ETV Bharat / entertainment

ଧର୍ମେନ୍ଦ୍ରଙ୍କ ପରେ ହେମା ମାଳିନୀ ବଡ ପରଦାରେ କରିବେ ଲିପଲକ୍ ! କହିଲେ ଏମିତି...

author img

By ETV Bharat Odisha Team

Published : Aug 26, 2023, 12:40 PM IST

ରକି ଔର ରାନୀ କି ପ୍ରେମ କାହାଣୀରେ ଧର୍ମେନ୍ଦ୍ର ଏବଂ ଶବାନା ଆଜମୀଙ୍କ ଚୁମ୍ବନ ଦୃଶ୍ୟକୁ ନେଇ ଅନେକ ଆଲୋଚନା ହୋଇଥିଲା । ସନ୍ନି ଦେଓଲ ଠାରୁ ହେମା ମାଳିନୀ ପର୍ଯ୍ୟନ୍ତ ସମସ୍ତେ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଏବେ ସେହି ହେମା ମାଳିନୀ କହିଛନ୍ତି ଯେ ସେ ମଧ୍ୟ ତାଙ୍କ ସ୍ୱାମୀଙ୍କ ପରି ଅନସ୍କ୍ରିନ ଲିପଲକ୍ ସିନ୍‌ କରିପାରିବେ । ଅଧିକ ପଢନ୍ତୁ

ହେମା ମାଳିନୀ
ହେମା ମାଳିନୀ

ହାଇଦ୍ରାବାଦ: ନିକଟରେ ମୁକ୍ତିଲାଭ କରିଥିବା ନିର୍ଦ୍ଦେଶକ କରଣ ଜୋହରଙ୍କ ଫିଲ୍ମ ‘ରକି ଔର୍‌ ରାନୀ କି ପ୍ରେମ କହାନୀ’ ପ୍ରଶଂସକଙ୍କ ପ୍ରଶଂସା ସାଉଁଟି ଚାଲିଛି । ଏହାରି ମଧ୍ୟରେ ସବୁଠାରୁ ଅଧିକ ଟ୍ରେଣ୍ଡ୍‌ କରୁଛି ଧର୍ମେନ୍ଦ୍ର ଓ ଶବାନା ଆଜମୀଙ୍କ ଚୁମ୍ବନ ଦୃଶ୍ୟ । ଏହି ଦୃଶ୍ୟକୁ ନେଇ ପୂର୍ବରୁ ଅନେକ ଚର୍ଚ୍ଚା ହୋଇସାରିଛି । ଏବେ ବି ଏହି ଦୃଶ୍ୟକୁ ନେଇ ଜବରଦସ୍ତ ପ୍ରତିକ୍ରିୟା ଆସୁଥିବା ବେଳେ ପତ୍ନୀ ହେମା ମାଳିନୀ ପୁଣି ଏକ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ଦେଇଛନ୍ତି । ଶୁଣିବାକୁ ମିଳୁଛି ଯେ, ଧର୍ମେନ୍ଦ୍ରଙ୍କ ପରେ ଏଥର ହେମା ମାଳିନୀ ମଧ୍ୟ ବଡ ପରଦାରେ ଲିପଲକ୍ କରୁଥିବା ନଜର ଆସିବେ ।

ନିକଟରେ ଏକ ସାକ୍ଷାତକାରରେ ଧର୍ମେନ୍ଦ୍ର ଏବଂ ଶବାନା ଆଜମୀଙ୍କ ଚୁମ୍ବନ ଦୃଶ୍ୟ ଉପରେ ହେମା ମାଳିନୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଇଣ୍ଡିଆ ଡଟ୍ କମ୍ ସହିତ ଏକ ବାର୍ତ୍ତାଳାପରେ ସେ କହିଛନ୍ତି ଯେ, ଫିଲ୍ମର ଡିମାଣ୍ଡ ଉପରେ ତାଙ୍କୁ ଅନସ୍କ୍ରିନ କିସ୍‌ ଉପରେ କୌଣସି ଆପତ୍ତି ନାହିଁ । ଯେତେବେଳେ ଏକ ସାକ୍ଷାତକାରରେ ହେମା ମାଳିନୀଙ୍କୁ ପଚରାଯାଇଥିଲା ଯେ, ସେ ଧର୍ମେନ୍ଦ୍ର ଏବଂ ଶବାନା ଆଜମୀଙ୍କ ପରି ଅନସ୍କ୍ରିନ କିସ୍‌ କରିବାରେ କମ୍ଫଟ ଅନୁଭବ କରିବେ କି ? ସେତେବେଳେ ସେ ଦୃଢ ଭାବରେ ଉତ୍ତର ଦେଇ କହିଥିଲେ, ‘‘କାହିଁକି କରିବିନି, ସଂପୂର୍ଣ୍ଣ ଭାବେ କରିବି । ଯଦି ଏହା ଭଲ, ଯଦି ଫିଲ୍ମ ସହିତ ଏହା ତାଳମେଳ ଖାଉଛି, ତାହାଲେ... ବୋଧହୁଏ ମୁଁ ଏହା କରିପାରିବି ।’’

