ETV Bharat / entertainment

ସାଲାରକୁ ‘ଏ’ ସାର୍ଟିଫିକେଟ ନେଇ ଖୁସି ନାହାନ୍ତି ପ୍ରଶାନ୍ତ ନୀଲ, କହିଦେଲେ ଏମିତି କଥା

author img

By ETV Bharat Odisha Team

Published : Dec 20, 2023, 5:53 PM IST

Prashanth Neel On Salaar 'A' Certificate: ପ୍ରଭାସଙ୍କ ଅଭିନୀତ ଚଳଚ୍ଚିତ୍ର 'ସାଲାର' ରିଲିଜ୍ ପାଇଁ ମାତ୍ର ଆଉ ଗୋଟିଏ ଦିନ ବାକି ରହିଛି । ଅପ୍ୟପଟେ ସାଲାର ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ଫିଲ୍ମକୁ ଦିଆଯାଇଥିବା ସାର୍ଟିଫିକେଟ୍ ଉପରେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ସେନ୍ସର ବୋର୍ଡଙ୍କ ଏହି ନିଷ୍ପତ୍ତି ତାଙ୍କୁ ଆଶ୍ଚର୍ଯ୍ୟ କରିଛି ।

'ସାଲାର' କୁ 'ଏ' ସାର୍ଟିଫିକେଟ ମିଳିବା ନେଇ ନାଖୁସ୍ ପ୍ରଶାନ୍ତ ନୀଲ, କହିଲେ- 'ମୁଁ ଅଶ୍ଲୀଳ ଫିଲ୍ମ କରିନାହିଁ'

ହାଇଦ୍ରାବାଦ: ଚଳିତ ବର୍ଷ 'ଆଦିପୁରୁଷ' ପରି ଏକ ଫିଲ୍ମ କରିବା ପରେ ପ୍ରଭାସ ଖୁବ୍ ଶୀଘ୍ର ଫିଲ୍ମ 'ସାଲାର'ର ସହ ଧମାକା କରିବାକୁ ପ୍ରସ୍ତୁତ । ଏହି ଫିଲ୍ମ ଡିସେମ୍ବର ୨୨ରେ ରିଲିଜ ହେବ । ରିଲିଜ୍ ପୂର୍ବରୁ, ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଟ୍ ଅର୍ଥାତ୍ ସେନ୍ସର ବୋର୍ଡରୁ 'ଏ' ସାର୍ଟିଫିକେଟ୍ ପାଇଛି । ସେନ୍ସର ବୋର୍ଡର ନିଷ୍ପତ୍ତିକୁ ନେଇ ଫିଲ୍ମର ନିର୍ଦ୍ଦେଶକ ବର୍ତ୍ତମାନ ପ୍ରଶାନ୍ତ ନୀଲ ନିରାଶ ହୋଇଛନ୍ତି । ସେ କହିଛନ୍ତି, 'ମୁଁ ଅଶ୍ଲୀଳ ଫିଲ୍ମ କରିନାହିଁ ଯେଉଁଥିପାଇଁ ମୋତେ 'ଏ' ସାର୍ଟିଫିକେଟ ମିଳିଛି ।

'ସାଲାର'ର ପ୍ରମୋସନ ସମୟରେ ପ୍ରଶାନ୍ତ ନୀଲ 'ବାହୁବଲୀ' ଫେମ ନିର୍ଦ୍ଦେଶକ ଏସ୍ ଏସ ରାଜାମୌଲିଙ୍କ ସହ ଏକ ବିଶେଷ ବାର୍ତ୍ତାଳାପ କରିଥିଲେ । ଏହି ସମୟରେ ନିର୍ଦ୍ଦେଶକ ସାଲାର ଫିଲ୍ମ ଦ୍ୱାରା ପ୍ରାପ୍ତ ହୋଇଥିବା ସାର୍ଟିଫିକେଟ୍ ବିଷୟରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ପ୍ରଶାନ୍ତ କହିଛନ୍ତି, ''ସାଲାର ହେଉଛି ଦୁଇ ବନ୍ଧୁ ଦେବ ଏବଂ ଭର୍ଦାଙ୍କ କାହାଣୀ । ଯେଉଁଥିରେ ନାଟକ ଏବଂ ହିଂସା ମଧ୍ୟ ଦେଖିବାକୁ ମିଳିବ । କିନ୍ତୁ ଏଥିରେ କିଛି ନାହିଁ ଯାହା ମୁଁ ଭାବୁଛି ସିବିଏଫସି ପକ୍ଷରୁ 'ଏ' ସାର୍ଟିଫିକେଟ୍ ପାଇବାକୁ ଯୋଗ୍ୟ । ସେମାନେ ଏହି ଚଳଚ୍ଚିତ୍ରର କିଛି ସିନ୍ କାଟିଥିଲେ, ମୁଁ କୌଣସି ଆପତ୍ତି ଉଠାଇ ନଥିଲି ।

ସେ ଆହୁରି କହିଛନ୍ତି, ମୁଁ କୌଣସି ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ କରି ନାହିଁ, ଯାହା ପାଇଁ ସେ ପ୍ରମାଣପତ୍ର 'ଏ' ମିଳିଛି । ମୁଁ ଏଥିରେ ଅସନ୍ତୁଷ୍ଟ ଥିଲି, କିନ୍ତୁ ପ୍ରଭାସ ମୋତେ ବୁଝାଇ କହିଥିଲେ ଯେ କୌଣସି ଅସୁବିଧା ନାହିଁ, ଆମକୁ ନିରାଶ ହେବାକୁ ପଡ଼ିବ ନାହିଁ। ସୂଚନା ଥାଉ କି, ନିକଟରେ ରଣବୀର କପୁରଙ୍କ ଫିଲ୍ମ 'ଆନିମଲ' ସେନ୍ସର ବୋର୍ଡରୁ ଏହି ପ୍ରମାଣପତ୍ର ପାଇଛି ଏବଂ ଚଳଚ୍ଚିତ୍ରଟି ଏକ ମେଗା ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ୩ ଦିନ ପରେ ପରଦାକୁ ଆସୁଛି 'ସାଲାର', ରିଲିଜ ହେଲା ପ୍ରଭାସଙ୍କ ଫିଲ୍ମର 'ଟ୍ରେଲର ୨'

ଫ୍ୟାନ୍ସମାନେ ଉତ୍ସାହର ସହ 'ସାଲାର ପାର୍ଟ -1 ସିଜଫାୟାର' ରିଲିଜକୁ ଅପେକ୍ଷା କରିଛନ୍ତି । ୨୨ ଡିସେମ୍ବର ଶୁକ୍ରବାର ଦିନ ପ୍ରଭାସଙ୍କ ଫିଲ୍ମ 'ସାଲାର' ତେଲୁଗୁ, କନ୍ନଡ଼, ମାଲାୟଲାମ, ତାମିଲ ଓ ହିନ୍ଦୀ ଭଳି ୫ଟି ଭାଷାରେ ରିଲିଜ ହେବ । ଏଥିରେ ସୁପରଷ୍ଟାର ପ୍ରଭାସଙ୍କ ସହ ପୃଥ୍ବୀରାଜ ସୁକୁମାରନ୍, ଶ୍ରୁତି ହାସନ ଏବଂ ଜଗପତି ବାବୁଙ୍କ ପରି ଆଗଧାଡ଼ିର ଅଭିନେତା ଓ ଅଭିନେତ୍ରୀଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରଟି 'ହମ୍ବଲେ ଫିଲ୍ମସ' ଦ୍ବାରା ନିର୍ମିତ ହୋଇଥିବାବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.