ETV Bharat / entertainment

ICC World Cup 2023: ଅମିତାଭଙ୍କ ପରେ ରଜନୀକାନ୍ତ ପାଇଲେ ୱାର୍ଲ୍ଡକପ ଗୋଲ୍ଡେନ ଟିକେଟ୍ - କ୍ରିକେଟ୍ ବିଶ୍ବ କପ୍ ଗୋଲ୍ଡେନ ଟିକେଟ୍ ପାଇଲେ ରଜନୀକାନ୍ତ

ଅମିତାଭ ବଚ୍ଚନ ଏବଂ ସଚିନ ତେନ୍ଦୁଲକରଙ୍କ ପରେ ବର୍ତ୍ତମାନ ରଜନୀକାନ୍ତ କ୍ରିକେଟ୍ ବିଶ୍ବ କପ୍ 2023 ପାଇଁ ଗୋଲ୍ଡେନ ଟିକେଟ୍ ମିଳିଛି। ବିସିସିଆଇ ସଚିବ ଜୟ ଶାହା ତାଙ୍କୁ ଏହି ଗୋଲ୍ଡେନ୍ ଟିକେଟ୍ ପ୍ରଦାନ କରିଛନ୍ତି। ଅଧିକ ପଢନ୍ତୁ...

ଅମିତାଭଙ୍କ ପରେ ରଜନୀକାନ୍ତ ପାଇଲେ ୱାର୍ଲ୍ଡ କପର ଗୋଲ୍ଡେନ ଟିକେଟ୍

author img

By ETV Bharat Odisha Team

Published : Sep 19, 2023, 7:08 PM IST

ହାଇଦ୍ରାବାଦ: ଆସନ୍ତା ମାସରେ ଅକ୍ଟୋବର (2023) ରେ କ୍ରିକେଟ୍ ବିଶ୍ୱକପ୍ ଅନୁଷ୍ଠିତ ହେବାକୁ ଯାଉଛି। ଏହି କ୍ରିକେଟ୍ ବିଶ୍ୱକପ୍ 2023 ବିଷୟରେ ବିଶେଷ କଥା ହେଉଛି ଏଥର ଏହାକୁ ଭାରତ ଆୟୋଜିତ କରିବ। ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟର କ୍ରିକେଟ୍ ଷ୍ଟାଡିୟମରେ ମ୍ୟାଚ୍ ଅନୁଷ୍ଠିତ ହେବ। ତେବେ ଏହି ଅବସରରେ ବିସିସିଆଇ ପକ୍ଷରୁ କିଛି ସେଲିବ୍ରିଟିଙ୍କୁ ଗୋଲ୍ଡେନ ଟିକେଟ ପ୍ରଦାନ କରାଯାଇଛି। ପୂର୍ବରୁ ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଏବଂ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ଏହି ଟିକେଟ ପ୍ରଦାନ କରିଛି। ବର୍ତ୍ତମାନ ସାଉଥ ମେଗାଷ୍ଟାର ରଜନୀକାନ୍ତଙ୍କୁ ବି ଗୋଲ୍ଡେନ ଟିକେଟ ପ୍ରଦାନ କରାଯାଇଛି। ବିସିସିଆଇ ସଚିବ ଜୟ ଶାହା ରଜନୀକାନ୍ତଙ୍କୁ ଏହି ଟିକେଟ ଦେଇଛନ୍ତି।

  • Honoured to present the golden ticket to the unparalleled cinematic icon, Shri @rajinikanth! His charisma knows no bounds and his passion for cricket is well-known. Delighted to welcome Thalaiva as our distinguished guest at the @ICC @CricketWorldCup 2023! Let the magic begin!… https://t.co/ku4EBrFAjE

    — Jay Shah (@JayShah) September 19, 2023 " class="align-text-top noRightClick twitterSection" data=" ">

