ETV Bharat / entertainment

ହିନାଙ୍କୁ ଧୋକା ଦେଇନାହାନ୍ତି ବୟଫ୍ରେଣ୍ଡ ରକି, ପବ୍ଲିସିଟି ପାଇଁ ରଚିଥିଲେ ଷଡଯନ୍ତ୍ର

author img

By

Published : Dec 7, 2022, 5:08 PM IST

Updated : Dec 7, 2022, 5:37 PM IST

Hina khan Series Shadyantra teaser OUT: ହିନା ଖାନଙ୍କ ବ୍ରେକଅପ୍ ଖବରର ସତ୍ୟତା ସାମ୍ନାକୁ ଆସିଛି । ଅଭିନେତ୍ରୀ ନିଜେ ଏଥିରୁ ପରଦା ଉଠାଇଛନ୍ତି । ଅଧିକ ପଢନ୍ତୁ

ହିନାଙ୍କୁ ଧୋକା ଦେଇନାହାନ୍ତି ବୟଫ୍ରେଣ୍ଡ ରକି, ପବ୍ଲିସିଟି ପାଇଁ ରଚିଥିଲେ 'ଷଡଯନ୍ତ୍ର'

ହାଇଦ୍ରାବାଦ: ହିନା ଖାନଙ୍କ ବ୍ରେକଅପ୍ ଖବରର ସତ୍ୟତା ସାମ୍ନାକୁ ଆସିଛି । ଅଭିନେତ୍ରୀ ନିଜେ ଏଥିରୁ ପରଦା ଉଠାଇଛନ୍ତି । ପ୍ରକୃତରେ, ଅଭିନେତ୍ରୀଙ୍କ କ୍ରିପ୍ଟିକ୍ ପୋଷ୍ଟରେ ଏହା କୁହାଯାଉଥିଲା ଯେ 13 ବର୍ଷ ପରେ ହିନାଙ୍କର ପ୍ରେମିକ ରକି ଜୟସୱାଲଙ୍କ ସହ ବ୍ରେକଅପ୍ ହୋଇଛି । କିନ୍ତୁ କିଏ ଜାଣିଥିଲା ​​ଯେ ହିନା ଖାନ ତାଙ୍କ ଆଗାମୀ ଧାରାବାହିକ 'ଷଡଯନ୍ତ୍ର'ରେ ତାଙ୍କ ବିରୁଦ୍ଧରେ ରଚାଯାଇଥିବା ଷଡଯନ୍ତ୍ର ବିଷୟରେ କହୁଛନ୍ତି । ହଁ, ହିନା ଖାନଙ୍କ ନୂଆ ଧାରାବାହିକ 'ଷଡଯନ୍ତ୍ର' ଆସୁଛି, ଯାହାର ଟିଜର ଅଭିନେତ୍ରୀଙ୍କ ଦ୍ୱାରା ରିଲିଜ (Hina khan Series Shadyantra teaser OUT) ହୋଇଛି ।

ତେବେ ହିନା ଖାନ ଏବଂ ପ୍ରେମିକ ରକି ଜୟସୱାଲଙ୍କ ମଧ୍ୟରେ କୌଣସି ବ୍ରେକଅପ୍ ହୋଇନାହିଁ । ହିନା ଏବଂ ରକି ଏବେ ମଧ୍ୟ ଏକାଠି ଅଛନ୍ତି । ତାଙ୍କର ନୂଆ ପ୍ରୋଜେକ୍ଟକୁ ପ୍ରୋତ୍ସାହିତ କରିବା ପାଇଁ ହିନା ଖାନ ଏସବୁ ଷଡଯନ୍ତ୍ର ରଚିଥିଲେ । ତାଙ୍କର ନୂଆ ସିରିଜ୍ ଆସୁଛି ଯାହାର ଟିଜର ରିଲିଜ୍ ହୋଇଛି । ଏହି ଧାରାବାହିକର ନାମ ଷଡଯନ୍ତ୍ର । ଯେଉଁଥିରେ ରହସ୍ୟ ଉନ୍ମୋଚିତ ହେବ, ପ୍ରତାରଣାର ସତ୍ୟ ସାମ୍ନାକୁ ଆସିବ । ହିନା ଖାନଙ୍କ ବ୍ୟତୀତ ଟିଜରକୁ ତାଙ୍କ ପ୍ରେମିକ ମଧ୍ୟ ସେୟାର କରିଛନ୍ତି । ଏହି ସିରିଜରେ, ହିନା ମିଥ୍ୟା ଏବଂ ପ୍ରତାରଣାର ଜାଲରେ ଫସି ରହିଛନ୍ତି । ଖାଲି ସେତିକି ନୁହେଁ, ଏହି ଷଡଯନ୍ତ୍ରକୁ କିଏ ରଚିଛି ଏହି ସିରିଜରେ ଖୁଲାସା ହେବ ।

