ETV Bharat / entertainment

Heart Of Stone: ହଲିଉଡ ଡେବ୍ୟୁ ଫିଲ୍ମରେ ଚାଲିଲାନି ଆଲିଆ ଭଟ୍ଟଙ୍କ ଯାଦୁ

author img

By

Published : Aug 11, 2023, 3:40 PM IST

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ହଲିଉଡ ଡେବ୍ୟୁ ଫିଲ୍ମ ‘ହାର୍ଟ ଅଫ୍ ଷ୍ଟୋନ’ ମୁକ୍ତିଲାଭ କରିଛି । ଅଧିକ ପଢନ୍ତୁ

ହାର୍ଟ ଅଫ୍ ଷ୍ଟୋନ
ହାର୍ଟ ଅଫ୍ ଷ୍ଟୋନ

ମୁମ୍ବାଇ: ବଲିଉଡର 'ଗଙ୍ଗୁବାଇ' ଆଲିଆ ଭଟ୍ଟ ବର୍ତ୍ତମାନ ହଲିଉଡ ଆଡକୁ ମୁହାଁଇଛନ୍ତି । ଆଲିଆଙ୍କ ହଲିଉଡ ଡେବ୍ୟୁ ସ୍ପାଇ ଥ୍ରୀଲର ଧାରାବାହିକ 'ହାର୍ଟ ଅଫ୍ ଷ୍ଟୋନ' ମୁକ୍ତିଲାଭ କରିଛି । ହଲିଉଡର ମହିଳା ଏଜେଣ୍ଟ୍‌ ତଥା ୱାଣ୍ଡର ୱମ୍ୟାନ ଫେମ ଗଲ ଗଡୋଟ ଏବଂ ଜାମି ଡର୍ନ ଷ୍ଟାରର ଫିଲ୍ମ ହାର୍ଟ ଷ୍ଟୋନରେ ଆଲିଆ ଭଟ୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଟମ୍ ହାର୍ପରଙ୍କ ନିର୍ଦ୍ଦେଶିତ ହାର୍ଟ ଅଫ୍ ଷ୍ଟୋନ୍ ଆଜି(ଅଗଷ୍ଟ 11) ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଛି। ହଲିଉଡ ଡେବ୍ୟୁ ପାଇଁ ଆଲିଆ ଭଟ୍ଟ ବହୁତ ଉତ୍ସାହିତ ଥିଲେ ଏବଂ ଶେଷରେ ଆଜି ସେହି ଦିନ ଆସିି ପହଞ୍ଚିଛି ଯେତେବେଳେ ଆଲିଆ ହଲିଉଡରେ ଏଣ୍ଟ୍ରି କରିନେଇଛନ୍ତି ।

ସ୍କ୍ରିପ୍ଟରେ ନଥିଲା ଦମ୍‌, ଫିକା ପଡିଲା ଆଲିଆ

ନେଟ୍‌ଫ୍ଲିକ୍ସରେ ମୁକ୍ତିଲାଭ କରିଥିବା ହାର୍ଟ ଅଫ୍ ଷ୍ଟୋନର କାହାଣୀରେ ଦମ୍‌ ନଥିବା କୁହାଯାଉଛି । ଆହୁରି ମଧ୍ୟ କୁହାଯାଉଛି ଯେ ସିରିଜର ଦୁର୍ବଳ କାହାଣୀ ହେତୁ ଆଲିଆ ଭଟ୍ଟଙ୍କ ହଲିଉଡ ଡେବ୍ୟୁ ହିଟ୍ ହେବା କଷ୍ଟସାଧ୍ୟ ହୋଇପଡିଛି । ଏଥିସହିତ ଏହା ମଧ୍ୟ କୁହାଯାଉଛି ଯେ ଆଲିଆ ଏହି ଫିଲ୍ମରେ ହ୍ୟାକର କେୟା ଧାୱନ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମରେ ଆଲିଆ ଜଣେ ଭିଲେନ୍ ଭୂମିକାରେ ଅଭିନୟ କରୁଛନ୍ତି, କିନ୍ତୁ ଫିଲ୍ମରେ ଆଲିଆ ଅଧିକାଂଶ ସ୍ଥାନରେ ଅଭିନୟ କରିବାରେ ଦୁର୍ବଳ ବୋଲି ପ୍ରମାଣ କରିଛନ୍ତି।

