ETV Bharat / entertainment

ରାମ ମନ୍ଦିର ପାଇଁ ୧୪ ଲକ୍ଷ ଦାନ କଲେ 'ହନୁମାନ' ଫିଲ୍ମ ଟିମ୍

HanuMan Film Team Donates 14 Lakh: ପ୍ରଶାନ୍ତ ବର୍ମା ନିର୍ଦ୍ଦେଶନାରେ ନିର୍ମିତ 'ହନୁମାନ' ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳୁଛି ଏବଂ ଫିଲ୍ମ ବକ୍ସ ଅଫିସରେ ମଧ୍ୟ ଦମଦାର ପ୍ରଦର୍ଶନ କରୁଛି । ଏହାରି ମଧ୍ୟରେ ବର୍ତ୍ତମାନ ଫିଲ୍ମର ଟିମ ରାମ ମନ୍ଦିର ଟ୍ରଷ୍ଟକୁ ୧୪ ଲକ୍ଷ ଟଙ୍କା ଦାନ କରିଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 14, 2024, 2:24 PM IST

ରାମ ମନ୍ଦିର ପାଇଁ ୧୪ ଲକ୍ଷ ଦାନ କଲେ 'ହନୁମାନ' ଫିଲ୍ମ ଟିମ୍
ରାମ ମନ୍ଦିର ପାଇଁ ୧୪ ଲକ୍ଷ ଦାନ କଲେ 'ହନୁମାନ' ଫିଲ୍ମ ଟିମ୍

ହାଇଦ୍ରାବାଦ: ଜାନୁଆରୀ ୧୨ରେ ରିଲିଜ ହୋଇଥିବା ତେଜା ସଜ୍ଜାଙ୍କ ଫିଲ୍ମ 'ହନୁମାନ' ବକ୍ସ ଅଫିସରେ ଧମାକା କରୁଛି । ଏହି ଫିଲ୍ମ ସବୁଠାରୁ ଅଧିକ ଲୋକପ୍ରିୟତା ସହ ପ୍ରଶଂସା ସାଉଁଟୁଛି । ସୋସିଆଲ ମିଡିଆରେ ଫିଲ୍ମକୁ ନେଇ ଦର୍ଶକଙ୍କ ସକରାତ୍ମକ ପ୍ରତିକ୍ରିୟା ମିଳୁଛି । ଏହି ସଫଳତା ପାଇଁ ଫିଲ୍ମର ଟିମ ବର୍ତ୍ତମାନ ରାମ ମନ୍ଦିର ଟ୍ରଷ୍ଟକୁ ୧୪ ଲକ୍ଷ ଟଙ୍କା ଦାନ କରିଛନ୍ତି । ଫିଲ୍ମର ନିର୍ଦ୍ଦେଶକ ପ୍ରଶାନ୍ତ ବର୍ମା ଏନେଇ ସୂଚନା ଦେଇଛନ୍ତି ।

ନିକଟରେ ଏକ ଇଭେଣ୍ଟରେ ସାଉଥ ସୁପରଷ୍ଟାର ଚିରଞ୍ଜୀବୀ ଟିମଙ୍କ ଏକ ଯୋଜନା ବିଷୟରେ ଖୁଲାସା କରିଥିଲେ । ସେ କହିଥିଲେ ଯେ, ଫିଲ୍ମର ପ୍ରତ୍ୟେକ ଟିକେଟରୁ ୫ ଟଙ୍କା ରାମ ମନ୍ଦିର ନିର୍ମାଣ ପାଇଁ ଦାନ କରାଯିବ । ଏନେଇ ବର୍ତ୍ତମାନ ନିର୍ଦ୍ଦେଶକ ପ୍ରଶାନ୍ତ ବର୍ମା କଥାବାର୍ତ୍ତା କରିଛନ୍ତି । ସେ କହିଛନ୍ତି ଯେ, ଆମର ନିର୍ମାତା ଜଣେ ଧାର୍ମିକ ବ୍ୟକ୍ତି ଅଟନ୍ତି । ଏକ କମ୍ୟୁନିଟି ହିସାବରେ ଆମେ ତେଲୁଗୁ, ସାଉଥ ଇଣ୍ଡିଆନ ଲୋକେ ଅନ୍ଧବିଶ୍ବାସୀ ଅଟୁ । ଆମେ ଭାବୁଛୁ ଯେ, ଯଦି ଆମେ ଯାହା ମାଗୁଛୁ ତାହା ପୁରା ହୋଇଥାଏ ତେବେ ଆମେ ଆଗକୁ ବଢି କିଛି କରିବା ଦରକାର ।