ଏହା ମଧ୍ୟ ପଢନ୍ତୁ: Political Career: ସନ୍ନି ଦେଓଲ ଏବଂ ବାପା ଧର୍ମେନ୍ଦ୍ର ଚଳଚ୍ଚିତ୍ରରେ ହିଟ୍, ରାଜନୀତିରେ ହୋଇପାରିଲେନି ଫିଟ୍

ଧର୍ମେନ୍ଦ୍ରଙ୍କ ଚୁମ୍ବନ ଦୃଶ୍ୟରେ ପୂର୍ବରୁ ହେମା କହିିଥିଲେ ଯେ, ‘‘ମୁଁ ଏ ପର୍ଯ୍ୟନ୍ତ ଫିଲ୍ମ ଦେଖିନାହିଁ । ମୁଁ ନିଶ୍ଚିତ ଯେ ଲୋକେ ତାଙ୍କୁ ଏହି ଫିଲ୍ମରେ ଖୁବ୍‌ ଭଲପାଇବା ଦେଇଥିବେ । ମୁଁ ଧରମଜୀଙ୍କ ପାଇଁ ବହୁତ ଖୁସି । କାରଣ ସେ ସବୁବ‌େଳେ କ୍ୟାମେରା ସାମ୍ନା‌ରେ ରହିବାକୁ ଖୁବ୍ ପସନ୍ଦ କରନ୍ତି । କ୍ୟାମେରା ବିନା ସେ ବଞ୍ଚିପାରିବେ ନାହିଁ ।’’ ହେମା ଆହୁରି ବି କହିଛନ୍ତି, ଅନେକ ସମୟରେ ଧରମଜୀ ଘରେ ବି ବସି ବସି ନିଜର ପୁରୁଣା ଭିଡିଓ ଦେଖି ମୋତେ ପଚାରନ୍ତି କି ମୁଁ କିପରି ଦିଶୁଛି ବୋଲି ।

ରକି ଔର୍‌ ରାନୀ କି ପ୍ରେମ କାହାଣୀ ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ବକ୍ସ ଅଫିସରେ 100 କୋଟି ବ୍ୟବସାୟ କରିଛି । ବର୍ତ୍ତମାନ ଫିଲ୍ମଟି 150 କୋଟି ରୋଜଗାର କରିବାକୁ ଚେଷ୍ଟା କରୁଛି କାରଣ ରକି ଔର ରାନୀ କି ପ୍ରେମ କାହାନୀ କଲେକ୍ସନ 147 କୋଟିରେ ପହଞ୍ଚିଛି । ଏହି ଚଳଚ୍ଚିତ୍ରରେ ଆଲିଆ ଭଟ୍ଟ ଏବଂ ରଣବୀର ସିଂ ମୁଖ୍ୟ ଭୂମିକାରେ ଅଛନ୍ତି । ଏମାନଙ୍କ ବ୍ୟତୀତ ରକି ରାନୀଙ୍କ ପ୍ରେମ କାହାଣୀରେ ଧର୍ମେନ୍ଦ୍ର ଏବଂ ଶବାନା ଆଜମୀଙ୍କ ସହ ଜୟା ବଚ୍ଚନ ମଧ୍ୟ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରରେ ଜୟା ବଚ୍ଚନ ଧର୍ମେନ୍ଦ୍ରଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.