ମୁମ୍ବାଇ: ନିକଟରେ କ୍ରିକେଟର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତ ଧରିଥିବା ବଲିଉଡ ଅଭିନେତ୍ରୀ ନତାଶା ଷ୍ଟାନକୋଭିକଙ୍କ ଆଜି ଜନ୍ମଦିନ । ପାଣ୍ଡ୍ୟା କ୍ରିକେଟ ପଡିଆ ବ୍ୟତୀତ ପ୍ରେମ ଜୀବନକୁ ନେଇ ମଧ୍ୟ ବେଶ ଜଣାଶୁଣା । ସବୁବେଳେ ସେ ପରିବାର ପ୍ରତି ସମୟ ଦେଇ ଆସୁଥିବା ବେଳେ ଭଲ ବାପା ଏବଂ ସ୍ବାମୀର ଦାୟିତ୍ବ ମଧ୍ୟ ତୁଲାଇ ଆସୁଛନ୍ତି । ତେବେ ଆଜି ସ୍ତ୍ରୀଙ୍କ ଜନ୍ମଦିନ ଅବସରରେ ସକାଳୁ ସକାଳୁ ଏକ ପ୍ରେମଭରା ସ୍ମରଣୀୟ ଭିଡିଓ ସେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଆଜି ନତାଶା ୩୧ ବର୍ଷରେ ପଦାର୍ପଣ କରିଥିବା ବେଳେ ବାହାଘର ପରେ ଶାଶୁଘରେ ଆଜି ସେ ପ୍ରଥମ ଜନ୍ମଦିନ ପାଳନ କରୁଛନ୍ତି ।
ହାପି ବାର୍ଥ ଡେ ମାଇଁ ବେବି: ନତାଶା ଷ୍ଟାନକୋଭିକଙ୍କ ଜନ୍ମଦିନ ଅବସରରେ ସକାଳୁ ସକାଳୁ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି କ୍ରିକେଟର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ପୋଷ୍ଟରେ ଲେଖିଛନ୍ତି, " ମୋ ବେବିକୁ ଜନ୍ମଦିନର ଶୁଭେଚ୍ଛା । ପ୍ରତିଦିନ ଆପଣଙ୍କ ପାଇଁ ମୋ ପ୍ରେମ ବଢିବ । ହାର୍ଦ୍ଦିକ ପାଣ୍ଡ୍ୟା ସେୟାର କରିଥିବା ଭିଡିଓରେ ସ୍ପଷ୍ଟ ବାରି ହୋଇପାଡୁଛି ଉଭୟଙ୍କ ମଧ୍ୟରେ ରହିଥିବା ପ୍ରେମ । ନିର୍ବନ୍ଧ ଠାରୁ ଆରମ୍ଭ କରି ବାହାଘର ପର୍ଯ୍ୟନ୍ତ ସମସ୍ତ ସ୍ମୃତିର ଫଟୋକୁ ନେଇ ଭିଡିଓ କରିଛନ୍ତି ହାର୍ଦ୍ଦିକ । ଏହାସହ ନିଜର ସ୍ତ୍ରୀକୁ ଖୁସି କରିବା ପାଇଁ ଇନଷ୍ଟାଗ୍ରାମରେ ହାପି ବାର୍ଥ ଡେ ମାଇଁ ବେବି ଲେଖି ପୋଷ୍ଟ କରିଛନ୍ତି ।
ପ୍ରକାଶଥାଉକି, ଗତ ଭାଲେଣ୍ଟାଇନ ଡେ ବା ଫେବୃଆରୀ ୧୪ ତାରିଖ ଦିନ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ବଲିଉଡ ଅଭିନେତ୍ରୀ ନତାଶା ଷ୍ଟାନକୋଭିକ୍ । ୨୦୨୦ରେ କୋର୍ଟ ମ୍ୟାରଜ କରିଥିବା ବେଳେ ଗତ ୧୪ ତାରିଖ ଦିନ ରାଜସ୍ଥାନର ଉଦୟପୁରରେ ରୀତିନୀତିରେ ବିବାହ କରିଥିଲେ । ସେତେବେଳେ ମଧ୍ୟ ହାର୍ଦ୍ଦିକ ଏକ ପ୍ରେମଭରା ପୋଷ୍ଟ କରିଥିଲେ । ହାର୍ଦ୍ଦିକ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଲେଖିଛନ୍ତି, "ଆମେ ୩ବର୍ଷ ପୂର୍ବରୁ ନେଇଥିବା ପ୍ରତିଜ୍ଞାକୁ ପୁଣି ଦୋହରାଇଛୁ । ପ୍ରେମର ଦ୍ବୀପରେ ପୁଣି ପରସ୍ପରକୁ ନିଜର ଜୀବନ ସାଥୀ ଭାବେ ଚୟନ କରିଛୁ । ଆମ ପ୍ରେମଭରା ମୁହୂର୍ତ୍ତରେ ପାଖରେ ପରିବାର ଓ ଘନିଷ୍ଠ ବନ୍ଧୁମାନଙ୍କୁ ପାଇ ବାସ୍ତବରେ ଧନ୍ୟ ମନେ କରୁଛୁ ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