ETV Bharat / entertainment

Hansika Motwani Wedding: ହଂସିକାଙ୍କ ହାତରେ ଲାଗିଲା ସୋହେଲଙ୍କ ନାଁର ମେହେନ୍ଦି - ହଂସିକା ମୋଟୱାନୀ ସୋହେଲ ଖଟୁକିଆ ବିବାହ

ଅଭିନେତ୍ରୀ ହଂସିକା ମୋଟୱାନୀଙ୍କ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ମେହେନ୍ଦୀ ସମାରୋହର ଫଟୋ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

ହଂସିକାଙ୍କ ହାତରେ ଲାଗିଲା ସୋହେଲଙ୍କ ନାଁର ମେହେନ୍ଦି

author img

By

Published : Dec 2, 2022, 5:37 PM IST

ହାଇଦ୍ରାବାଦ: ବାଜିବ ସାହାନାଇ । ପଡିବ ଅଭିନେତ୍ରୀ ହଂସିକା ମୋଟୱାନୀଙ୍କ ହାତଗଣ୍ଠି । ଆରମ୍ଭ ହୋଇଯାଇଛି ପ୍ରି ୱେଡିଂ ଫଙ୍କସନ୍‌। ନିକଟରେ ତାଙ୍କର ମେହେନ୍ଦି ସମାରୋହ ଆୟୋଜିତ ହୋଇଥିଲା, ଯାହାର କିଛି ଫଟୋ ଏବଂ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି କାର୍ଯ୍ୟକ୍ରମରେ କେବଳ ତାଙ୍କ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁମାନେ ଯୋଗ ଦେଇଥିଲେ ।

ଡିସେମ୍ବର 4 ତାରିଖରେ ହଂସିକା ମୁମ୍ବାଇର ବିଜନେସମ୍ୟାନ ସୋହେଲ ଖଟୁକିଆଙ୍କୁ ବିବାହ କରିବେ । ଜୟପୁରର 450 ବର୍ଷ ପୁରୁଣା ଦୁର୍ଗରେ ସିନ୍ଧି ରୀତିନୀତି ଅନୁଯାୟୀ ଏହି ଦମ୍ପତି ବିବାହ କରିବେ । ବିବାହ କାର୍ଯ୍ୟକ୍ରମରେ ପରିବାର ଓ କେତେଜଣ ଖାସ ବନ୍ଧୁ ସାମିଲ ହେବା ନେଇ ସୂଚନା ମିଳିଛି । ମେହେନ୍ଦୀ ସମାରୋହରେ ହଂସିକାଙ୍କୁ ନାଲି ରଙ୍ଗର ପୋଷାକରେ ଦେଖିବାକୁ ମିଳିଥିଲା । ଏହା ସହିତ ସେ ଅକ୍ସିଡାଇଜଡ୍ କାନଫୁଲ କ୍ୟାରି କରିଥିଲେ । ସେହିପରି ସୋହେଲ ଖଟୁକିଆ ପିଚ କୁର୍ତ୍ତାରେ ନଜର ଆସିଥିଲେ । ଗତ ସପ୍ତାହରେ ମୁମ୍ବାଇରେ ମାତା କି ଚୌକି ସହ ବିବାହ ରୀତିନୀତି ଆରମ୍ଭ ହୋଇଥିଲା ।

ନିକଟରେ ହଂସିକା ତାଙ୍କ ଗର୍ଲଗ୍ୟାଙ୍ଗ ସହିତ ବ୍ୟାଚଲର ପାର୍ଟିର ଆୟୋଜନ କରିଥିଲେ । ସେ ଗ୍ରୀସରେ ଏହି ପାର୍ଟିର ଆୟୋଜନ କରିଥିଲେ, ଯାହାର ଝଲକ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ସେୟାର କରିଥିଲେ । ହଂସିକାଙ୍କ ବ୍ୟତୀତ ଲୋକପ୍ରିୟ ଅଭିନେତ୍ରୀ ଶ୍ରୀୟା ରେଡ୍ଡୀଙ୍କ ସମେତ ତାଙ୍କର ଅନେକ ବନ୍ଧୁ ଏହି ଫଟୋରେ ନଜର ଆସିଥିଲେ । ଏହି ଭିଡିଓ ସେୟାର କରିବାବେଳେ ହଂସିକା ଲେଖିଥିଲେ, 'ବେଷ୍ଟ ବ୍ୟାଚଲର୍‌ ଏଭର' ।

ଏହା ବି ପଢନ୍ତୁ: ହଂସିକାଙ୍କ ଡ୍ରିମ ବୟ ଦେଲେ ଡ୍ରିମି ସରପ୍ରାଇଜ, ରୋମାଣ୍ଟିକ ଅନ୍ଦାଜରେ କଲେ ପ୍ରପୋଜ

ହଂସିକା କିଛି ଦିନ ପୂର୍ବରୁ ସୋସିଆଲ ମିଡିଆ ଜରିଆରେ କିଛି ଫଟୋ ସେୟାର କରି ତାଙ୍କ ବିବାହର ଖବର ନିଶ୍ଚିତ କରିଥିଲେ । ଫ୍ରାନ୍ସର ପ୍ରସିଦ୍ଧ ଆଇଫେଲ୍ ଟାୱାର ସମ୍ମୁଖରୁ ହଂସିକା କିଛି ଫଟୋ ପୋଷ୍ଟ କରିଥିଲେ, ଯେଉଁଥିରେ ସୋହେଲ ତାଙ୍କ ହାତରେ ମୁଦି ପିନ୍ଧାଇ ବିବାହ ପ୍ରସ୍ତାବ ଦେଉଥିବାର ନଜର ଆସିଥିଲେ । ଏହି ଫଟୋ ସେୟାର କରିବାବେଳେ ହଂସିକା କ୍ୟାପସନରେ ଲେଖିଥିଲେ, 'ବର୍ତ୍ତମାନ ଏବଂ ସବୁଦିନ ପାଇଁ ।'

ନିକଟରେ ଖବର ଆସିଥିଲା ​​ଯେ ହଂସିକା-ସୋହେଲଙ୍କ ବିବାହ ସିଧାସଳଖ OTT ରେ ପ୍ରସାରିତ ହେବ । ହଂସିକାଙ୍କ ପ୍ରଶଂସକମାନେ ତାଙ୍କ ବିବାହ ମୁହୂର୍ତ୍ତକୁ ସିଧାସଳଖ ଫୋନ୍ ସ୍କ୍ରିନରେ ଦେଖିପାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.