ସେ ଆହୁରି କହିଛନ୍ତି, ତେଣୁ ଆମ ନିର୍ମାତା ରାମ ମନ୍ଦିର ପ୍ରତିଷ୍ଠା ବିଷୟରେ ଜାଣିବାକୁ ପାଇଥିଲେ । ଫିଲ୍ମ ହିଟ୍ ହେବ କି ନାହିଁ ଫିଲ୍ମ ଟଙ୍କା ରୋଜଗାର କରିବ କି ନାହିଁ ଖାତିର ନକରି ଫିଲ୍ମ ପାଇଁ ପ୍ରତ୍ୟେକ ବିକ୍ରି ଟିକେଟର ୫ ଟଙ୍କା ରାମ ମନ୍ଦିରକୁ ଦାନ କରାଯିବାର ନିଷ୍ପତ୍ତି ନେଇଥିଲେ । ସେ ଏହି କଥା ଚିରଞ୍ଜୀବୀଙ୍କୁ କହିଥିଲେ । ଯାହାପରେ ସେ ମଞ୍ଚରେ ଏହା ଘୋଷଣା କରିଥିଲେ । ଏଥିପାଇଁ ଫିଲ୍ମର ପ୍ରଥମ ଦିନର କଲେକ୍ସନରୁ ହିଁ ଆମେ ମନ୍ଦିରକୁ ୧୪ ଲକ୍ଷ ଟଙ୍କା ଦାନ କରିଛୁ ଏବଂ ଫିଲ୍ମ ଯେଉଁପରି ଭାବେ ପ୍ରଦର୍ଶନ କରୁଛି, ଏହା କିଛି କୋଟି ରୋଜଗାର କରିପାରେ । ଯାହାପରେ ଆମେ ତାହା ମଧ୍ୟ ରାମ ମନ୍ଦିରକୁ ଦାନ କରିବାକୁ ପ୍ରସ୍ତୁତ ଅଛୁ ।

ଏଥିସହ ଏହି ସମୟରେ 'ହନୁମାନ' ଫିଲ୍ମର ସଫଳତାକୁ ଦେଖି ନିର୍ଦ୍ଦେଶକ ୨ୟ ଫିଲ୍ମର ମଧ୍ୟ ଯୋଜନା କରିଥିବା ଖୁଲାସା କରିଛନ୍ତି । ସେ ୨ୟ ଫିଲ୍ମ 'ଜୟ ହନୁମାନ' କରିବାକୁ ଯୋଜନା କରୁଛନ୍ତି । ନିର୍ଦ୍ଦେଶକ କହିଛନ୍ତି, ମୁଁ ଏହା ଦେଖିବାକୁ ଅପେକ୍ଷାରେ ଥିଲି ଯେ, ଦର୍ଶକ ପ୍ରଥମ ଫିଲ୍ମକୁ ଗ୍ରହଣ କରୁଛନ୍ତି କି ନାହିଁ । କିନ୍ତୁ ଫିଲ୍ମକୁ ନେଇ ପ୍ରତିକ୍ରିୟା ଦେଖି ମୋତେ ଖୁବଶୀଘ୍ର 'ଜୟ ହନୁମାନ' ଉପରେ କାମ ଆରମ୍ଭ କରିବାକୁ ପଡିବ । ସୂଚନା ଥାଉ କି, ହନୁମାନ ଫିଲ୍ମ ରିଲିଜର ପ୍ରଥମ ଦିନରେ(ଜାନୁଆରୀ ୧୨) ୮.୦୫ କୋଟି, ୨ୟ ଦିନ(ଜାନୁଆରୀ ୧୩)ରେ ୧୨.୪୫ କୋଟି ଏବଂ ୩ୟ ଦିନ(ଜାନୁଆରୀ ୧୪)ରେ ୬.୬ କୋଟି ଆୟ କରିଛି । ମୋଟ ୩୧.୨୫ କୋଟି ରୋଜଗାର କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.