ETV Bharat / entertainment

Ileana Dcruz: ପୁଣି ବେବି ବମ୍ପ୍‌ ଲୁକ ସେୟାର କଲେ ଅଭିନେତ୍ରୀ, ଫ୍ୟାନ୍ସ ଦେଲେ ଏମିତି ପ୍ରିତିକ୍ରିୟା

author img

By

Published : Jul 27, 2023, 4:43 PM IST

ଇଲିଆନା ଡି’କ୍ରୁଜ୍ ପୁଣି ତାଙ୍କର ବେବି ବମ୍ପ୍‌ ଲୁକର ଫଟୋ ସେୟାର କରିଛନ୍ତି । ଫଟୋରେ ସେ ଏକ ଦର୍ପଣରେ ସେଲ୍‌ଫି ନେଉଥିବାର ନଜର ଆସିଛନ୍ତି । ଏହି ଫଟୋ ସେୟାର ହେବା ମାତ୍ରେ ଫ୍ୟାନ୍ସ ଏପରି ପ୍ରତିକ୍ରିୟା ଦେଇଛନ୍ତି । ଅଧିକ ପଢନ୍ତୁ

ପୁଣି ବେବି ବମ୍ପ ଲୁକ ସେୟାର କଲେ ଇଲିଆନା, ଫ୍ୟାନ୍ସ କହିଲେ ଏମିତି

ହାଇଦ୍ରାବାଦ: ଖୁବଶୀଘ୍ର ଇଲିଆନା ଡି’କ୍ରୁଜଙ୍କ ଘରକୁ ଆସିବେ ନୂଆ ଅତିଥି । ଏବେ ଅଭିନେତ୍ରୀ ନିଜ ପ୍ରେଗନ୍ସି ସମୟକୁ ବେଶ ଉପଭୋଗ କରୁଛନ୍ତି । ସୋସିଆଲ ମିଡିଆରେ ଆକ୍ଟିଭ ଥିବା ଏହି ଅଭିନେତ୍ରୀ ପ୍ରଶଂସକମାନଙ୍କୁ ତାଙ୍କ ପ୍ରତ୍ୟେକ ସ୍ୱାସ୍ଥ୍ୟ ଅପଡେଟ୍ ଦେଉଛନ୍ତି । ବର୍ତ୍ତମାନ ନିକଟରେ ଅଭିନେତ୍ରୀ ପ୍ରଶଂସକଙ୍କ ସହ ନିଜ ବେବି ବମ୍ପ୍‌ ଲୁକ୍‌ ସେୟାର କରିଛନ୍ତି । ଏହି ଫଟୋରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଏଥିସହ ଇଲିଆନା ତାଙ୍କ ବେବି ବମ୍ପ୍‌ ଲୁକକୁ ଏକ ସୁନ୍ଦର ନାମ ଦେଇ ଫଟୋ ସେୟାର କରିଛନ୍ତି ।

ଗତ ଏପ୍ରିଲ ମାସରେ ଇଲିଆନା ଗର୍ଭବତୀ ଥିବା ନେଇ ଘୋଷଣା କରିଥିଲେ । ସେବେଠାରୁ ଅଭିନେତ୍ରୀ ନିଜ ବେବି ବମ୍ପ୍‌ ଲୁକର ଫଟୋ ସେୟାର କରି ଆସୁଛନ୍ତି । ବର୍ତ୍ତମାନ ନିକଟରେ ସେ ତାଙ୍କର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ ହଟ୍‌ ଲାଲ୍ ଆଉଟ୍‌ଫିଟରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଏହି ଫଟୋ ସହ ଇଲିଆନା ତରଭୁଜ ଇମୋଜି ସହ କ୍ୟାପସନ୍ ଦେଇଛନ୍ତି, 'ମାଇ ଲିଟିଲ୍' ।

