ହାଇଦ୍ରାବାଦ: 'ଜବ୍ ୟେ ଢାଇ କିଲୋ କା ହାତ୍ କିସି ପେ ପଡତା ହୈ ନା, ତୋ ଆଦମୀ ଉଠ୍ତା ନହିଁ, ଉଠ୍ଜାତା ହୈ...' ଏବଂ 'ତାରିଖ ପର୍ ତାରିଖ...' ଭଳି ଦମଦାର୍ ଡାଇଲଗ୍ରୁ ଫେମସ୍ ହୋଇଥିବା ଅଭିନେତା ସନ୍ନି ଦେଓଲ୍ ଆଜି 65ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ବଲିଉଡର ଆକ୍ସନ୍ ହିରୋମାନଙ୍କ ମଧ୍ୟରେ ସନ୍ନି ଦେଓଲଙ୍କୁ ଗଣନା କରାଯାଏ । ତାଙ୍କ ଚଳଚ୍ଚିତ୍ରରେ ଶାନଦାର ଆକ୍ସନ ନଥିବ, ଏହା ହୋଇପାରିବ ନାହିଁ । ସେ ହିନ୍ଦୀ ସିନେମାକୁ 'ଗଦର ଏକ ପ୍ରେମ କଥା', 'ଇଣ୍ଡିଆନ୍', 'ଘାୟଲ', 'ଘାତକ', 'ବର୍ଡର', 'ବେତାବ' ପରି ହିଟ୍ ଫିଲ୍ମ ଦେଇଛନ୍ତି, ଯେଉଁଥିରେ ଜବରଦସ୍ତ କାହାଣୀ ସହିତ ଅନେକ ଆକ୍ସନ ରହିଛି । ଏହି ଚଳଚ୍ଚିତ୍ରରୁ ଅଭିନେତା ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି । ଜନ୍ମଦିନ ଅବସରରେ ଆସନ୍ତୁ ଆମେ ତାଙ୍କର ମୋଟ୍ ସମ୍ପତ୍ତି ବିଷୟରେ ଜାଣିବା ।
ଅଭିନୟ ପରେ ରାଜନୀତିରେ ପାଦ ରଖିଥିଲେ ସନ୍ନି
ସନ୍ନି ଦେଓଲ 1982 ଚଳଚ୍ଚିତ୍ର 'ବେତାବ' ସହିତ ହିନ୍ଦୀ ସିନେମାରେ ଡେବ୍ୟୁ କରିଥିଲେ, ଯେଉଁଥିରେ ସେ ଅମୃତା ସିଂଙ୍କ ସହ ସ୍କ୍ରିନ୍ ସେୟାର କରିଥିଲେ । ବଲିଉଡରେ ଶାନଦାର କାମ କରିବା ପରେ ଅଭିନେତା ରାଜନୀତିରେ ପ୍ରବେଶ କରିଥିଲେ ଏବଂ ଏଠାରେ ମଧ୍ୟ ପ୍ରାଧାନ୍ୟ ବିସ୍ତାର କରିଥିଲେ । ସେ 2019 ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଟିକଟରେ ଗୁରୁଦାସପୁର ଲୋକସଭା ଆସନ ଜିତି ସଂସଦରେ ପହଞ୍ଚିଥିଲେ ।
ଏକ ଫିଲ୍ମ ପାଇଁ ନିଅନ୍ତି ଏତିକି ଫିସ୍
ସନ୍ନି ଦେଓଲ 80 ଦଶକରେ ହିନ୍ଦୀ ସିନେମାରେ ପାଦ ଦେଇଥିଲେ ଏବଂ କିଛି ସମୟ ଭିତରେ ହିଁ ସେ ହିନ୍ଦୀ ସିନେମାରେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । 90 ଦଶକରେ ତାଙ୍କ କ୍ୟାରିଅର୍ ଶିଖରରେ ଥିଲା । ସେ ସମୟରେ ସନ୍ନି ଏକ ଚଳଚ୍ଚିତ୍ର ପାଇଁ ପ୍ରାୟ 90 ଲକ୍ଷ ଟଙ୍କା ଚାର୍ଜ କରୁଥିଲେ । ଫିଲ୍ମ ବର୍ଡର ପାଇଁ ସେ ସମାନ ଫି ଆଦାୟ କରିଥିଲେ । ଏଥି ସହିତ, ଆଜିର ସମୟରେ ତାଙ୍କ ଫିସ୍ 5 ରୁ 6 କୋଟିକୁ ବୃଦ୍ଧି ପାଇଲା । ଫିଲ୍ମ 'ଚୁପ୍' ପାଇଁ ସନ୍ନି ଦେଓଲ୍ 6 କୋଟି ଟଙ୍କା ନେଇଥିଲେ ।
ସନ୍ନି ଦେଓଲଙ୍କ ମୋଟ ସମ୍ପତ୍ତି
ସନ୍ନି ଦେଓଲ୍ ହେଉଛନ୍ତି କୋଟି କୋଟି ସମ୍ପତ୍ତିର ମାଲିକ । 2019 ନିର୍ବାଚନ ପାଇଁ ତାଙ୍କ ଆଫିଡେଭିଟ୍ରେ ସେ ତାଙ୍କ ସମ୍ପତ୍ତି ବିଷୟରେ ସୂଚନା ଦେଇଥିଲେ । ସେହି ଦିନ ସନ୍ନି କହିଥିଲେ ଯେ, ତାଙ୍କ ପାଖରେ 60 କୋଟି ଟଙ୍କା ମୂଲ୍ୟର ଚଳ ସମ୍ପତ୍ତି ଏବଂ 21 କୋଟି ଟଙ୍କାର ଅଚଳ ସମ୍ପତ୍ତି ଅଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଅଭିନେତାଙ୍କ ମୋଟ୍ ସମ୍ପତ୍ତି 17 ମିଲିୟନ୍ ଡଲାର (133 କୋଟି ଟଙ୍କା) ଅଟେ । ସେ ଏକ ମାସରେ ଏକ କୋଟି ଟଙ୍କା ରୋଜଗାର କରନ୍ତି ଏବଂ ସେ ଅନେକ ବିଳାସପୂର୍ଣ୍ଣ ଗାଡିର ମଧ୍ୟ ମାଲିକ ଅଟନ୍ତି ।