ETV Bharat / entertainment

ଟାଇଗର-ଦିଶାଙ୍କ ସମ୍ପର୍କରେ ଫାଟ, ୬ ବର୍ଷ ଡେଟ୍‌ ପରେ ହେଲେ ଅଲଗା !

author img

By

Published : Jul 27, 2022, 9:56 PM IST

ବଲିଉଡ ଅଭିନେତା ଟାଇଗର ଶ୍ରଫ ଏବଂ ଦିଶା ପାଟାନିଙ୍କ ୬ ବର୍ଷର ସମ୍ପର୍କରେ ଲାଗିଲା ବ୍ରେକ୍‌ । ଅଲଗା ହେଲେ ଏହି ଦୁଇ ପ୍ରେମ ପକ୍ଷୀ । ଅଧିକ ପଢନ୍ତୁ

ଟାଇଗର-ଦିଶାଙ୍କ ସମ୍ପର୍କରେ ଫାଟ, ୬ ବର୍ଷ ଡେଟ୍‌ ପରେ ହେଲେ ଅଲଗା

ହାଇଦ୍ରାବାଦ: ବଲିଉଡ ଅଭିନେତା ଟାଇଗର ଶ୍ରଫ ଏବଂ ଦିଶା ପାଟାନିଙ୍କ ୬ ବର୍ଷର ସମ୍ପର୍କରେ ଲାଗିଲା ବ୍ରେକ୍‌ । ଅଲଗା ହେଲେ ଏହି ଦୁଇ ପ୍ରେମ ପକ୍ଷୀ । ଟାଇଗର ଶ୍ରଫ ଏବଂ ଦିଶା ପାଟାନି ବଲିଉଡର ଲୋକପ୍ରିୟ କପଲ୍‌ଙ୍କ ମଧ୍ୟରୁ ଅନ୍ୟତମ । ଦୁହେଁ ପରସ୍ପରକୁ ଦୀର୍ଘ ଦିନ ଧରି ଡେଟ୍‌ କରୁଥିଲେ। ଯଦିଓ ସେମାନେ ନିଜ ସମ୍ପର୍କକୁ ନେଇ କେବେ ସ୍ବୀକାର କରି ନାହାନ୍ତି, କିନ୍ତୁ ଦୁହିଁଙ୍କୁ ପ୍ରାୟତଃ ଏକାଠି ଦେଖିବାକୁ ମିଳେ ।

ତେବେ ଚଳିତ ବର୍ଷ ଆରମ୍ଭରେ ଉଭୟଙ୍କ ବ୍ରେକଅପ୍ ହୋଇଥିଲା ବୋଲି ଶୁଣିବାକୁ ମିଳୁଛି । ଏକ ରିପୋର୍ଟ ଅନୁଯାୟୀ, ପାଖାପାଖି ବର୍ଷେ ଧରି ସେମାନଙ୍କ ସମ୍ପର୍କରେ ଉତ୍ଥାନ-ପତନ ଦେଖାଦେଇଥିଲା । ଯାହା ଧିରେ ଧିରେ ବଢିବାରେ ଲାଗିିଲା। ଟାଇଗର ଏବଂ ଦିଶା ନିଜ ସମ୍ପର୍କକୁ କେବେବି ଆନୁଷ୍ଠାନିକ ଭାବେ ସ୍ୱୀକାର କରିନଥିଲେ, କିନ୍ତୁ ତାଙ୍କ ଫ୍ୟାନ୍ସ ଜାଣନ୍ତି କି ଦୁହେଁ ଦୁହିଁଙ୍କୁ ଡେଟ୍‌ ମଧ୍ୟ କରୁଛନ୍ତି।

ତେବେ ଉଭୟଙ୍କ ମଧ୍ୟରେ କ’ଣ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ, କିନ୍ତୁ ବର୍ତ୍ତମାନ ଦୁହେଁ ପରସ୍ପରଠାରୁ ଅଲଗା ହୋଇଛନ୍ତି। ବ୍ରେକଅପ୍ ଖବରକୁ ନିଶ୍ଚିତ କରି ଟାଇଗରର ଜଣେ ବନ୍ଧୁ କହିଛନ୍ତି, କିଛି ସପ୍ତାହ ପୂର୍ବରୁ ଆମେ ସମସ୍ତେ ଏହା ବିଷୟରେ ଜାଣିଥିଲୁ। ସେ ଆଜି ପର୍ଯ୍ୟନ୍ତ ଏ ବିଷୟରେ କାହା ସହ କଥା ହୋଇନାହାଁନ୍ତି। ବର୍ତ୍ତମାନ ଟାଇଗର ଲଣ୍ଡନରେ ନିଜର କାମ ଏବଂ ସୁଟିଂ ଉପରେ ଧ୍ୟାନ ଦେଉଛନ୍ତି। ସେ ଦିଶାଙ୍କ ସହ ବ୍ରେକଅପ୍ ଦ୍ୱାରା ଅଧିକ ପ୍ରଭାବିତ ହୋଇନଥିଲେ। ବର୍ତ୍ତମାନ ଦୁହେଁ ଆଉ କପଲ୍‌ ଭାବରେ ଏକାଠି ନାହାଁନ୍ତି ।

ଟାଇଗର ଏବଂ ଦିଶାଙ୍କ ଆଗାମୀ ପ୍ରୋଜେକ୍ଟ

ଦିଶାଙ୍କୁ ଆଗାମୀ ଚଳଚ୍ଚିତ୍ର 'ଏକ ଭିଲେନ୍ ରିଟର୍ନସ୍'ରେ ଦେଖିବାକୁ ମିଳିବ, ଟାଇଗରଙ୍କ କାମ ବିଷୟରେ କହିବାକୁ ଗଲେ ତାଙ୍କୁ' ଗଣପତ 'ଏବଂ' ବାଗୀ-4'ରେ ଦେଖିବାକୁ ମିଳିବ। ଦିଶାଙ୍କୁ ଶେଷ ଥର ପାଇଁ 'Radhe: Your Most Wanted Bhai' ରେ ଦେଖିବାକୁ ମିଳିଥିଲା ​​। ଏହି ସମୟରେ ଟାଇଗରଙ୍କୁ 'ହେରୋପନ୍ତି ୨'ରେ ଦେଖିବାକୁ ମିଳିଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.