ଏଥିସହିତ ସୋସିଆଲ ମିଡିଆରେ ଲୋକମାନେ ଅଭିନେତ୍ରୀଙ୍କ ଫଟୋକୁ ଲାଇକ କରିବା ସହ ଫ୍ୟାନ୍ସ ପ୍ରତିକ୍ରିୟା ଦେଇଛନ୍ତି । ଫଟୋକୁ ଦେଖି ଫ୍ୟାନ୍ସ କଳ୍ପନା କରି ଅନେକ ତାଙ୍କର ପୁଅ ହେବ ନା ଝିଅ ପୂର୍ବାନୁମାନ କହିଛନ୍ତି । ଜଣେ ଫ୍ୟାନ ଲେଖିଛନ୍ତି, 'ପକ୍କା ଝିଅ ହେବ।' ସେହିପରି ଅନେକ ଅଭିନେତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ଆଉ କେତେକ ଫ୍ୟାନ୍ସ ତାଙ୍କୁ ଲାଲ ହାର୍ଟ ଏବଂ ଫାୟାର ଇମୋଜି ଦେଇଛନ୍ତି ।

ସୂଚନା ଥାଉ କି, ଇଲିଆନା ବିବାହ କରିନଥିଲେ ସୁଦ୍ଧା ମା' ହେବାକୁ ଯାଉଛନ୍ତି । ଏପର୍ଯ୍ୟନ୍ତ ନିଜ ବୟଫ୍ରେଣ୍ଡ ବା ନିଜ ଶିଶୁର ବାପାଙ୍କ ପରିଚୟ ଦେଇନାହାନ୍ତି । ଅଭିନେତ୍ରୀ ନିକଟରେ ମିଷ୍ଟ୍ରିମ୍ୟାନ୍‌ଙ୍କ ଫଟୋ ପୋଷ୍ଟ କରିଥିଲେ । ହେଲେ ତାଙ୍କ ପରିଚୟ ଦେଇନଥିଲେ । ତେବେ ଅଭିନେତ୍ରୀ ଗର୍ଭବତୀ ଘୋଷଣା କରିବା ଦିନଠାରୁ ଫ୍ୟାନ୍ସ ଉତ୍ସାହର ସହ ତାଙ୍କ ସନ୍ତାନର ପିତାଙ୍କ ବିଷୟରେ ଜାଣିବାକୁ ବେଶ ଉତ୍ସାହିତ ରହିଥିଲେ । ଅନ୍ୟପକ୍ଷରେ, ଇଲିଆନା ତାଙ୍କ ଓଜନ ବୃଦ୍ଧି ନେଇ ମଧ୍ୟ ଏକ ପୋଷ୍ଟ କରିଥିଲେ । ଏବଂ କହିଥିଲେ, "ମୁଁ ପାଉରୁଟି ପରି ଫୁଲି ଯାଇଛି ।"

ଏହା ମଧ୍ୟ ପଢନ୍ତୁ: ମନର ମଣିଷର ମୁହଁ ଦେଖାଇଲେ ଇଲିଆନା

ଏଥିସହ ଅଭିନେତ୍ରୀ ନିଜ ଗର୍ଭଧାରଣ ବିଷୟରେ ମଧ୍ୟ କହିଥିଲେ । ତାଙ୍କ ପ୍ରେମିକ ସହ ଏକ ଅସ୍ପଷ୍ଟ ଫଟୋ ସେୟାର କରି ଏକ ନୋଟ ସେୟାର କରିଥିଲେ । କହିଥିଲେ, "ଗର୍ଭବତୀ ହେବା ଅତ୍ୟନ୍ତ ସୁନ୍ଦର ଆଶୀର୍ବାଦ । ମୁଁ ଭାବି ନ ଥିଲି ଯେ ମୁଁ ଏତେ ଭାଗ୍ୟବାନ ହେବି ଓ ମୁଁ ଏଭଳି କେବେ ଅନୁଭବ କରିବି । ମୁଁ ଶୀଘ୍ର ତୁମକୁ ସାକ୍ଷାତ କରିବାକୁ ଯାଉଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.