୁଟ୍‌ ଝଲକ ଦେଖାଇଥିଲେ ଇଲିଆନା । ଏହି ଫଟୋରେ ପୁଅଙ୍କ ହାତକୁ ଅଭିନେତ୍ରୀ ଧରି ଥିବାର ନଜର ଆସିଥିଲେ । ଏହି ଫଟୋ ସେୟାର କରି ଇଲିଆନା କ୍ୟାପ୍‌ସନ୍‌ରେ ଲେଖିଥିଲେ, "ତୁମର ମାଆ ହୋଇ ଏକ ସପ୍ତାହ ବିତିଗଲା ।" ଆଜି ପୁଣି ଆଉ ଏକ ଫଟୋ ସେୟାର କରିଛନ୍ତି ଅଭିନେତ୍ରୀ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.