ହାଇଦ୍ରାବାଦ: ବିଗ୍ ବସ୍ ୧୩ ଫେମ୍ କପଲ୍ ଅସୀମ ରିଆଜ୍ ଏବଂ ହିମାଂଶୀ ଖୁରାନାଙ୍କ ବ୍ରେକଅପ୍ ହୋଇଛି । ବର୍ଷ ବର୍ଷ ଧରି ପରସ୍ପରକୁ ଡେଟିଂ କରିବା ପରେ ବର୍ତ୍ତମାନ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଖବର ଅସୀମ ଏବଂ ହିମାଂଶୀଙ୍କ ଫ୍ୟାନ୍ସ ସମେତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ହିମାଂଶୀ ଏନେଇ ସୂଚନା ଦେଇଛନ୍ତି । ଧର୍ମ ପାଇଁ ପ୍ରେମକୁ ବଳି ଦେଇଥିବା ସେ କହିଛନ୍ତି ।
- — Himanshi khurana (@realhimanshi) December 6, 2023 " class="align-text-top noRightClick twitterSection" data="
— Himanshi khurana (@realhimanshi) December 6, 2023
">— Himanshi khurana (@realhimanshi) December 6, 2023
ହିମାଂଶୀ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି, 'ହଁ, ଆମେ ଆଉ ଏକାଠି ନାହୁଁ । ଆମେ ଯାହା ବି ସମୟ ଏକାଠି ବିତାଇଥିଲୁ ତାହା ବହୁତ ଭଲ ଥିଲା, କିନ୍ତୁ ବର୍ତ୍ତମାନ ଆମେ ଏକାଠି ନାହୁଁ । ଆମର ସମ୍ପର୍କର ଯାତ୍ରା ଚମତ୍କାର ଥିଲା ଏବଂ ଆମେ ଆମ ଜୀବନରେ ପରସ୍ପରକୁ ଛାଡି ଆଗକୁ ବଢିବାକୁ ନିଷ୍ପତ୍ତି ନେଇଛୁ । ଆମେ ଆମର ଧର୍ମକୁ ସମ୍ମାନ ଦେଇ ଆମର ଭିନ୍ନ ଧାର୍ମିକ ମାନ୍ୟତା ହେତୁ ଆମେ ଆମର ପ୍ରେମକୁ ବଳି ଦେଉଛୁ । ଆମର ପରସ୍ପର ବିରୁଦ୍ଧରେ ନାହୁଁ । ଆମର ବ୍ୟକ୍ତିଗତ ଜୀବନକୁ ସମ୍ମାନ କରିବାକୁ ଆମେ ଆପଣଙ୍କୁ ଅନୁରୋଧ କରୁଛୁ । ହିମାଂଶୀ ।'
ଏହା ମଧ୍ୟ ପଢନ୍ତୁ: ହିମାଂଶୀ ଖୁରାନାଙ୍କ ପାଇଁ ଗୀତ ଲେଖୁଛନ୍ତି ଅସୀମ ରିଆଜ
ସୂଚନା ଥାଉ କି, ଫ୍ୟାନ୍ସମାନେ ହିମାଂଶୀ ଏବଂ ଅସୀମଙ୍କୁ ବହୁତ ପସନ୍ଦ କରୁଥିଲେ । ଏହି ଯୋଡିକୁ ଫ୍ୟାନ୍ସ 'ଅସୀମାନ୍ସି' ବୋଲି କହୁଥିଲେ । ଉଭୟଙ୍କର ଫଟୋ ଏବଂ ଭିଡିଓ ଗୁଡିକ ବହୁତ ଭାଇରାଲ୍ ହେଉଥିଲା । ଉଭୟଙ୍କ ମଧ୍ୟରେ ପ୍ରେମର ଯାତ୍ରା ବିଗ୍ ବସ୍ ୧୩ ରୁ ଆରମ୍ଭ ହୋଇଥିଲା । ଶୋ’ରେ ହିମାଂଶୀ ୱାଇଲ୍ଡ କାର୍ଡ ପ୍ରତିଯୋଗୀ ଥିଲେ । ଅସୀମ ହିମାଂଶୀଙ୍କ ପ୍ରେମରେ ପଡିଥିଲେ ଏବଂ ପୁରା ସିଜନରେ ତାଙ୍କ ସହ ଫ୍ଲର୍ଟ କରୁଥିବା ଦେଖିବାକୁ ମିଳିଥିଲା । ସେହି ସମୟରେ ହିମାଂଶୀ ଅନ୍ୟ କାହା ସହ ଜଡିତ ଥିଲେ । କିନ୍ତୁ ଏହାପରେ ହିମାଂଶୀ ତାଙ୍କ ନିର୍ବନ୍ଧକୁ ଭାଙ୍ଗି ଅସୀମଙ୍କ ସହ ରହିବାକୁ ସ୍ଥିର କଲେ । ଅସୀମ ନିଜେ ବିଗ୍ ବସ୍ ଘରେ ହିମାଂଶୀଙ୍କୁ ପ୍ରପୋଜ କରିଥିଲେ ଏବଂ ଶୋ' ଛାଡିବା ପରେ ଦୁହେଁ ଏକାଠି ରହିଥିଲେ । ଦୀର୍ଘ ୪ ବର୍ଷ ଏକାଠି ରହିବା ପରେ ବର୍ତ୍ତମାନ ଉଭୟ ଅଲଗା ହୋଇଛନ୍ତି ।