ETV Bharat / entertainment

ଆଜିଠୁ ୫୪ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ, ଓପନିଂ ଡେରେ ନଜର ଆସିବେ ଏହି ତାରକା

author img

By ETV Bharat Odisha Team

Published : Nov 20, 2023, 5:21 PM IST

Updated : Nov 20, 2023, 5:30 PM IST

ବହୁ ପ୍ରତୀକ୍ଷିତ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଆଜି ଠାରୁ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ନଭେମ୍ବର ୨୮ ଯାଏଁ ଚାଲିବ । ଏହା ଗୋଆରେ ଅନୁଷ୍ଠିତ ହୋଇଥିବା ବେଳେ ଓପନିଂ ସମାରୋହରେ ଅନେକ ସେଲିବ୍ରିଟି ନଜର ଆସିବେ । ସେପଟେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏବଂ ଡଃ ଏଲ ମୁରୁଗନ ଏନେଇ ଗୋଆରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ,

Etv Bharat
Etv Bharat
ଗୋଆରେ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଅନୁଷ୍ଠିତ

ହାଇଦ୍ରାବାଦ: ଆଜିଠାରୁ ଆରମ୍ଭ ହୋଇଛି ଗୋଆରେ ବିଶ୍ୱର ସର୍ବବୃହତ ଚଳଚ୍ଚିତ୍ର ଏବଂ ସାଂସ୍କୃତିକ ମହୋତ୍ସବ ମଧ୍ୟରୁ ଅନ୍ୟତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (IFFI)ର ୫୪ତମ ସଂସ୍କରଣ । ଆଜି ଅର୍ଥାତ୍ ନଭେମ୍ବର ୨୦ ରୁ ୨୮ ପର୍ଯ୍ୟନ୍ତ ଚାଲିଥିବା ଏହି ଉତ୍ସବରେ ବିଭିନ୍ନ ବିଭାଗରେ ୨୫୦ରୁ ଅଧିକ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ଆଜି (ନଭେମ୍ବର ୨୦) ଗୋଆର ଶ୍ୟାମା ପ୍ରସାଦ ମୁଖାର୍ଜୀ ଇନ୍ଦୋର ଷ୍ଟାଡିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏବଂ ଡଃ ଏଲ ମୁରୁଗନ ଗୋଆରେ ପହଞ୍ଚିଛନ୍ତି ।

ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବକୁ ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଉଦଘାଟନ କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଡଃ ଏଲ ମୁରୁଗନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ IFFI ର ୫୪ ତମ ସଂସ୍କରଣକୁ ନେଇ ଏଲ ମୁରୁଗନ କହିଛନ୍ତି, "ଚଳିତ ବର୍ଷର ଏହି ଇଭେଣ୍ଟ ବହୁତ ଖାସ ରହିଛି । ପ୍ରତିବର୍ଷ ଫିଲ୍ମ ଫେଷ୍ଟିଭାଲରେ ଅନେକ ନୂଆ ଜିନିଷ ପ୍ରଦର୍ଶନ କରାଯାଇଥାଏ । ସେହିପରି ଚଳିତ ବର୍ଷ ଏଠାରେ ଏକ ଫିଲ୍ମ ବଜାର ପ୍ରତିଷ୍ଠା କରାଯାଇଛି ।"