ହିନାଙ୍କୁ କିଏ ଦେଲା ଧୋକା ?

ଏହି ହତ୍ୟା ରହସ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ହିନା ଏକ କ୍ରିପ୍ଟିକ୍ ପୋଷ୍ଟ ଲେଖିଥିଲେ । ଏହି ସିରିଜରେ ହିନା ଖାନଙ୍କ ସହ କୁନାଲ ରୟ କପୁର, ଚନ୍ଦନ ରୟ ସାନ୍ୟାଲ ନଜର ଆସିବେ । ଇନଷ୍ଟା ଷ୍ଟୋରୀରେ ଏହି ଟିଜରକୁ ସେୟାର କରି ହିନା ଲେଖିଛନ୍ତି - ଧୋକା ହେଉଛି ଏକମାତ୍ର ସତ୍ୟ, ଯାହା ସବୁଦିନ ପାଇଁ ରହିଯାଏ । ଏହି ପୋଷ୍ଟ ପଢିବା ପରେ ଲୋକମାନେ ତାଙ୍କ ଏବଂ ରକିଙ୍କ ବ୍ରେକଅପ୍ ବିଷୟରେ କଳ୍ପନା କରିଥିଲେ ।

ଏହା ବି ପଢନ୍ତୁ: ଭାଙ୍ଗିଲା ହିନାଙ୍କ ହୃଦୟ, ପ୍ରେମରେ ମିଳିଲା ଧୋକା ! ଭାଇରାଲ ହେଉଛି ଇନଷ୍ଟା ପୋଷ୍ଟ

ଦ୍ୱିତୀୟ ପୋଷ୍ଟରେ, ହିନା ସମ୍ପର୍କ ଉପରେ ଲେଖିଥିଲେ- ଯିଏ ଆପଣଙ୍କୁ ଧୋକା ଦେଇଛି ତା' ଉପରେ କେବେ ଅନ୍ଧ ଭାବରେ ବିଶ୍ୱାସ କରିବା ପାଇଁ ନିଜକୁ କ୍ଷମା କରିବାକୁ ଭୁଲିବେ ନାହିଁ । ବେଳେବେଳେ ଗୋଟେ ଭଲ ହୃଦୟ ଖରାପ ଜିନିଷ ଦେଖେ ନାହିଁ । ହିନା ଖାନଙ୍କ ଏହି କ୍ରିପ୍ଟିକ୍ ପୋଷ୍ଟ ଗୁଡିକ ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଥିଲା । କିନ୍ତୁ ବର୍ତ୍ତମାନ ହିନା ଏହି ସସପେନ୍ସର ଖୁଲାସା ହୋଇଛି । ବ୍ରେକଅପ୍ ଖବରରେ କୌଣସି ସତ୍ୟତା ନାହିଁ । ହିନା ଖାନ ଏବଂ ରକି ବର୍ତ୍ତମାନ ଏକାଠି ଅଛନ୍ତି । କେବେ ହିନାଙ୍କ ଏହି ସିରିଜ୍ ରିଲିଜ୍ ହେବ, ତାହା ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ ।

Last Updated : Dec 7, 2022, 5:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.