ETV Bharat / entertainment

Hema Malini's 75th birthday: ପରିବାର ସହ ବର୍ଥ ଡେ ପାଳିଲେ ହେମା, ପାର୍ଟିରେ ନଜର ଆସିଲେ ଏହି ସେଲିବ୍ରିଟି

author img

By ETV Bharat Odisha Team

Published : Oct 17, 2023, 12:59 PM IST

ଗତକାଲି ଅର୍ଥାତ୍ ଅକ୍ଟୋବର ୧୬ରେ ହେମା ମାଲିନୀ ନିଜ ୭୫ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ଅଭିନେତ୍ରୀଙ୍କୁ ଶୁଭେଚ୍ଛା ଜଣାଇବାକୁ ଏହି ସେଲିବ୍ରିଟି ପାର୍ଟିରେ ସାମିଲ ହୋଇଥିଲେ । ଅଧିକ ପଢନ୍ତୁ,

ପରିବାର ସହ ବର୍ଥ ଡେ ପାଳିଲେ ହେମା, ପାର୍ଟିରେ ନଜର ଆସିଲେ ଏହି ସେଲିବ୍ରିଟି

ହାଇଦ୍ରାବାଦ: ବଲିଉଡର ଡ୍ରିମ୍ ଗାର୍ଲ ଭାବରେ ଜଣାଶୁଣା ଅଭିନେତ୍ରୀ ତଥା ସାଂସଦ ହେମା ମାଲିନୀ ସୋମବାର ଅର୍ଥାତ୍ ଅକ୍ଟୋବର ୧୬ରେ ତାଙ୍କ ୭୫ତମ ଜନ୍ମଦିନ ପାଳନ କରିଛନ୍ତି । ଭେଟେରାନ୍ ଅଭିନେତ୍ରୀ ନିଜ ଜନ୍ମଦିନକୁ ପରିବାର ଏବଂ ସାଙ୍ଗସାଥୀଙ୍କ ଗହଣରେ ଧୁମଧାମରେ ପାଳନ କରିଛନ୍ତି । ଏହି ଅବସରରେ ଅନେକ ବଲିଉଡ ତାରକା ସାମିଲ ହୋଇଛନ୍ତି । ତେବେ ଏହି ଜନ୍ମଦିନ ପାର୍ଟିର ଅନେକ ଭିଡିଓ ଏବଂ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏକ ଭାଇରାଲ୍ ଭିଡିଓରେ ହେମା ନିଜ ପରିବାର ଅର୍ଥାତ୍ ସ୍ବାମୀ ତଥା ଅଭିନେତା ଧର୍ମେନ୍ଦ୍ର, ଝିଅ ଇଶା ଏବଂ ଆହାନା ଦେଓଲଙ୍କ ସହ କେକ୍‌ କାଟୁଥିବା ନଜର ଆସିଛନ୍ତି । ହେମା ପିଙ୍କ୍‌ ରଙ୍ଗର ଶାଢ଼ୀରେ ନଜର ଆସିଥିବା ବେଳେ ଧର୍ମେନ୍ଦ୍ର ବ୍ଲାକ୍‌ ରଙ୍ଗର ସୁଟରେ ନଜର ଆସିଥିଲେ । ଏବଂ ଇଶା ୟେଲୋ ରଙ୍ଗର ଫ୍ରକରେ ନଜର ଆସିଥିବା ବେଳେ ଆହାନା ଏକ ଗ୍ରେ ରଙ୍ଗର ଶାଢୀରେ ନଜର ଆସିଛନ୍ତି । ଏହି ସମୟରେ ହେମା ନିଜ ପରିବାର ସଦସ୍ୟଙ୍କୁ କେକ୍‌ ଖୁଆଉଥିବାର ବି ନଜର ଆସିଛନ୍ତି ।

ଏଥିସହ ହେମାଙ୍କ ଏହି ଜନ୍ମଦିନର ଗ୍ରାଣ୍ଡ ପାର୍ଟିରେ ବଲିଉଡ ତାରକା ସଲମାନ ଖାନ, ରେଖା, ଜ୍ୟାକିଶ୍ରଫ୍‌, ଜୟା ବଚ୍ଚନ, ଉଭଣୀ ସମାରା ଏବଂ ମା'ଙ୍କ ସହ ଶିଳ୍ପା ସେଟ୍ଟୀ, ମାଧୁରୀ ଦୀକ୍ଷୀତ, ରାନୀ ମୁଖାର୍ଜୀ, ଜୁହି ଚାୱଲା ଭଳି ତାରକା ସାମିଲ ହୋଇ ଅଭିନେତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଏହି ସମୟରେ ଭାଇରାଲ ହେଉଥିବା ଏକ ଭିଡିଓରେ 'ତୁନେ ଓ ରଙ୍ଗିଲେ' ଏବଂ 'କ୍ୟା ଖୁବ ଲଗତୀ ହୋ' ଗୀତରେ ହେମାଙ୍କ ସହ ରେଖା ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ଭାଇରାଲ ହେବା ପରେ ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିଛନ୍ତି । ଫ୍ୟାନ୍ସ ଉଭୟଙ୍କ ପ୍ରଶଂସା କରି ଭାରତର ୨ଟି ଡ୍ରିମ ଗାର୍ଲ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ୭୫ ବର୍ଷରେ ସୋଲେ ସୁନ୍ଦରୀ ହେମା ମାଳିନୀ, ଛୁଟିଲା ଶୁଭେଚ୍ଛା

ଏହି ପାର୍ଟିରେ ଅଭିନେତା, ନୃତ୍ୟଶିଳ୍ପୀ ଏବଂ ରାଜନେତା ଭଳି ବ୍ୟକ୍ତିବିଶେଷ ଯୋଗ ଦେଇ ହେମାଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଏହି ଇଭେଣ୍ଟ୍‌ରେ ଅନୁପମ ଖେର୍‌ ବି ସାମିଲ ହୋଇଥିଲେ । ଅଭିନେତା ପାର୍ଟିର କିଛି ଭିଡିଓ ନିଜ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି ଯେ, ହେମା ମାଲିନୀଜୀ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସବୁଠାରୁ ସୁନ୍ଦର ତଥା ପ୍ରତିଷ୍ଠିତ ମହିଳା । ମୁଁ କଲେଜ୍‌ରେ ଥିଲି ଯେତେବେଳେ ମୁଁ ତାଙ୍କୁ ପ୍ରଥମ ଥର ପାଇଁ ଖୁଦରତ ଫିଲ୍ମର ସୁଟିଂ କରୁଥିବା ଦେଖିଥିଲି । ସେତେବେଳେ ମୋତେ 14 ବର୍ଷ ବୟସ ହୋଇଥିଲା । ମୁଁ ଇଣ୍ଡଷ୍ଟ୍ରିକୁ ଆସିବା ପରେ ଭାଗ୍ୟବାନ ଯେ ମୁଁ ତାଙ୍କ ସହ କାମ କରିବାର ସୁଯୋଗ ପାଇଲି । ଗତକାଲି ତାଙ୍କର 75ତମ ଜନ୍ମଦିନ ପାର୍ଟି ବେଶ ସାନଦାର ଥିଲା । ଏତେ ବର୍ଷ ପରେ ମଧ୍ୟ ହେମାଜୀଙ୍କ ସୌନ୍ଦର୍ଯ୍ୟ ଯାଦୁ ସମାନ ରହିଛି । ଭଗବାନ ତାଙ୍କୁ ଏକ ଦୀର୍ଘାୟୁ, ସୁଖୀ ଏବଂ ସୁସ୍ଥ ଜୀବନ ଦିଅନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.