ETV Bharat / entertainment

ବକ୍ସ ଅଫିସ ପରେ ଓଟିଟିରେ ଧମାକା କରିବ ଲିଓ, ଏହି ଫ୍ଲାଟଫର୍ମରେ ହେବ ରିଲିଜ

author img

By ETV Bharat Odisha Team

Published : Nov 20, 2023, 1:13 PM IST

Updated : Nov 20, 2023, 5:45 PM IST

ଥାଲାପତି ବିଜୟଙ୍କ ଫିଲ୍ମ ଲିଓ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା । ଚଳଚ୍ଚିତ୍ରର ଦମଦାର କାହାଣୀ ଏବଂ ଆକ୍ସନ୍ ସିନକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ତେବେ ବକ୍ସ ଅଫିସରେ ଧମାକା ପରେ ବର୍ତ୍ତମାନ ଓଟିଟିରେ ରିଲିଜ ହେବାକୁ ଯାଉଛି ଫିଲ୍ମ । ଅଧିକ ପଢନ୍ତୁ

ବକ୍ସ ଅଫିସ ପରେ ଓଟିଟରେ ଧମାକା କରିବ ଲିଓ, ଏହି ଫ୍ଲାଟଫର୍ମରେ ହେବ ରିଲିଜ

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଥାଲାପତି ବିଜୟଙ୍କ ଫିଲ୍ମ 'ଲିଓ' ର କ୍ରେଜ କେବଳ ଘରୋଇ ବକ୍ସ ଅଫିସରେ ନୁହେଁ ସାରା ବିଶ୍ୱରେ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରଟି ପାଞ୍ଚଟି ଭାଷାରେ ମୁକ୍ତିଲାଭ କରିଥିଲା । 'ଲିଓ' ସାରା ବିଶ୍ୱରେ ୫୦୦କୋଟିରୁ ଅଧିକ ଆୟ କରି ସଫଳ ତାମିଲ ଚଳଚ୍ଚିତ୍ର ହୋଇପାରିଛି । ବିଜୟଙ୍କ ଫିଲ୍ମ ବକ୍ସ ଅଫିସରେ ହିଟ୍ ହୋଇଥିଲା। ବର୍ତ୍ତମାନ ଚଳଚ୍ଚିତ୍ରର ଓଟିଟି ରିଲିଜ୍ ତାରିଖ ପ୍ରକାଶ ପାଇଛି । ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେବାକୁ ଯାଉଛି ଫିଲ୍ମ ଲିଓ ।

ଅକ୍ଟୋବର ୧୯ରେ ମୁକ୍ତିଲାଭ କରିଥିବା ଏହି ସିନେମାରେ କେବଳ ଦକ୍ଷିଣ ନୁହେଁ କିଛି ହିନ୍ଦୀ ଚଳଚ୍ଚିତ୍ର ସହିତ ମଧ୍ୟ ପ୍ରତିଯୋଗିତା ହୋଇଥିଲା । ତଥାପି ସମସ୍ତ ଫିଲ୍ମକୁ ଫଛରେ ପକାଇ ବେଶ ସପଳତା ସହ ଲୋକପ୍ରିୟତା ହାସଲ କରିଛି ଲିଓ । ତେବେ ଏହା ଏବେ ଓଟିଟିରେ ଧମାକା କରିବାକୁ ପ୍ରସ୍ତୁତ ହୋଇଛି । ନେଟଫ୍ଲିକ୍ସ ତାର ଅଫିସିଆଲ ଇନଷ୍ଟାଗ୍ରାମରୋ ଫିଲ୍ମର ରିଲିଜ୍‌ ନେଇ ସୂଚନା ଦେଇଛନ୍ତି । ନଭେମ୍ବର ୨୪ରେ ଭାରତର ନେଟଫ୍ଲିକ୍ସରେ ଏବଂ ନଭେମ୍ବର ୨୮ରେ ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ଼ ଏବଂ ହିନ୍ଦୀ ଭାଷାରେ 'ଲିଓ' ମୁକ୍ତିଲାଭ କରିବ ।

ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ତାଲିକାରେ 'ଲିଓ' ଅନ୍ତର୍ଭୁକ୍ତ କରାଯାଇଛି । ଏହି ଚଳଚ୍ଚିତ୍ରଟି ଭାରତରେ ପ୍ରାୟ ୪୧୭ କୋଟି ଏବଂ ବିଶ୍ବ ବକ୍ସ ଅଫିସରେ ପ୍ରାୟ ୬୧୫ କୋଟି ଟଙ୍କା ଆୟ କରିଛି । ଏହି ଆକଳନ ସହ ଏହି ଚଳଚ୍ଚିତ୍ର ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଚଳିତ ବର୍ଷ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି । ଏଥି ସହିତ, ମୋଟ ସଂଖ୍ୟାରେ, ଏହି ତାଲିକାରେ ୨.୦ ଏକ ନମ୍ବରରେ ଏବଂ 'ଲିଓ' ଦ୍ୱିତୀୟ ସ୍ଥାନରେ ରହିଛି ।

  • " class="align-text-top noRightClick twitterSection" data="">

ଏହା ମଧ୍ୟ ପଢନ୍ତୁ: ଲିଓର ସଫଳତା ପରେ ଟିମ୍‌ର ସେଲିବ୍ରେସନ, ଯୋଗ ଦେଲେ ୭୦୦୦ ଫ୍ୟାନ୍ସ

ଲିଓ ଫିଲ୍ମ ବିଷୟରେ କହିବାକୁ ଗଲେ, ଏହା ଏକ ଆକ୍ସନ୍ ଥ୍ରୀଲର ଏବଂ ଲୋକେଶ ସିନେମାଟିକ୍ ୟୁନିଭର୍ସର ଏକ ଅଂଶ । ଲୋକେଶ କନଗରାଜଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ବିଜୟ, ତ୍ରିଶା, ଅର୍ଜୁନ, ସଞ୍ଜୟ ଦତ୍ତ, ମନସୁର ଅଲି ଖାନ, ମାଥ୍ୟୁ ଥୋମାସ, ମିସ୍‌କିନ୍‌, ସ୍ୟାଣ୍ଡି, ଗୌତମ ବାସୁଦେବ ମେନନ୍‌, ପ୍ରିୟା ଆନନ୍ଦ, ମଡୋନା ସେବାଷ୍ଟିଆନ, ଅନୁରାଗ କଶ୍ୟପଙ୍କ ସମେତ ଅନ୍ୟାନ୍ୟ କଳାକାର ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରର ସଙ୍ଗୀତକୁ ଅନିରୁଦ୍ଧ ରବିଚାନ୍ଦ ରଚନା କରିଛନ୍ତି ।

Last Updated : Nov 20, 2023, 5:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.