ETV Bharat / entertainment

Vikram Vedha Release: 5 ହଜାର ସ୍କ୍ରିନ୍‌ରେ ହ୍ରିତିକ-ସୈଫଙ୍କ ବିକ୍ରମ ବେଦା ରିଲିଜ

author img

By

Published : Sep 30, 2022, 2:03 PM IST

ହ୍ରିତିକ ରୋଶନ ଏବଂ ସୈଫ ଅଲି ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ବିକ୍ରମ ବେଦା 30 ସେପ୍ଟେମ୍ବରରେ ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରକୁ ସାରା ବିଶ୍ବରେ 5640 ସ୍କ୍ରିନ୍‌ ମିଳିଛି । ଅଧିକ ପଢନ୍ତୁ

5 ହଜାର ସ୍କ୍ରିନ୍‌ରେ ରିଲିଜ୍‌ ହେଲା ହ୍ରିତିକ-ସୈଫଙ୍କ ବିକ୍ରମ ବେଦା

ହାଇଦ୍ରାବାଦ: ହ୍ରିତିକ ରୋଶନ ଏବଂ ସୈଫ ଅଲି ଖାନଙ୍କ ଅଭିନୀତ ଚଳଚ୍ଚିତ୍ର 'ବିକ୍ରମ ବେଦା' ଦୀର୍ଘ ପ୍ରତୀକ୍ଷା ପରେ 30 ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରକୁ ସାରା ବିଶ୍ବରେ 5640 ସ୍କ୍ରିନ୍‌ ମିଳିଛି । ଏହି ଚଳଚ୍ଚିତ୍ରରେ ହ୍ରିତିକ-ସୈଫଙ୍କ ଯୋଡି ପରଦାରେ ପ୍ରଥମ ଥର ମୁହାଁମୁହିଁ ହୋଇଛନ୍ତି ।

ଚଳଚ୍ଚିତ୍ର ବିଶ୍ଳେଷକ ତରଣ ଆଦର୍ଶ କହିଛନ୍ତି ଯେ, ବିକ୍ରମ ବେଦା 4007 ପରଦାରେ ସାରା ସିନେମାରେ ଚାଲୁଛି । ଏଥି ସହିତ ଏହି ଚଳଚ୍ଚିତ୍ରଟି ବିଦେଶରେ 1633 ସ୍କ୍ରିନ ପାଇଛି । ମୋଟ୍‌ ଉପରେ, ଫିଲ୍ମ ସାରା ବିଶ୍ୱରେ 5640 ପରଦାରେ ନିଜର ଜଲଓ୍ବା ଦେଖାଇବା ପାଇଁ ମୁକ୍ତିଲାଭ ହୋଇସାରିଛି ।

  • " class="align-text-top noRightClick twitterSection" data="">

ହ୍ରିତିକ ରୋଶନ ଏବଂ ସୈଫ ଅଲି ଖାନଙ୍କ ଅଭିନୀତ ଚଳଚ୍ଚିତ୍ର 'ବିକ୍ରମ ବେଦା' ଭାରତୀୟ ସିନେମା ଇତିହାସରେ ଏକ ରେକର୍ଡ ସୃଷ୍ଟି କରିଛି । ବିକ୍ରମ ବେଦା ଭାରତୀୟ ସିନେମାର ପ୍ରଥମ ଚଳଚ୍ଚିତ୍ର, ଯାହା ସାରା ବିଶ୍ବରେ 100ରୁ ଅଧିକ ଦେଶରେ ମୁକ୍ତିଲାଭ କରିଛି । ଯେଉଁଥିରେ ଉତ୍ତର ଆମେରିକା, ବ୍ରିଟେନ, ମଧ୍ୟ ପୂର୍ବ ଦେଶ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ସହିତ ୟୁରୋପର 22 ଏବଂ ଆଫ୍ରିକାର 27 ଦେଶରେ ବିକ୍ରମ ବେଦା ମୁକ୍ତିଲାଭ କରିଛି ।

ଏହା ବ୍ୟତୀତ ଏହି ଚଳଚ୍ଚିତ୍ର ଋଷ, ଜାପାନ, ଇସ୍ରାଏଲ୍ ଏବଂ ଲାଟିନ୍ ଆମେରିକୀୟ ଦେଶ (ପାନାମା ଏବଂ ପେରୁ) ପରି ଅଣ ପାରମ୍ପାରିକ ଦେଶରେ ମୁକ୍ତିଲାଭ କରିଛି । ଏଭଳି ପରିସ୍ଥିତିରେ 'ବିକ୍ରମ ବେଦା' 100 ରୁ ଅଧିକ ଦେଶରେ ମୁକ୍ତିଲାଭ କରିଥିବା ଭାରତୀୟ ସିନେମାର ପ୍ରଥମ ଚଳଚ୍ଚିତ୍ର ପାଇଁ ନିଜର ନାମ ସୃଷ୍ଟି କରିଛି ।

ଫିଲ୍ମର କାହାଣୀ କ’ଣ ?

ବିକ୍ରମ ବେଦା ହେଉଛି ତାମିଲ ଚଳଚ୍ଚିତ୍ର ବିକ୍ରମ ବେଦା (2017)ର ଅଫିସିଆଲ୍ ହିନ୍ଦୀ ରିମେକ୍ । ଏହି ଚଳଚ୍ଚିତ୍ରକୁ ପୁଷ୍କର ଏବଂ ଗାୟତ୍ରୀ ନିର୍ଦ୍ଦେଶନା ଦେଇଛନ୍ତି । ତାମିଲ ଭର୍ସନରେ ଅଭିନେତା ଆର ମାଧବନ୍ ଏବଂ ଅଭିନେତା ବିଜୟ ସେଥୁପଥି ଲିଡ୍‌ ରୋଲ୍‌ରେ ଥିଲେ। ଚଳଚ୍ଚିତ୍ରର କାହାଣୀ ବିଷୟରେ କହିବାକୁ ଗଲେ ଏହା ଭଲ ଏବଂ ମନ୍ଦ, କେଉଁଟି ଠିକ୍ ଏବଂ କେଉଁଟି ଭୁଲ୍ ତାହା ପାର୍ଥକ୍ୟ କରିବାକୁ ଶିକ୍ଷା ଦେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.