୫୪ ତମ ଗୋଆ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଉଦଘାଟନୀ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, "ବର୍ତ୍ତମାନ ଭାରତରେ ମିଡିଆ ଏବଂ ମନୋରଞ୍ଜନ ଶିଳ୍ପର ଅଭିବୃଦ୍ଧି ବାର୍ଷିକ ୨୦% ରହୁଛି । ଏହିପରି ଆଜି ଆମେ ଦୁନିଆର ପାଞ୍ଚଟି ବଡ ବଜାର ମଧ୍ୟରୁ ଗୋଟିଏ ହୋଇପାରିଛୁ । ଏହି ଚଳଚ୍ଚିତ୍ର ବଜାର କେବଳ ଦକ୍ଷିଣ-ପୂର୍ବ ଏସିଆ ନୁହେଁ ସମଗ୍ର ବିଶ୍ୱରେ ସବୁଠାରୁ ବଡ ବଜାର ଅଟେ । ସେପଟେ ଆଜିର ଏହି ଉଦଘାଟନୀ ସମାରୋହରେ ଅଭିନେତା ସାହିଦ କପୁର ଏବଂ ମାଧୁରୀ ଦୀକ୍ଷିତ ସାମିଲ ହେବେ । ଏମାନଙ୍କ ବ୍ୟତୀତ ନୁସରତ ଭରୁଚା, ପଙ୍କଜ ତ୍ରିପାଠୀ, ଶାନ୍ତନୁ ମିତ୍ର, ଶ୍ରୀୟା ଘୋଷାଲ ଏବଂ ସୁଖବିନ୍ଦର ସିଂ ମଧ୍ୟ ଯୋଗ ଦେବେ ।

ଏହି କାର୍ଯ୍ୟକ୍ରମରେ ପ୍ରସିଦ୍ଧ ହଲିଉଡ ଅଭିନେତା ତଥା ନିର୍ମାତା ମାଇକେଲ ଡଗଲ୍ସ ଏବଂ ତାଙ୍କ ପତ୍ନୀ ପ୍ରସିଦ୍ଧ ଓଲିଉଡ ଅଭିନେତ୍ରୀ କ୍ୟାଥରିନ ଜେଟା ଜୋନ୍ସ, ସଲମାନ ଖାନ, ବିଦ୍ୟା ବାଲାନ, ଆୟୁଷ୍ମାନ ଖୁରାନା, ଅନୁପମ ଖେର, ବିକି କୌଶଲ, ସିଦ୍ଧାର୍ଥ ମଲହୋତ୍ରା, ଆଦିତି ରାଓ ହାଇଦରୀ, ଏ ଆର୍ ରହମାନ, ବିଜୟ ସେଥୁପତି ଇତ୍ୟାଦି ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି ସମାରୋହରେ ଅଭିନେତା ଅପାରଶକ୍ତି ଖୁରାନା ଏବଂ କରିସ୍ମା ତନ୍ନା ହୋଷ୍ଟ କରିବେ । ଏହି ବର୍ଷ ମାଇକେଲ ଡଗଲାସଙ୍କୁ ସତ୍ୟଜିତ୍ ରଏ ଜୀବନ ବ୍ୟାପି ସମ୍ମାନରେ ସମ୍ମାନିତ କରାଯିବ ।

ଏହା ମଧ୍ୟ ପଢନ୍ତୁ: ନଭେମ୍ବର ୨୦ରୁ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ: ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ପାଇବେ ମାଇକେଲ ଡଗଲ୍ସ

ଏଥିସହ ସଲମାନ ଖାନଙ୍କ ଦ୍ବାରା ନିର୍ମିତ ତଥା ତାଙ୍କ ଭାଣିଜୀ ଆଲିଜେ ଅଗ୍ନିହୋତ୍ରୀଙ୍କ ଅଭିନୀତ ଫରେଙ୍କ ଏଠାରେ ସ୍କ୍ରିନିଂ କରାଯିବ । ଏହି ମହୋତ୍ସବରେ ପଙ୍କଜ ତ୍ରିପାଠୀଙ୍କ କଡକ ସିଂ ଏବଂ ଗାନ୍ଧୀ ଟକ୍ସ ଫିଲ୍ମ ମଧ୍ୟ ବିଶ୍ୱ ପ୍ରିମିୟର୍ ହେବ। ଡିଅର ଜସି, ହରି ଓମ୍ ହରି, ରାଉତ କି ବେଲି, ଧୋଥା, ଦିଲ୍ ହେ ଗ୍ରେ', ଏବଂ ଗ୍ରେ' ଗେମ୍ସ ସମେତ ୪୫ଟି ଉଲ୍ଲେଖନୀୟ ଚଳଚ୍ଚିତ୍ର ସ୍ପେଶାଲ ସ୍କ୍ରିନିଂ କରାଯିବ ।

Last Updated : Nov 20, 2023, 5:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.