ବିସିସିଆଇ ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ଜୟ ଶାହା ରଜନୀକାନ୍ତଙ୍କୁ ଟିକେଟ ପ୍ରଦାନ କରୁଥିବା ଦେଖିବାକୁ ମିଳିଛି। ଏହି ଫଟୋ ସେୟାର କରି କ୍ୟାପସନରେ ବିସିସିଆଇ ପକ୍ଷରୁ ଲେଖାହୋଇଛି ଯେ, ଚଳଚ୍ଚିତ୍ର ଜଗତରେ ରଜନୀକାନ୍ତଙ୍କ ଚମତ୍କାର ଅବଦାନକୁ ଧ୍ୟାନରେ ରଖି ତାଙ୍କୁ ଆଗାମୀ ଆଇସିସି କ୍ରିକେଟ୍ ବିଶ୍ୱକପ୍ ପାଇଁ ଏକ ବିଶେଷ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଛି। ଆମେ ଏହା ଘୋଷଣା କରି ଖୁସି ଯେ ଥାଲାଇଭା ଆଇସିସି କ୍ରିକେଟ୍ ବିଶ୍ୱକପ୍ 2023 କୁ ଆମର ବିଶେଷ ଅତିଥି ହେବେ ଏବଂ ତାଙ୍କ ଉପସ୍ଥିତି ସବୁଠାରୁ ବଡ ଇଭେଣ୍ଟରେ ଚାନ୍ଦ ଚାନ୍ଦ ଲଗାଇବ। ତେବେ ଏହି ଗୋଲ୍ଡେନ ଟିକେଟ୍ ମାଧ୍ୟମରେ ଥାଲାଇଭା କ୍ରିକେଟ୍ ର ମହାକୁମ୍ବଙ୍କୁ ଉପଭୋଗ କରୁଥିବା ଦେଖିବାକୁ ମିଳିବ। ଫଟୋରେ ରଜନୀକାନ୍ତ ହ୍ବାଇଟ୍ ଟି-ସାର୍ଟରେ ଥିବାବେଳେ ଜୟ ଶାହା ହ୍ବାଇଟ୍ ସାର୍ଟ ଏବଂ ବ୍ଲାକ ପ୍ୟାଣ୍ଟରେ ନଜର ଆସିଛନ୍ତି।

  • The Phenomenon Beyond Cinema! 🎬

    The BCCI Honorary Secretary @JayShah presented the golden ticket to Shri @rajinikanth, the true embodiment of charisma and cinematic brilliance. The legendary actor has left an indelible mark on the hearts of millions, transcending language and… pic.twitter.com/IgOSTJTcHR

    — BCCI (@BCCI) September 19, 2023 " class="align-text-top noRightClick twitterSection" data=" ">

ପୂର୍ବରୁ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ସଚିବ ଜୟ ଶାହା ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ଗୋଲ୍ଡେନ ଟିକେଟ ପ୍ରଦାନ କରୁଥିବା ଏକ ଫଟୋ ସେୟାର କରିଥିଲେ। ଯାହାର କ୍ୟାପସନରେ ଲେଖାଥିଲା ଯେ 'ମିଲେନିୟମର ସୁପରଷ୍ଟାର' ଅମିତାଭ ବଚ୍ଚନ ODI ବିଶ୍ୱକପ 2023 ପାଇଁ ଟିମ ଇଣ୍ଡିଆର ସମର୍ଥକ ହେବେ। ଆଇସିସି କ୍ରିକେଟ୍ ବିଶ୍ୱକପ୍ 2023 ପାଇଁ ଆମ ସହ ବିଗ ବିଙ୍କୁ ସାମିଲ କରି ଆମେ ଅତ୍ୟନ୍ତ ଆନନ୍ଦିତ।

  • Golden ticket for our golden icons!

    BCCI Honorary Secretary @JayShah had the privilege of presenting our golden ticket to none other than the "Superstar of the Millennium," Shri @SrBachchan.

    A legendary actor and a devoted cricket enthusiast, Shri Bachchan's unwavering support… pic.twitter.com/CKqKTsQG2F

    — BCCI (@BCCI) September 5, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: ମହିଳା ସଂରକ୍ଷଣ ବିଲ୍ ଆଗତ, ସେଲିବ୍ରିଟି କହିଲେ 'ଆମ ଟାଇମ୍ ଆସିଗଲା'

ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, ଗତ ମାସରେ ରଜନୀକାନ୍ତଙ୍କ ଫିଲ୍ମ 'ଜେଲର' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଦୁଇ ବର୍ଷ ପରେ ଥାଲାଇଭା ଏହି ଫିଲ୍ମ ସହ ବଡ ପରଦାକୁ ଫେରି ଧମାକା କରିଥିଲେ। ନେଲସନ ଦିଲୀପ କୁମାରଙ୍କ ନିର୍ଦ୍ଦେଶନାରେ 'ଜେଲର' ସମାଲୋଚକ ତଥା ଦର୍ଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ଗ୍ରହଣ କରିଥିଲା। କେବଳ ଭାରତରେ ନୁହେଁ 'ଜେଲର' ସମଗ୍ର ବିଶ୍ୱରେ ଦମଦାର ପ୍ରଦର୍ଶନ କରିଛି ଏବଂ ବିଶ୍ବରେ 600 କୋଟି ଟଙ୍କା ଆୟ କରିଥିବାବେଳେ ଭାରତରେ 400 କୋଟି ଟଙ୍କା ପାର୍ କରିଛି। ଆଗାମୀ ଦିନରେ ନିର୍ଦ୍ଦେଶକ ଲୋକେଶ କନଗରାଜଙ୍କ ଫିଲ୍ମରେ ନଜର ଆସିବେ ରଜନୀକାନ୍ତ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.