ହରିଦ୍ବାର: ବଲିଉଡ ଅନେକ ଫିଲ୍ମ କୌଣସି ନା କୌଣସି କାରଣରୁ ବିବାଦରେ ଛନ୍ଦି ହୋଇଥାଏ । ସଂଳାପ, ଗୀତ କିମ୍ବା ଚରିତ୍ର ପାଇଁ ନିର୍ଦ୍ଦେଶକ ଏବଂ କଳାକାରମାନେ ବିରୋଧର ସମ୍ମୁଖୀନ ହୋଇଥାନ୍ତି । ସେହିପରି ବର୍ତ୍ତମାନ ବି-ଟାଉନ୍ରୁ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ବିକି କୌଶଲଙ୍କ ଆଗାମୀ ଫିଲ୍ମ 'ଦ ଗ୍ରେଟ ଇଣ୍ଡିଆନ୍ସ ଫ୍ୟାମିଲି' ରିଲିଜ୍ ପୂର୍ବରୁ ବିବାଦରେ ଛନ୍ଦି ହୋଇଛି। ନିକଟରେ ଫିଲ୍ମର ପ୍ରଥମ ଗୀତ 'କହ୍ନେୟା ଟ୍ବିଟର ପର ଆ ଯା' ରିଲିଜ ହୋଇଥିଲା । ବର୍ତ୍ତମାନ ଏହି ଗୀତକୁ ନେଇ ସାଧୁ ସନ୍ଥ ଆପତ୍ତି ଜଣାଇଛନ୍ତି ।
- " class="align-text-top noRightClick twitterSection" data="">
ବାସ୍ତବରେ ବିକି କୌଶଲ 'ଦ ଗ୍ରେଟ ଇଣ୍ଡିଆନ୍ସ ଫ୍ୟାମିଲି'ରେ ଏକ ଗାୟକ ଭାବରେ ଅଭିନୟ କରୁଛନ୍ତି । ସେ 'କହ୍ନେୟା ଟ୍ବିଟର ପର ଆ ଯା' ଗୀତ ଗାଉଛନ୍ତି। ଏହି ଗୀତ ବର୍ତ୍ତମାନ ରିଲିଜ ହୋଇଛି । ଫଳରେ ଗୀତର ଲିରିକ୍ସ ପାଇଁ ହରିଦ୍ବାରର ସାଧୁସନ୍ଥଙ୍କ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି । ସାଧୁମାନେ କହିଛନ୍ତି ଯେ, ଆମର ଦେବାଦେବୀ ଏବେ ଫେସବୁକ, ଇନ୍ଷ୍ଟାଗ୍ରାମ୍ ଏବଂ ଟ୍ବିଟରରେ ଆସିବାକୁ ହିଁ ବାକି ରହିଥିଲେ।
ପ୍ରାଚୀନ ଅବଦୁତ ମଣ୍ଡଳର ମହନ୍ତ ଏବଂ ଉଦାସୀନ ଆଖଡ଼ା ମହାମଣ୍ଡଳେଶ୍ବର ସ୍ବାମୀ ରୂପେନ୍ଦ୍ର ପ୍ରକାଶ କହିଛନ୍ତି, ଆମର ଦେବାଦେବୀ ସୋସିଆଲ ମିଡିଆରେ ଆସିବାକୁ ଯେଉଁ ସଂଲାପ ଲେଖାଯାଇଛି, ତାହା ଭୁଲ୍ ଅଟେ । ଆମର କୋଣ ଅନୁକୋଣରେ ଭଗବାନ କୃଷ୍ଣ ଏବଂ ସମସ୍ତ ଦେବା ଦେବୀ ବିରାଜମାନ କରନ୍ତି । ବଲିଉଡ ଲଗାତାର ହିନ୍ଦୁ ଧର୍ମ ଏବଂ ତାଙ୍କ ସହ ଜଡିତ ଦେବତାଙ୍କୁ ବ୍ୟଙ୍ଗ ଚରିତ୍ରରେ ପରିଣତ କରିବାକୁ ଚେଷ୍ଟା କରୁଛି । ହିନ୍ଦୁ ଦେବତାମାନଙ୍କୁ କୌଣସି ମୂଲ୍ୟରେ ପରିହାସ କରିବାକୁ ଦିଆଯିବ ନାହିଁ ।
ଏହା ମଧ୍ୟ ପଢନ୍ତୁ: ଭିନ୍ନ ଲୁକ୍ରେ ବିକି କୌଶଲ, ଦି ଗ୍ରେଟ୍ ଇଣ୍ଡିଆନ୍ ଫ୍ୟାମିଲିର ପ୍ରଥମ ଗୀତ ରିଲିଜ
ସେ ଆହୁରି କହିଛନ୍ତି, କଳାକାର ଏବଂ ନିର୍ଦ୍ଦେଶକଙ୍କୁ ଏନେଇ ଭାବିବା ଦରକାର ଯେ କାହିଁକି ବାରମ୍ୱାର ଏପରି କରିବାକୁ ତାଙ୍କୁ ଆବଶ୍ୟକ ପଡୁଛି ? କେଉଁଠି ନା କେଉଁଠି ସେ ଜାଣତ କିମ୍ବା ଅଜାଣତରେ ବିରୋଧର ସମ୍ମୁଖୀନ ହେବା ସହ ସମାଲୋଚନାର ମଧ୍ୟ ଶିକାର ହେଉଛନ୍ତି। ଏଣୁ ଏପରି ଘଟଣାମାନ ଉପରେ ସେମାନଙ୍କୁ ଚିନ୍ତା କରିବା ଜରୁରୀ । ଅନ୍ୟପକ୍ଷରେ ତୀର୍ଥଯାତ୍ରୀ ପୁରୋହିତଙ୍କ ସର୍ବୋଚ୍ଚ ସଂସ୍ଥା ଗଙ୍ଗା ସଭାର ସଚିବ ଉଜ୍ଜ୍ବଲ ପଣ୍ଡିତ ମଧ୍ୟ ଏହି ଗୀତକୁ ବିରୋଧ କରି କହିଛନ୍ତି ଯେ ବଲିଉଡ ମାଧ୍ୟମରେ ହିନ୍ଦୁ ଦେବା ଏବଂ ଦେବୀଙ୍କୁ ବାରମ୍ବାର ଅପମାନିତ କରାଯାଉଛି। ଏହା ପୂର୍ବରୁ ନିର୍ମିତ ଚଳଚ୍ଚିତ୍ର ଓଏମଜି 2 ହେଉ କିମ୍ବା ଅନ୍ୟାନ୍ୟ ଚଳଚ୍ଚିତ୍ର ହେଉ, ବଲିଉଡ କ୍ରମାଗତ ଭାବରେ ହିନ୍ଦୁମାନଙ୍କ ବିଶ୍ୱାସ ସହ ଖେଳିବାକୁ ଚେଷ୍ଟା କରୁଛି। ବର୍ତ୍ତମାନ ଏହି ଗୀତ, ଯାହାର କୌଣସି ଯଥାର୍ଥତା ନାହିଁ, ଏହା ଦ୍ବାରା ପୁଣି ହିନ୍ଦୁ ଦେବତା ଏବଂ ଦେବୀଙ୍କୁ ପରିହାସ କରାଯାଉଛି ।