ETV Bharat / entertainment

Ileana Dcruz: ପୁଣି ବେବି ବମ୍ପ ଲୁକ ଫଟୋ ସେୟାର କଲେ ଇଲିଆନା

author img

By

Published : Jul 8, 2023, 9:30 AM IST

ବଲିଉଡ ଅଭିନେତ୍ରୀ ଇଲିଆନା ଡି କ୍ରୁଜ୍ ଖୁବଶୀଘ୍ର ଏକ ମାଆ ହେବାକୁ ଯାଉଛନ୍ତି । ବର୍ତ୍ତମାନ ଅଭିନେତ୍ରୀ ନିଜ ପ୍ରେଗନ୍ସି ସମୟକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ବାରମ୍ବାର ଇଲିଆନା ନିଜ ବେବି ବମ୍ପ ଲୁକ ସେୟାର କରିଥାନ୍ତି । ଏବେ ପୁଣି ସେ ତାଙ୍କ ଲୁକର ଫଟୋ ସେୟାର କରିଛନ୍ତି। ଅଧିକ ପଢନ୍ତୁ,

ପୁଣି ବେବି ବମ୍ପ ଲୁକ ଫଟୋ ସେୟାର କଲେ ଇଲିଆନା, କହିଲେ ଏମିତି

ହାଇଦ୍ରାବାଦ: ଗତ ବର୍ଷ ଠାରୁ ଅଭିନୟ ଜଗତରୁ ଗୋଟିଏ ପରେ ଗୋଟିଏ ଖୁସି ଖବର ଆସୁଛି । ସେ ଟିଭି ଇଣ୍ଡଷ୍ଟ୍ରି ହେଉ କିମ୍ବା ଫିଲ୍ମ ଅନେକ ସେଲିବ୍ରେଟିମାନେ ପିତାମାତା ହୋଇଛନ୍ତି । ନିକଟରେ ୟେ ଜୱାନୀ ହେ ଦିୱାନୀ ଫେମ ଅଭିନେତ୍ରୀ ଏଭଲିନ ଶର୍ମା ମାଆ ହେବା ଖବର ଦେଇଥିଲେ । ଏଭଲିନ ଶିଶୁପୁତ୍ର ଜନ୍ମ ଦେଇଥିଲେ । ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବର୍ତ୍ତମାନ ଗର୍ଭବତୀ ଅଟନ୍ତି ଏବଂ ଖୁବଶୀଘ୍ର ସେମାନଙ୍କ ପ୍ରଶଂସକଙ୍କୁ ଗୁଡ ନ୍ୟୁଜ ଦେବାକୁ ଯାଉଛନ୍ତି । ଏହା ମଧ୍ୟରେ ଇଲିଆନା ଡି’ କ୍ରୁଜ ଏବଂ ଇଶିତା ଦତ୍ତା ନାମ ସାମିଲ ହୋଇଛି । ସୋସିଆଲ ମିଡିଆରେ ଅଭିନେତ୍ରୀ ନିଜ ବେବି ବମ୍ପ ଲୁକ ଫଟୋ ସେୟାର କରିଥାନ୍ତି ।

ଇଲିଆନା ବର୍ତ୍ତମାନ ନିଜ ପ୍ରେଗନ୍ସି ସମୟକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଛି । ସେ ସର୍ବଦା ନିଜ ବେବି ବମ୍ପ ଲୁକର ଫଟୋ ସେୟାର କରିଥାନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ପୁଣି ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ତାଙ୍କ ବେବି ବମ୍ପ ଲୁକର ଫଟୋ ସେୟାର କରିଛନ୍ତି । ଏହି ଫଟୋ ସେୟାର କରି ଅଭିନେତ୍ରୀ ଲେଖିଛନ୍ତି, 'Cooking Up Quite The Burn''। ଏହାର ଅର୍ଥ ''ମୁଁ ପାଉଁରୁଟି ପରି ଫୁଲୁଛି।''

ଏହା ମଧ୍ୟ ପଢନ୍ତୁ: ଖୁବଶୀଘ୍ର ମା' ହେବେ ଇଲିଆନା, ମିଷ୍ଟ୍ରି ମ୍ୟାନଙ୍କ ଝଲକ ସେୟାର କଲେ ଅଭିନେତ୍ରୀ

ସୂଚନା ଥାଉକି, ବର୍ତ୍ତମାନ ପର୍ଯ୍ୟନ୍ତ ଅଭିନେତ୍ରୀ ତାଙ୍କ ସାଥୀଙ୍କ ନାମ ପ୍ରକାଶ କରିନାହାନ୍ତି । ଅଭିନେତ୍ରୀ ବାରମ୍ବାର ଚେହେରା ନଦେଖାଇ ନିଜ ବୟଫ୍ରେଣ୍ଡଙ୍କ ଫଟୋ ସେୟାର କରୁଛନ୍ତି । ନିକଟରେ ଇଲିଆନା ନିଜ ପ୍ରେମିକ ବା ମିଷ୍ଟ୍ରି ମ୍ୟାନଙ୍କ ସହ ଏକ ମୋନୋକ୍ରୋମ୍ ଫଟୋ ସେୟାର କରିଥିଲେ । ଏହି ଫଟୋ ସହିତ ଇଲିଆନା ଏକ ଲମ୍ବା ନୋଟ୍ ଲେଖି ବୟଫ୍ରେଣ୍ଡଙ୍କ ପ୍ରଶଂସା କରିଥିଲେ । ଏହାପରେ ଇଲିଆନା ମିଷ୍ଟ୍ରି ମ୍ୟାନଙ୍କ ଆଉ ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ତାଙ୍କ ମିଷ୍ଟ୍ରି ମ୍ୟାନ କୁକୁର ସହ ଖେଳୁଥିବାର ନଜର ଆସିଥିଲେ । ହେଲେ ଚେହେରା ଦେଖାଇ ନଥିଲେ ।

ତେବେ ଇଲିଆନା ଏ ପର୍ଯ୍ୟନ୍ତ ବିବାହ କରିନାହାନ୍ତି ଏବଂ ସେ ବିନା ବିବାହରେ ମା' ହେବାକୁ ଯାଉଛନ୍ତି । ତେବେ ବିବାହ ବିନା ଇଲିଆନା ଗର୍ଭବତୀ ହେବାର ସମସ୍ତଙ୍କୁ ବେଶ ଆଶ୍ଚର୍ଯ୍ୟ କରିଛି । ଚଳିତ ବର୍ଷ ଏପ୍ରିଲ୍ 18ରେ ନିଜ ଗର୍ଭଧାରଣ ଖବର ଦେଇଥିଲେ ଇଲିଆନା । ସେବେଠାରୁ ପ୍ରଶଂସକମାନେ ତାଙ୍କ ଭବିଷ୍ୟତ ସନ୍ତାନର ପିତାଙ୍କ ନାମ ଜାଣିବାକୁ ଅପେକ୍ଷା କରିଛନ୍ତି । ତେବେ ଇଲିଆନାଙ୍କ ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, ଇଲିଆନା କୁକି ଗୁଲାଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଦ ବିଗ୍ ବୁଲ୍'ରେ ଶେଷ ଥର ପାଇଁ ନଜର ଆସିଥିଲେ । ଏହି ଚଳଚ୍ଚିତ୍ରଟି ଅଜୟ ଦେବଗନଙ୍କ ଦ୍ବାରା ନିର୍ମିତ ହୋଇଥିଲା । ତେବେ ଅଭିନେତ୍ରୀ ଆଗାମୀ ଫିଲ୍ମ 'ଅନଫେୟର ଏଣ୍ଡ ଲବଲି'ରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.