ଏହା ମଧ୍ୟ ପଢନ୍ତୁ: Adipurush OTT Release: ଗୋଟିଏ ନୁହେଁ ଦୁଇଟି ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେଲା ଆଦିପୁରୁଷ

ଏହା କୁହାଯାଇପାରେ ଯେ, ଆଲିଆ ଭଟ୍ଟ ତାଙ୍କ ହଲିଉଡ ଡେବ୍ୟୁ ସହିତ କିଛି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିପାରି ନାହାଁନ୍ତି । ଏଥି ସହିତ ଅନେକ ଚଳଚ୍ଚିତ୍ର ବିଶେଷଜ୍ଞ ଏହି ଫିଲ୍ମକୁ ମାତ୍ର 2ରୁ 2.50 ଷ୍ଟାର୍‌ ଦେଇଛନ୍ତି । କେବଳ ଏତିକି ନୁହେଁ, ଏହି ସିରିଜକୁ ପ୍ରିୟଙ୍କା ଚୋପ୍ରାଙ୍କ ପୂର୍ବ ରିଲିଜ୍ ସିରିଜ୍ 'ସିତାଡେଲ୍'ର ଏକ କପି ମଧ୍ୟ କୁହାଯାଉଛି । କିନ୍ତୁ, ଏହି ସିରିଜର କିଛି ଆକ୍ସନ୍ ଦୃଶ୍ୟ ଦମଦାର ବୋଲି କୁହାଯାଉଛି ଏବଂ ଲିଡ୍ ଷ୍ଟାରକାଷ୍ଟର କାର୍ଯ୍ୟକୁ ପ୍ରଶଂସା କରାଯାଉଛି । କିନ୍ତୁ ଶେଷରେ ଅଧିକାଂଶ ରିଭ୍ୟୁରେ ଏହି କଥା ମଧ୍ୟ ସାମ୍ନାକୁ ଆସିଛି କି ଫିଲ୍ମର ସ୍କ୍ରିପ୍ଟ ଆଲିଆ ଭଟ୍ଟଙ୍କ ହଲିଉଡ ଡେବ୍ୟୁକୁ ପୂରାପୂରି ବିଗାଡି ଦେଇଛି ।

ସବୁଠୁ ଖାସ୍‌ କଥା ହେଉଛି ଏହି ଫିଲ୍ମର ସୁଟିଂ ସମୟରେ ଆଲିଆ ଗର୍ଭବତୀ ଥିଲେ। ଗର୍ଭବତୀ ଥାଇ ମଧ୍ୟ ଆଲିଆ ଫିଲ୍ମରେ ଥିବା ଆକ୍ସନ ଦୃଶ୍ୟର ସୁଟ୍ କରିଥିଲେ । ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଆଲିଆ କହିଛନ୍ତି, ‘ହାର୍ଟ ଅଫ୍ ଷ୍ଟୋନ’ ଦ୍ବାରା ମୁଁ ହଲିଉଡରେ ଡେବ୍ୟୁ କରୁଛି । ଏହି ଫିଲ୍ମର ସୁଟିଂ ସମୟରେ ମୁଁ ଗର୍ଭବତୀ ଥିବା ଜାଣିଥିଲି । ହେଲେ ଏହା ସତ୍ତ୍ବେ ବି ମୁଁ ଫିଲ୍ମର ସୁଟିଂ କରିଥିଲି । ଫିଲ୍ମ ପାଇଁ ଆକ୍ସନ ଦୃଶ୍ୟ କରିସାରିବା ପରେ, ଏହା କରିପାରିଥିବାରୁ ମୁଁ ବହୁତ ଖୁସି ହୋଇଥିଲି । ଫିଲ୍ମର ଟିମ୍ ମୋତେ ଏହା କରିବାରେ ସାହାଯ୍ୟ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.